ପିପିଇ କିଟ୍‌ ଓ ମାସ୍କ ପାଇଁ ଲକ୍ଷାଧିକ ଟଙ୍କା ଲୁଟୁଛନ୍ତି ଘରୋଇ ହସ୍ପିଟାଲ!

ନୂଆଦିଲ୍ଲୀ: କୌଣସି ହସ୍ପିଟାଲ ଏନ୯୫ ମାସ୍କ ଓ ପିପିଇ କିଟ୍‌ ପାଇଁ କରୋନା ରୋଗୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବିଲ୍‌ କରୁଥିବା ଖବର ଆପଣ ଶୁଣି କ’ଣ ବିଶ୍ୱାସ କରିବେ କି? ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଦେଶରେ ଥିବା ଘରୋଇ ହସ୍ପିଟାଲ ଗୁଡ଼ିକ ଏଭଳି ବିଲ୍‌ କରି ଲୋକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ନେଉଛନ୍ତି। ଚିକିତ୍ସା ପାଇଁ ହସ୍ପିଟାଲଗୁଡ଼ିକ ଯେମିତି ଟଙ୍କାର ବିଲ୍‌ କରୁଛି, ତା’ର ୫୦% ଅର୍ଥ କେବଳ ମାସ୍କ ଓ ପିପିଇ […]

ପିପିଇ କିଟ୍‌ ଓ ମାସ୍କ ପାଇଁ ଲକ୍ଷାଧିକ ଟଙ୍କା ଲୁଟୁଛନ୍ତି ଘରୋଇ ହସ୍ପିଟାଲ

Hemant Lenka
  • Published: Friday, 12 June 2020
  • Updated: 12 June 2020, 05:59 PM IST

Sports

Latest News

ନୂଆଦିଲ୍ଲୀ: କୌଣସି ହସ୍ପିଟାଲ ଏନ୯୫ ମାସ୍କ ଓ ପିପିଇ କିଟ୍‌ ପାଇଁ କରୋନା ରୋଗୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବିଲ୍‌ କରୁଥିବା ଖବର ଆପଣ ଶୁଣି କ’ଣ ବିଶ୍ୱାସ କରିବେ କି? ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଦେଶରେ ଥିବା ଘରୋଇ ହସ୍ପିଟାଲ ଗୁଡ଼ିକ ଏଭଳି ବିଲ୍‌ କରି ଲୋକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ନେଉଛନ୍ତି।

ଚିକିତ୍ସା ପାଇଁ ହସ୍ପିଟାଲଗୁଡ଼ିକ ଯେମିତି ଟଙ୍କାର ବିଲ୍‌ କରୁଛି, ତା’ର ୫୦% ଅର୍ଥ କେବଳ ମାସ୍କ ଓ ପିପିଇ କିଟ ବାବଦରେ ଆଦାୟ କରାଯାଉଛି। ପୂର୍ବରୁ ହସ୍ପିଟାଲଗୁଡ଼ିକ ପିପିଇ କିଟ୍‌, ମାସ୍କ, ଫେସ ସ୍ଲାଇଡ ଓ ଗ୍ଲୋବ୍ସ ପାଇଁ ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚର ୧୦% ଅର୍ଥ ନେଉଥିଲେ। ହେଲେ ଏବେ ଏହା ୫୦%କୁ ବୃଦ୍ଧି ପାଇଲାଣି। ଏହାକୁ ନେଇ ଅନେକ ଲୋକ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି।

ମୁମ୍ବାଇର ଏକ ପରିବାର କରୋନା ଚିକିତ୍ସା ବାବଦକୁ ହସ୍ପିଟାଲ ପକ୍ଷରୁ ୨.୮ ଲକ୍ଷ ଟଙ୍କାର ବିଲ ପାଇଥିଲେ। ଏଥିରୁ ୧.୪ ଲକ୍ଷ ଟଙ୍କା କେବଳ ପିପିଇ କିଟ ଓ ଏନ୯୫ ମାସ୍କ ପାଇଁ ଦେବାକୁ ଉଲ୍ଲେଖ କରିଛନ୍ତି।

ମୁମ୍ବାଇର ଜଣେ କରୋନା ରୋଗୀ କହିଛନ୍ତି, “ମୁଁ ୧୯ ଦିନ ହେଲା ଚିକିତ୍ସିତ ହେଉଥିଲି। ମୋ ଚିକିତ୍ସା ଖର୍ଚ୍ଚ ବାବଦକୁ ହସ୍ପିଟାଲ କର୍ତ୍ତୃପକ୍ଷ ଯେଉଁ ବିଲ ଦେଇଛନ୍ତି, ସେଥିରୁ ୫୦% ଅର୍ଥ କେବଳ ପିପିଇ କିଟ, ମାସ୍କ ଓ ଫେସ ସ୍ଲାଇଡ ପାଇଁ ବିଲ୍‌ରେ ଯୋଡ଼ା ଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ମୋ ବୀମା କମ୍ପାନୀ ମଧ୍ୟ ଏହି ଅର୍ଥ ଦେବାକୁ ମନା କରିଦେଇଥିଲା। ସେମାନେ କେବଳ ୫୦% ଅର୍ଥ ଦେବାକୁ ରାଜି ହୋଇଛନ୍ତି।

କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ବି ପିପିଇ କିଟ୍‌ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ୯ ଦିନରେ ଜଣେ ରୋଗୀଙ୍କ ନାଁରେ ୮୦ ହଜାର ଟଙ୍କାର ବିଲ କରିଛନ୍ତି। ପ୍ରଥମ ଦୁଇ ଦିନ ହସ୍ପିଟାଲ ପକ୍ଷରୁ ପ୍ରତି ପିପିଇ କିଟ୍‌ ପାଇଁ ୪,୩୦୦ ଟଙ୍କା ଲେଖାଏ ବିଲ କରାଯାଇଥିଲା। ତେବେ ବାକି ୭ ଦିନରେ ପିପିଇ କିଟ୍‌ ପାଇଁ ୮,୯୦୦ ଟଙ୍କା ଲେଖାଏ ବିଲ କରାଯାଇଛି। ଚେନ୍ନାଇରେ ବି ଜଣେ କୋରୋନା ରୋଗୀଙ୍କ ଠାରୁ ପିପିଇ କିଟ୍‌ ବାବଦରେ ୩୩ ହଜାର ଟଙ୍କା ଆଦାୟ କରାଯାଇଛି।

ଆଉ ଜଣେ କରୋନା ରୋଗୀ ଦୀର୍ଘ ୨୫ ଦିନ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏଥିପାଇଁ ତାଙ୍କର ବିଲ ୧୬ ଲକ୍ଷ ଟଙ୍କା ହୋଇଥିଲା। ଏହି ଅର୍ଥରୁ ପ୍ରାୟ ୪ ଲକ୍ଷ ଟଙ୍କର ପିପିଇ କିଟ୍‌ ଓ ମାସ୍କ ପାଇଁ ବିଲ୍‌ରେ ଯୋଡ଼ା ଯାଇଛି। କରୋନା ରୋଗୀଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, “ମୁଁ ଜଣେ ଡାକ୍ତର। ତଥାପି ମୋ ସମ୍ପର୍କୀୟଙ୍କୁ ହସ୍ପିଟାଲରେ ଚିକିତ୍ସା କରାଇବା ମୋ ପାଇଁ ବି କଷ୍ଟକର। ମୁଁ ମୋ ସମ୍ପର୍କୀୟଙ୍କୁ ଆଇସିୟୁରେ ଭର୍ତ୍ତି କରିବା କ୍ଷଣି ହସ୍ପିଟାଲ ପକ୍ଷରୁ ୫ ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଥିଲା। ଆମେ ତୁରନ୍ତ ଅର୍ଥ ଜମା କରିଥିଲୁ। ଏହାର ସପ୍ତାହକ ପରେ ପୁଣି ୩ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ଏମିତି ଭାବେ ମୋଟ ୧୬ ଲକ୍ଷ ଟଙ୍କାର ବିଲ ହୋଇଥିଲା। ଆମେ ଏହି ଅର୍ଥକୁ ଋଣ କରି ସୁଝିଛୁ।”

ଅନ୍ୟପକ୍ଷରେ ବଜାରରେ ଏନ୯୫ ମାସ୍କ ୧୦୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିପିଇ କିଟ୍‌ର ମୂଲ୍ୟ ସାର୍ବଧିକ ୯୦୦ ଟଙ୍କା ରହିଛି। ସେହିପରି ଗ୍ଲୋବ୍ସ ଗୁଡ଼ିକ ୪୦ ଟଙ୍କାରୁ ଆରମ୍ଭ ହୋଇ ୫ଶହ ଟଙ୍କା ଯାଏ ରହିଛି। ଏପରି ସ୍ଥିତିରେ ଘରୋଇ ହସ୍ପିଟାଲଗୁଡ଼ିକ ଲକ୍ଷାଧିକ ଟଙ୍କାର ବିଲ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story