ସୂତା ସୂତାକେ ଖସିଯାଇଥିଲା ପ୍ରଣବ ଦା’ଙ୍କ ପିଏମ୍ ପଦବୀ

ନୂଆଦିଲ୍ଲୀ: ପାଞ୍ଚ ପାଞ୍ଚଟି ପିଢ଼ିର ରାଜନୀତିକୁ ନିଜ କାନ୍ଧରେ ବୋହିଛନ୍ତି ପ୍ରଣବ ଦା’। ଅନେକ ଅଛିଣ୍ଡା ଅଙ୍କର ସରଳ ସମାଧାନ କରିଛନ୍ତି। ବିଭିନ୍ନ ସମୟରେ ଦଳ ଓ ସରକାରକୁ ସଙ୍କଟରୁ ଉଦ୍ଧାର କରିଛନ୍ତି। କୁହାଯାଏ, ଇନ୍ଦିରାଙ୍କ ଅବର୍ତ୍ତମାନର କଂଗ୍ରେସରେ ପ୍ରଭାବଶାଳୀ ଆଉ ବିଚକ୍ଷଣ ରାଜନେତା ଭାବେ ପ୍ରଥମେ ଆସୁଥିଲା ପ୍ରଣବ ମୁଖାର୍ଜୀଙ୍କ ନାଁ। ଭାରତର ସବୁଠାରୁ କନିଷ୍ଠ ନେତାମାନେ ସେ ୧୯୮୨ରୁ ୮୪ ଯାଏ ଅର୍ଥମନ୍ତ୍ରୀ ମଧ୍ୟ ରହିଥିଲେ। ଏପରିକି ଇନ୍ଦିରା ଓ ରାଜୀବଙ୍କ ମୃତ୍ୟୁ ପରେ […]

p

p

Hemant Lenka
  • Published: Monday, 31 August 2020
  • Updated: 31 August 2020, 06:46 PM IST

Sports

Latest News

ନୂଆଦିଲ୍ଲୀ: ପାଞ୍ଚ ପାଞ୍ଚଟି ପିଢ଼ିର ରାଜନୀତିକୁ ନିଜ କାନ୍ଧରେ ବୋହିଛନ୍ତି ପ୍ରଣବ ଦା’। ଅନେକ ଅଛିଣ୍ଡା ଅଙ୍କର ସରଳ ସମାଧାନ କରିଛନ୍ତି। ବିଭିନ୍ନ ସମୟରେ ଦଳ ଓ ସରକାରକୁ ସଙ୍କଟରୁ ଉଦ୍ଧାର କରିଛନ୍ତି। କୁହାଯାଏ, ଇନ୍ଦିରାଙ୍କ ଅବର୍ତ୍ତମାନର କଂଗ୍ରେସରେ ପ୍ରଭାବଶାଳୀ ଆଉ ବିଚକ୍ଷଣ ରାଜନେତା ଭାବେ ପ୍ରଥମେ ଆସୁଥିଲା ପ୍ରଣବ ମୁଖାର୍ଜୀଙ୍କ ନାଁ। ଭାରତର ସବୁଠାରୁ କନିଷ୍ଠ ନେତାମାନେ ସେ ୧୯୮୨ରୁ ୮୪ ଯାଏ ଅର୍ଥମନ୍ତ୍ରୀ ମଧ୍ୟ ରହିଥିଲେ। ଏପରିକି ଇନ୍ଦିରା ଓ ରାଜୀବଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କ ନାଁ ଚର୍ଚ୍ଚାରେ ଥିଲା। କିନ୍ତୁ ଯାବତୀୟ ଯୋଗ୍ୟତା ଓ ଦକ୍ଷତା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ସାଥ୍ ଦେଇ ନଥିଲେ ଭାଗ୍ୟ ଦେବୀ।

ରାଜନୀତିର ଭଙ୍ଗା ଗଢ଼ା ଖେଳରେ ପ୍ରଣବ ମୁଖାର୍ଜୀ ଥିଲେ ଜଣେ ପୋଖତ୍ ଖେଳଓ୍ୱାର୍ଡ। କେବଳ ରାଜନୀତିକ ଗୋଟିଚାଳନା ନୁହେଁ, ରାଷ୍ଟ୍ରନାୟକର ସବୁ ଗୁଣ ବି ଖୁନ୍ଦି ହୋଇ ରହିଥିଲା ପ୍ରଣବ ଦାଙ୍କ ପାଖରେ। ବୈଦେଶିକ ନୀତିରେ ତମାମ ପଟୁତା ଅର୍ଥନୀତିରେ ଅସମ୍ଭବ ଦଖଲ ସହ ସାଧାରଣ ଲୋକଙ୍କ ପ୍ରତି ଅହେତୁକ ସମ୍ବେଦନଶୀଳତା ତାଙ୍କୁ ଦଣେ ସଂପୂର୍ଣ୍ଣ ରାଜନେତାର ଖ୍ୟାତି ଦେଇଥିଲା। ଇନ୍ଦିରାଙ୍କ ବିଶ୍ୱସ୍ତ ଆଉ ପ୍ରଭାବଶାଳୀ କ୍ୟାବିନେଟ୍ ସହଯୋଗୀ ଭାବେ ତତ୍କାଳୀନ କଂଗ୍ରେସ ସରକାରରେ ଦବଦବା ବି ଥିଲା। କିନ୍ତୁ ଏତେ ସବୁ ଖ୍ୟାତି, ପ୍ରଭାବ, ଲୋକପ୍ରିୟତା, ଯୋଗ୍ୟତା ଓ ଦକ୍ଷତା ସତେ ଯେମିତି ତାଙ୍କ ପାଇଁ କଣ୍ଟା ସାଜିଥିଲା ଆଉ ସବୁ ଥାଇ ବି ମିଳି ନଥିଲା ପ୍ରଧାନମନ୍ତ୍ରୀ ଚୌକି।

୧୯୮୪ରେ ପ୍ରଥମ ଥର ପାଇଁ ଏହି ପ୍ରତିକୂଳ ଭାଗ୍ୟ ସ୍ରୋତର ଶିକାର ହୋଇଥିଲେ ପ୍ରଣବ ମୁଖାର୍ଜୀ । ସେତେବେଳେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଚାଲିଥିଲା ପ୍ରଚାର। ପ୍ରଣବଙ୍କ ସହ ଏକାଠି ପ୍ରଚାର କରୁଥିଲେ ରାଜୀବ ଗାନ୍ଧି। ପ୍ରଚାର ଚାଲିଥିବାବେଳେ ହଠାତ୍ ଇନ୍ଦିରାଙ୍କୁ ହତ୍ୟାର ଖବର ଆସିଲା ଆଉ ଗୋଟିଏ ପ୍ଲେନରେ ତୁରନ୍ତ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ ଉଭୟ ରାଜୀବ ଓ ପ୍ରଣବ ଦା।

କୁହାଯାଏ, ସେହି ବିମାନରେ ହିଁ ତତ୍କାଳୀନ କଂଗ୍ରେସ ସରକାରର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ମୁଖାର୍ଜୀଙ୍କ ପରାମର୍ଶ ଲୋଡ଼ିଥିଲେ ରାଜୀବ। ଆଉ ପ୍ରଣବ କହିଥିଲେ ସରକାରର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇ ଆଗକୁ ବଢିବାକୁ ହେବ। ତେବେ ନୂଆଦିଲ୍ଲୀ ପହଞ୍ଚିବା ପରେ ସ୍ଥିତି ବଦଳିଗଲା। ନିଜେ ରାଜୀବ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଏବଂ ପ୍ରସ୍ତାବକ ଥିଲେ ସେତେବେଳ ସରକାରର ଦୁଇ ବରିଷ୍ଠ ପ୍ରଣବ ମୁଖାର୍ଜୀ ଓ ପିଭି ନରସିଂହରାଓ। ଏହା ପରେ ପରେ କାନକୁହାମାନେ ରାଜୀବଙ୍କ କାନରେ ମନ୍ତ୍ରଣା ଫୋଡ଼ିଲେ ଏବଂ ତାଙ୍କ ପ୍ରଧାନମନ୍ତ୍ରୀ ପଦ ପାଇଁ ବିପଦ ସନ୍ଦେହରେ ମୁଖାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଥିଲେ ରାଜୀବ। ଏହା ହିଁ ଥିଲା ପ୍ରଣବ ଦାଙ୍କ ପାଇଁ ଅପ୍ରତ୍ୟାଶିତ ଓ ଅପମାନଜନକ।

ଖାସ୍ ଏହି କାରଣରୁ ସେ କଂଗ୍ରେସରୁ ଇସ୍ତଫା ଦେବା ସହ ଗଢ଼ିଥିଲେ ନୂଆ ଦଳ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ। କିନ୍ତୁ ନିଜ ରାଜ୍ୟ ପଶ୍ଚିମବଙ୍ଗରେ ବିଫଳ ହେବାରୁ ରାଜନୀତିରେ ବେଶ କିଛି ସମୟ ପାଇଁ ଏକୁଟିଆ ହୋଇଯାଇଥିଲେ କଂଗ୍ରେସର ଏହି କ୍ରାଇସିସ୍ ମ୍ୟାନେଜର୍।

ପରେ ନରସିଂହରାଓ ଓ ଶୀଲା ଦିକ୍ଷିତଙ୍କ ଭଳି ନେତାଙ୍କ ପରାମର୍ଶରେ ରାଜୀବ ଗାନ୍ଧି ପ୍ରଣବଙ୍କ କଂଗ୍ରେସ ପ୍ରତ୍ୟାବର୍ତ୍ତନକୁ ଗ୍ରୀନ ସିଗନାଲ ଦେବା ପରେ ୧୯୮୯ରେ ଘରବାହୁଡା କରିଥିଲେ ଦାଦା। ଏହା ପରେ ରାଜୀବଙ୍କ ମୃତ୍ୟୁ ପରେ ୧୯୯୫ରେ କଂଗ୍ରେସ କ୍ଷମତାକୁ ଫେରିଲା ଏବଂ ପୁଣିଥରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାକୁ ଆସିଲେ ପ୍ରଣବ ମୁଖାର୍ଜୀ। କିନ୍ତୁ ଶେଷ ମୁହୂର୍ତ୍ତରେ ସମୀକରଣ ବଦଳିଗଲା ଆଉ ପ୍ରଧାନମନ୍ତ୍ରୀ ହେଲେ ପିଭି ନରସିଂହରାଓ, ଦାଦାଙ୍କୁ ମିଳିଲା ବୈଦେଶିକ ମନ୍ତ୍ରୀର ଦାୟିତ୍ୱ।

ତେବେ ସବୁଠାରୁ ନିରାଶାଜନକ ଘଟଣା ପଡ଼ିଥିଲା ୨୦୦୪ରେ। ବାଜପେୟୀ ସରକାରଙ୍କୁ କ୍ଷମତାଚ୍ୟୁତ କରି କଂଗ୍ରେସ ଶାସନକୁ ଆସିଲା। କିନ୍ତୁ ସୋନିଆଙ୍କ ବିରୋଧରେ ବିଦେଶିନୀର ଆକ୍ଷେପ ଯୋଗୁ ସେଭେନ ଆରସିଆର ପାଇଁ ଦୃଢ଼ ଦାବିଦାର ଭାବେ ଉଭା ହେଲେ ପ୍ରଣବ ମୁଖାର୍ଜୀ। କିନ୍ତୁ ସୋନିଆ ବାଛିଥିଲେ ରାଜନୀତିର ନବାଗତ ଆଉ ଅନଭିଜ୍ଞ ମନମୋହନ ସିଂହଙ୍କୁ।

ପ୍ରଣବ ମୁଖାର୍ଜୀଙ୍କୁ ପ୍ରତିରକ୍ଷା ବିଭାଗ। ୨୦୦୯ରେ ସେହି ମନମୋହନଙ୍କ ନେତୃତ୍ୱାଧୀନ ଯୁପିଏ-୨ ସରକାର ସେ ଅର୍ଥମନ୍ତ୍ରୀ ହୋଇଥିଲେ। ଏମିତି ବି କୁହାଯାଏ ପ୍ରଣବଙ୍କ ଭଳି ବିଚକ୍ଷଣ ରାଜନୀତିଜ୍ଞଙ୍କୁ ପ୍ରଧାନମନ୍ତ୍ରୀ କରାଇ ଗାନ୍ଧି ପରିବାରର ଲିଗାସିରେ ତାଲା ପକାଇ ଦେବାକୁ ଚାହୁଁ ନ ଥିଲେ କଂଗ୍ରେସର କିଛି ଜଣାଶୁଣା ମୁଣ୍ଡ।

ପ୍ରଣବ ମୂଖାର୍ଜୀଙ୍କ ଅଟୋ ବାୟୋଗ୍ରାଫି ଦ କୋଆଲିସନ ଇୟର ଏବଂ ସଞ୍ଜୟ ବାରୁଙ୍କ ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟରରୁ ଜଣାପଡ଼େ ଏ ସଂପର୍କରେ ଆଉ କିଛି ରୋଚକ ତଥ୍ୟ। ମନମୋହନ ଭାବୁଥିଲେ ପ୍ରଣବ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠୁ ବଡ଼ ଦାବିଦାର। ହେଲେ ସୋନିଆ ଗାନ୍ଧି ତାଙ୍କୁ ବାଛିଥିବାରୁ ମନମୋହନଙ୍କ ପାଖରେ କୌଣସି ରାସ୍ତା ନଥିଲା। ଏନେଇ ମନମୋହନ ସିଂହଙ୍କ କହିବା କଥା, ପ୍ରଧାନମନ୍ତ୍ରୀ ଚଉକି ପାଇଁ ପ୍ରଣବ ହିଁ ଥିଲେ ସମ୍ପୂର୍ଣ୍ଣ ହକଦାର। କାରଣ ପ୍ରଣବ ନିଜ ଇଚ୍ଛାରେ ରାଜନୀତିକୁ ଆସିଛନ୍ତି। ମୁଁ ସୌଭାଗ୍ୟବଶତଃ ରାଜନୀତିକୁ ଆସିଛି।

ପ୍ରଣବ ତାଙ୍କ ଅଟୋବାୟୋଗ୍ରାଫିରେ ଲେଖିଛନ୍ତି, ସୋନିଆ ବୋଧହୁଏ ମୋତେ ପ୍ରଧାନମନ୍ତ୍ରୀ କରାଇବେ ଆଉ ମନମୋହନ ସିଂହଙ୍କୁ ରାଷ୍ଟ୍ରପତି। ତେବେ ମନମୋହନଙ୍କୁ ପ୍ରଧାନମନ୍ତ୍ରୀ ପଦ ମିଳିବା ପରେ ପ୍ରଣବ କହିଥିଲେ ଦଳୀୟ କାମ ପାଇଁ ମୋର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଥିବାରୁ ସୋନିଆ ମୋତେ ଏହି ପଦବୀ ଦେଇନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story