Advertisment

୨୦୦୪ ନିର୍ବାଚନରେ କିଏ ପ୍ରଧାନମନ୍ତ୍ରୀ ହୋଇଥିଲେ ଭଲ ହୋଇଥାନ୍ତା ଲେଖିଥିଲେ ପ୍ରଣବ

ନୂଆଦିଲ୍ଲୀ: ୨୦୧୪ ଲୋକସଭା ନିର୍ବାଚନ ପରାଜୟ ପାଇଁ ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂହ ଦାୟୀ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ତାଙ୍କ ବହି ‘ଦ ପ୍ରେସିଡେନଶିଆଲ ଇୟର୍ସ’ରେ ଏହା ଲେଖିଛନ୍ତି। ଆସନ୍ତା ବର୍ଷ ଏହି ବହି ବଜାରକୁ ଆସିବ। ଏହି ବହିରେ ପ୍ରଣବ ୨୦୧୪ରେ କଂଗ୍ରେସର ପରାଜୟର କାରଣ ଲେଖିଛନ୍ତି। ରୂପା ପ୍ରକାଶନ ଦ୍ୱାରା ପ୍ରକାଶିତ ଏହି ବହି ଜାନୁଆରୀ ୨୦୨୧ରେ ବଜାରରେ ଉପଲବ୍ଧ ହେବ। ପ୍ରଣବ ତାଙ୍କ ବହିରେ ପ୍ରଧାନମନ୍ତ୍ରୀ ହେବା ନେଇ ମଧ୍ୟ […]

ଅଦ୍ୟତନ ହୋଇଛି
୨୦୦୪ ନିର୍ବାଚନରେ କିଏ ପ୍ରଧାନମନ୍ତ୍ରୀ ହୋଇଥିଲେ ଭଲ ହୋଇଥାନ୍ତା ଲେଖିଥିଲେ ପ୍ରଣବ

pranab_mukherjee

Advertisment

ନୂଆଦିଲ୍ଲୀ: ୨୦୧୪ ଲୋକସଭା ନିର୍ବାଚନ ପରାଜୟ ପାଇଁ ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂହ ଦାୟୀ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ତାଙ୍କ ବହି ‘ଦ ପ୍ରେସିଡେନଶିଆଲ ଇୟର୍ସ’ରେ ଏହା ଲେଖିଛନ୍ତି। ଆସନ୍ତା ବର୍ଷ ଏହି ବହି ବଜାରକୁ ଆସିବ। ଏହି ବହିରେ ପ୍ରଣବ ୨୦୧୪ରେ କଂଗ୍ରେସର ପରାଜୟର କାରଣ ଲେଖିଛନ୍ତି। ରୂପା ପ୍ରକାଶନ ଦ୍ୱାରା ପ୍ରକାଶିତ ଏହି ବହି ଜାନୁଆରୀ ୨୦୨୧ରେ ବଜାରରେ ଉପଲବ୍ଧ ହେବ।

Advertisment

ପ୍ରଣବ ତାଙ୍କ ବହିରେ ପ୍ରଧାନମନ୍ତ୍ରୀ ହେବା ନେଇ ମଧ୍ୟ ହୋଇଥିବା ଚର୍ଚ୍ଚା ବାବଦରେ ଲେଖିଛନ୍ତି। ସେ ଲେଖିଛନ୍ତି ଦଳର କିଛି ସଦସ୍ୟ ବିଶ୍ୱାସ ରଖିଥିଲେ ଯେ ଯଦି ପ୍ରଣବ ୨୦୦୪ରେ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତେବେ ୨୦୧୪ ଲୋକସଭା ନିର୍ବାଚନରେ ​​କଂଗ୍ରେସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ି ନଥାନ୍ତା। ତେବେ ପ୍ରଣବ ଏହି ବିଶ୍ୱାସ ବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବହିରେ। ସେ କହିଛନ୍ତି ରାଷ୍ଟ୍ରପତି ହେବା ପରେ ଦଳର ନେତୃତ୍ୱ ଦିଗ ହରାଇଥିଲା। ସୋନିଆ ଗାନ୍ଧୀ ଦଳର ନେତୃତ୍ୱ ନେବାରେ ଅସମର୍ଥ ଥିଲେ, ତେଣେ ସଂସଦରେ ମନମୋହନ ସିଂହ ଦୀର୍ଘ ଦିନ ଧରି ଛୁଟିରେ ଥିବାରୁ ସାଂସଦ ମାନଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ନଥିଲା। ଯାହାକି ମୁଖ୍ୟ କାରଣ ବୋଲି ପ୍ରଣବ ତାଙ୍କ ବହିରେ ଲେଖିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ଭାବରେ ମନମୋହନ ସିଂଙ୍କ ପାଖରେ ଶାସନ କରିବାର କ୍ଷମତା ରହିଛି। ଦେଶର ସାମଗ୍ରିକ ସ୍ଥିତି ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପ୍ରଶାସନର କାର୍ଯ୍ୟକାରିତାକୁ ପ୍ରକାଶ କରେ। ମେଣ୍ଟକୁ ବଞ୍ଚାଇବା ପାଇଁ ମନମୋହନ ସିଂହଙ୍କୁ ପରାମର୍ଶ ଦିଆଯାଇଥିଲା। ହେଲେ ସେ ୟୁପିଏ ମେଣ୍ଟକୁ ବଞ୍ଚାଇବାକୁ ଚିନ୍ତା କରୁଥିଲେ ଏବଂ ଏହାର ପ୍ରଭାବ ସରକାରଙ୍କ ଉପରେ ମଧ୍ୟ ପଡ଼ୁଥିଲା।

Advertisment

ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଭଲ କ୍ୟାପଟେନ ଭାବରେ ଦାୟିତ୍ୱ ତୁଲାଇଥିଲେ। ଯାହା ସରକାର, ବିଧାନସଭା ଏବଂ ନ୍ୟାୟପାଳିକାର ସମ୍ପର୍କକୁ ପ୍ରତିଫଳିତ କରେ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଅଗଷ୍ଟରେରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଏହି ବହିରେ ପ୍ରଣବ ତାଙ୍କ ଗାଁର ଯାତ୍ରାରୁ ରାଜଧାନୀ ଦିଲ୍ଲୀର ଯାତ୍ରା ସହିତ ବିଭିନ୍ନ ସମୟରେ ଅନୁଭୀତି ବାବଦରେ ଲେଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe