jitan-ram
ପାଟନା: ଅନେକ ସମୟରେ ବିବାଦୀୟ ବୟାନ ଦେଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଂଝୀ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ସେ ଦେଇଥିବା ଆଉ ଏକ ବୟାନକୁ ନେଇ ପୁଣି ବିବାଦ ଦେଖାଦେଇଛି। ସେ ତାଙ୍କ ସମର୍ଥକମାନଙ୍କୁ କହିଛନ୍ତି, ପ୍ରଥମେ ମତଦାନ ତା’ପରେ ସୁରାପାନ। ଏହାସହ ସେ ଆଶଙ୍କା କରିଛନ୍ତି, ତାଙ୍କ ସମର୍ଥକଙ୍କୁ ମଦ ଦେହରେ କିଛି ମିଶାଇ ସଜ୍ଞାହୀନ କରିବାକୁ ଯୋଜନା କରାଯାଉଛି। ତାଙ୍କର ଏପରି ବୟାନକୁ ନେଇ ବିବାଦ ଦେଖାଦେଇଛି।
ସୂଚନାଯୋଗ୍ୟ, ମାଂଝୀ ଇମାମଗଞ୍ଚ ଓ ଜହାନବନ୍ଦ ଜିଲ୍ଲାର ମୁକୁଦୁମପୁରରୁ ନିର୍ବାଚନ ଲଢୁଛନ୍ତି। ଆସନ୍ତା ଶୁକ୍ରବାର ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ବିରୋଧୀ ଦଳ ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ଓ ମଦ ବାଣ୍ଟୁଥିବା ସେ ଅଭିଯୋଗ କରିଛନ୍ତି। ବିରୋଧୀଙ୍କଠାରୁ ବର୍ତ୍ତିବାକୁ ହେଲେ ପ୍ରଥମେ ମତଦାନ ଓ ପରେ ସୁରାପାନ କରିବାକୁ ମାଂଝୀ ତାଙ୍କ ସମର୍ଥକଙ୍କୁ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/jitan-ram.jpg)