Advertisment

ସୁଧୁରୁନି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା, ଏବେ ବି କୋମାରେ

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସୁନାହିଁ। ସେ ପୂର୍ବଭଳି ଡିପ୍‌ କୋମାରେ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୮୪ ବର୍ଷୀୟ ପ୍ରଣବ ଦା’ଙ୍କୁ ଭେଣ୍ଟିଲେଟରରେ ରଖି ସମସ୍ତଙ୍କ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଛି। ଅଗଷ୍ଟ ୧୦ରେ ପ୍ରଣବ ଦା’ଙ୍କୁ ଦିଲ୍ଲୀ ସ୍ଥିତ ଆର୍ମିର ରିସର୍ଚ୍ଚ ଓ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ସେ ତାଙ୍କ ମୁଣ୍ଡରେ ଜମାଟ ବାନ୍ଧିଥିବା ରକ୍ତକୁ ଅପରେସନ ଦ୍ୱାରା କଢ଼ା […]

author-image
Hemant Lenka
ସୁଧୁରୁନି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା, ଏବେ ବି କୋମାରେ

p

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସୁନାହିଁ। ସେ ପୂର୍ବଭଳି ଡିପ୍‌ କୋମାରେ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୮୪ ବର୍ଷୀୟ ପ୍ରଣବ ଦା’ଙ୍କୁ ଭେଣ୍ଟିଲେଟରରେ ରଖି ସମସ୍ତଙ୍କ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଛି।

Advertisment

ଅଗଷ୍ଟ ୧୦ରେ ପ୍ରଣବ ଦା’ଙ୍କୁ ଦିଲ୍ଲୀ ସ୍ଥିତ ଆର୍ମିର ରିସର୍ଚ୍ଚ ଓ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ସେ ତାଙ୍କ ମୁଣ୍ଡରେ ଜମାଟ ବାନ୍ଧିଥିବା ରକ୍ତକୁ ଅପରେସନ ଦ୍ୱାରା କଢ଼ା ଯାଇଥିଲା। ବ୍ରେନ ସର୍ଜରୀ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତଥାପି ତାଙ୍କର ସର୍ଜରୀ କରାଯାଇଥିଲେ।

ସେବେଠାରୁ ସେ ଭେଣ୍ଟିଲେଟରରେ ରହିଛନ୍ତି। ଭେଣ୍ଟିଲେଟରରେ ଥିବା ବେଳେ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ହସ୍ପିଟାଲ ପକ୍ଷରୁ କୁହାଯାଇଛି, ପ୍ରଣବ ମୁଖାର୍ଜୀଙ୍କୁ ଫୁସଫୁସ ସଂକ୍ରମଣ ରୋଗରୁ ରକ୍ଷା କରିବା ପାଇଁ ଚିକିତ୍ସା ଚାଲିଛି। ତଥାପି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏବେ ବି ସେ କୋମାରେ ଅଛନ୍ତି। ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି।

Advertisment

ପ୍ରଣବ ଦା’ ୨୦୧୨ରୁ ୨୦୧୭ ଯାଏ ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ।