Advertisment

ମୋଦି ଏବଂ ମନମୋହନଙ୍କ ବାବଦରେ ନିଜ ବହିରେ ମତ ରଖିଲେ ପ୍ରଣବ

ନୂଆଦିଲ୍ଲୀ: ମୃତ୍ୟୁ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୂଖାର୍ଜୀ ‘ଦ ପ୍ରେସିଡେନଶିଆଲ ଇୟର୍ସ’ ବହି ଲେଖିଥିଲେ। ଏହି ବହିଟି ମଙ୍ଗଳବାର ପ୍ରକାଶିତ ହୋଇଛି। ବହି ପ୍ରକାଶ ପାଇବାକୁ ନେଇ ପ୍ରଣବଙ୍ଗ ପୁଅ ଏବଂ ଝିଅ ମଧ୍ୟରେ ମତଭେଦ ରହିଥିଲେ ମଧ୍ୟ ଶେଷରେ ଏହି ବହି ପ୍ରକାଶିତ ହୋଇଛି। ଯେଉଁଥିରେ ସେ କହିଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ନିର୍ବାଚନରେ ବିଜୟୀ ହୋଇ ହାସଲ କରିଥିଲେ। ଆଉ ମନମୋହନ ସିଂ ସୋନିଆ ଗାନ୍ଧୀଙ୍କ ଅନୁମଦନକ୍ରମେ […]

ମୋଦି ଏବଂ ମନମୋହନଙ୍କ ବାବଦରେ ନିଜ ବହିରେ ମତ ରଖିଲେ ପ୍ରଣବ

pranab-book

Advertisment

ନୂଆଦିଲ୍ଲୀ: ମୃତ୍ୟୁ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୂଖାର୍ଜୀ ‘ଦ ପ୍ରେସିଡେନଶିଆଲ ଇୟର୍ସ’ ବହି ଲେଖିଥିଲେ। ଏହି ବହିଟି ମଙ୍ଗଳବାର ପ୍ରକାଶିତ ହୋଇଛି। ବହି ପ୍ରକାଶ ପାଇବାକୁ ନେଇ ପ୍ରଣବଙ୍ଗ ପୁଅ ଏବଂ ଝିଅ ମଧ୍ୟରେ ମତଭେଦ ରହିଥିଲେ ମଧ୍ୟ ଶେଷରେ ଏହି ବହି ପ୍ରକାଶିତ ହୋଇଛି। ଯେଉଁଥିରେ ସେ କହିଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ନିର୍ବାଚନରେ ବିଜୟୀ ହୋଇ ହାସଲ କରିଥିଲେ। ଆଉ ମନମୋହନ ସିଂ ସୋନିଆ ଗାନ୍ଧୀଙ୍କ ଅନୁମଦନକ୍ରମେ ଏହି ପଦବୀରେ ବସିଥିଲେ।

Advertisment

ପ୍ରଣବ ଦା’ ରାଷ୍ଟ୍ରପତି ଥିବା ବେଳେ ଉଭୟ ମୋଦି ଏବଂ ମନମୋହନ ସିଂ ସରକାର ସହିତ ଜଡ଼ିତ ଥିଲେ। ଦେଶ ସ୍ୱାଧୀନ ହେବା ପରେ ଅନେକ ପ୍ରଧାନମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଥିଲେ ପ୍ରଣବ। କିନ୍ତୁ ୨୦୧୨-୧୭ ମଧ୍ୟରେ ରାଷ୍ଟ୍ରପତି ଥିବା ବେଳେ ଦୁଇ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଥିବାରୁ ବହିରେ ଖୁସିବ୍ୟକ୍ତ କରିଛନ୍ତି ପ୍ରଣବ ଦା’। ମୁଖ୍ୟତଃ ସମସ୍ତ ପ୍ରଧାନମନ୍ତ୍ରୀ ବିଭିନ୍ନ ପରିବାରରୁ ଆସିଥିବାରୁ ତାଙ୍କର ଆଦର୍ଶ ଓ ବିଚାରଧାରା ଭିନ୍ନ ଭିନ୍ନ ତେଣୁ ସେମାନଙ୍କ ସହିତ କାମ କରିବାର ଅନୁଭୂତି ନିଆରା ବୋଲି ପ୍ରଣବ ତାଙ୍କ ବହି ‘ଦ ପ୍ରେସିଡେନଶିଆଲ ଇୟର୍ସ’ରେ ଲେଖିଛନ୍ତି।

ସେ କହିଛନ୍ତି ଯେ ଭାରତର ରାଷ୍ଟ୍ରପତି ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜୁଲାଇ ୨୦୧୨ ରୁ ମେ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଏବଂ ମେ ୨୦୧୪ ରୁ ଜୁଲାଇ ୨୦୧୭ ଯାଏ ନରେନ୍ଦ୍ର ମୋଦିଙ୍କ ସହ କାମ କରିବାର ଅବସର ତାଙ୍କୁ ମିଳିଛି।

Advertisment

ସୋନିଆ ଗାନ୍ଧୀ ଶ୍ରୀ ସିଂଙ୍କୁ ପିଏମ ପଦ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ, ୨୦୧୪ରେ ବିଜେପିକୁ ଐତିହାସିକ ବିଜୟୀ କରାଇବାରେ ନେତୃତ୍ୱ ନେଇଥିଲେ ନରେନ୍ଦ୍ର ମୋଦି। ଦେଶର ଅଳ୍ପ କିଛି ପ୍ରଧାନମନ୍ତ୍ରୀ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ନରେନ୍ଦ୍ର ମୋଦି ରହିଛନ୍ତି। ଯିଏକି ସାରା ଦେଶରେ ନିଜ ନାଁରେ ଭୋଟ୍ ହାତେଇବାରେ ସଫଳ ହୋଇଛନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ବାଳିବା ପରେ ଏକ ଇମେଜ ତିଆରି କରିବାରେ ସଫଳ ହୋଇଥିଲେ ପରେ ସେହି ଛବି ଆଧାରରେ ସାରା ଦେଶରେ ଭୋଟ୍ ବ୍ୟାଙ୍କ ତିଆରି କରିଥିଲେ ମୋଦି।

୨୦୦୪ ନିର୍ବାଚନରେ ​​ୟୁପିଏର ବିଜୟ ପରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶ୍ରୀ ମୁଖାର୍ଜୀ କହିଛନ୍ତି, 'ତାଙ୍କୁ କଂଗ୍ରେସ ସଂସଦୀୟ ଦଳ ଏବଂ ୟୁପିଏର ଅନ୍ୟ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ କରିଥିଲା, କିନ୍ତୁ ସେ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ବିଦେଶୀ ପ୍ରସଙ୍ଗ ଆସିବା ପରେ ସୋନିଆ ଏହି ପଦରେ ନବସିବାକୁ ସ୍ଥିର କରିଥିଲେ’।

କଂଗ୍ରେସ ନେତାଙ୍କ ଅନୁରୋଧ ସତ୍ତ୍ୱେ ସୋନିଆ ପ୍ରଧାନମନ୍ତ୍ରୀ ହେବାକୁ ମନା କରିଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସୋନିଆ ଶ୍ରୀ ସିଂହଙ୍କ ନାମ ଉପରେ ମୋହର ମାରିଥିଲେ। ଅନେକ ନେତା ମଧ୍ୟ ମନମୋହନକୁ ଗ୍ରହଣ କରିଥିଲେ। ମୂଳତଃ ମନମୋହନ ଜଣେ ଅର୍ଥନୀତିଜ୍ଞ ଥିଲେ,  ପିଏମ ଆସନରେ ବସିବା ପୂର୍ବରୁ ମନମୋହନ ମନ୍ତ୍ରୀ ଭାବରେ ଏବଂ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ। ମନମୋହନଙ୍କ ପାଖରେ ନିଷ୍ଠା ଏବଂ ଦୃଢ଼ ମନୋଭାବ ଥିଲା।  ଯାହାକି ଆମେରିକା ସହିତ ପରମାଣୁ ଚୁକ୍ତି ବେଳେ ଦେଖିବାକୁ ମିଳିଥିଲା। ଅନେକ ଦେଶ ବିରୋଧ କରିଥିଲେ ମଧ୍ୟ ଭାରତ ଆମେରିକା ସହିତ ଏହି ଡିଲ୍ ଚୂଡାନ୍ତ ହୋଇଥିଲା।ସେ ଜଣେ ପ୍ରଧାନମନ୍ତ୍ରୀ ଭାବରେ ଭଲ ପ୍ରଦର୍ଶନ କରିଥିଲେ ବୋଲି ପ୍ରଣବ ତାଙ୍କ ବହିରେ ଲେଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe