Advertisment

ବ୍ରିଟିଶ ରାଜ ପଦ ଛାଡ଼ିଲେ ପ୍ରିନ୍ସ ହ୍ୟାରୀ ଓ ମେଘାନ୍‌ ମର୍କେଲ୍‌

ଲଣ୍ଡନ: ବ୍ରିଟେନ୍‌ର କନିଷ୍ଠ ରାଜକୁମାର୍‌ ତଥା ସସେକ୍ସର ଡ୍ୟୁକ୍‌ ଓ ଡଚେସ୍‌ ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ପତ୍ନୀ ମେଘନ୍‌ ମର୍କେଲ୍‌ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି, ଯାହା ବ୍ରିଟିଶ ରାଜ ଦରବାରକୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ସେମାନେ ବ୍ରିଟିଶ ରାଜ ଦରବାର୍‌ର ବରିଷ୍ଠ ପଦ ଛାଡ଼ିଛନ୍ତି। ଏ ନେଇ ହ୍ୟାରୀ ନିଜ ସୋଶାଲ୍ ମିଡିଆରେ ଘୋଷଣା କରିଛନ୍ତି। https://www.instagram.com/p/B7EaGS_Jpb9/?utm_source=ig_web_copy_link ସୂଚନା ଅନୁୟାୟୀ, ପ୍ରିନ୍ସ ହ୍ୟାରୀ ଓ ପତ୍ନୀ ମେଘନ ନିଜ ଜେଜେମା ମହାରାଣୀ ଏଲିଜା ବେଥ୍‌ ଓ […]

author-image
Chinmayee Roy
ଅଦ୍ୟତନ ହୋଇଛି
ବ୍ରିଟିଶ ରାଜ ପଦ ଛାଡ଼ିଲେ ପ୍ରିନ୍ସ ହ୍ୟାରୀ ଓ ମେଘାନ୍‌ ମର୍କେଲ୍‌

prince

ଲଣ୍ଡନ: ବ୍ରିଟେନ୍‌ର କନିଷ୍ଠ ରାଜକୁମାର୍‌ ତଥା ସସେକ୍ସର ଡ୍ୟୁକ୍‌ ଓ ଡଚେସ୍‌ ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ପତ୍ନୀ ମେଘନ୍‌ ମର୍କେଲ୍‌ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି, ଯାହା ବ୍ରିଟିଶ ରାଜ ଦରବାରକୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ସେମାନେ ବ୍ରିଟିଶ ରାଜ ଦରବାର୍‌ର ବରିଷ୍ଠ ପଦ ଛାଡ଼ିଛନ୍ତି। ଏ ନେଇ ହ୍ୟାରୀ ନିଜ ସୋଶାଲ୍ ମିଡିଆରେ ଘୋଷଣା କରିଛନ୍ତି।

Advertisment

https://www.instagram.com/p/B7EaGS_Jpb9/?utm_source=ig_web_copy_link

ସୂଚନା ଅନୁୟାୟୀ, ପ୍ରିନ୍ସ ହ୍ୟାରୀ ଓ ପତ୍ନୀ ମେଘନ ନିଜ ଜେଜେମା ମହାରାଣୀ ଏଲିଜା ବେଥ୍‌ ଓ ପିତା ପ୍ରିନ୍ସ ଚାର୍ଲ୍ସଙ୍କୁ ନ ଜଣାଇ ଏଭଳି ନିଷ୍ପତ୍ତି ନେଇଛନ୍ତି।  ନିଜ ପୋଷ୍ଟରେ ସେ ଲେଖିଛନ୍ତି, ‘ଆମେ ରାଜ ପରିବାରର ବରିଷ୍ଠ ପଦବୀରୁ ଓହରି ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବାକୁ ଚାହୁଁଛୁ। ଅବଶ୍ୟ ଏଥିରେ ଆମକୁ ମହାରାଣୀଙ୍କର ସହଯୋଗ ମିଳିବ।’

ସେ ଆହୁରି ଲେଖିଛନ୍ତି, “କେବଳ ଆପଣଙ୍କ ପ୍ରୋତ୍ସାହନ ଯୋଗୁ ଆମେ ଏତେ ବଡ଼ ନିଷ୍ପତ୍ତି ନେଇପାରିଛୁ। ଉତ୍ତର ଆମେରିକା ଓ ବ୍ରିଟେନକୁ ଆମ ଯିବା ଆସିବା ଲାଗିରହିବ। ଆମେ ମହାରାଣୀ, କମନ୍‌ୱେଲ୍‌ଥ ଓ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ କାମ କରିବା ଜାରି ରଖିବୁ। ଯାହାଦ୍ୱାରା ଆମେ ଆମ ପୁଅ ଆର୍ଚିଙ୍କୁ ରାଜକୀୟ ପରମ୍ପରାର ସହ ମଧ୍ୟ ଲାଳନପାଳନ କରିପାରିବୁ। ଏଥିସହ ଆମ ପରିବାରକୁ ଆଗାମୀ ଦିନର ଯୋଜନା ଓ ନୂଆ ଚ୍ୟାରିଟେବୁଲ ଟ୍ରଷ୍ଟ ଆରମ୍ଭ କରିବା ପାଇଁ ସମୟ ମିଳିପାରିବ।।”

Advertisment

publive-imageତେବେ ଏଭଳି ଏକ ବଡ଼ ଘୋଷଣା ପରେ ସୋଶାଲ ମିଡିଆରେ ଅନେକ ଲୋକ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ତାଙ୍କୁ କଟାକ୍ଷ କରୁଥିବାବେଳେ କିଛି ଲୋକ ତାଙ୍କର ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି।  କିଛି ମାସ ଧରି ଗୁଜବ ପ୍ରଚାର ଚାଲିଥିଲା ଯେ, ପ୍ରିନ୍ସ ହ୍ୟାରୀ ଓ ପ୍ରିନ୍ସ ୱିଲିୟମଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ତେବେ ପ୍ରିନ୍ସ ହ୍ୟାରୀଙ୍କର ଏଭଳି ନିଷ୍ପତ୍ତି ଭାଇଙ୍କ ସହ  ସୃଷ୍ଟି ହୋଇଥିବା ଖରାପ ସମ୍ପର୍କ କାରଣରୁ ନେଇଥାଇ ପାରନ୍ତି ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ହ୍ୟାରୀଙ୍କ ଏଭଳି ନିଷ୍ପତ୍ତିରେ ରାଜ ପରିବାର ଓ ରାଣୀ କ୍ଷୁବ୍ଧ ହୋଇଛନ୍ତି। ଏଭଳି ଘୋଷଣାରେ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇଛନ୍ତି।