Amarinder-Singh
ଆଜି ଏହି ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ତଥା ଗାନ୍ଧି ପରିବାରର ଏକାନ୍ତ ଅନୁଗତ ସାଂସଦ ଅହମଦ ପଟେଲଙ୍କୁ ଭେଟିଛନ୍ତି ଅମରିନ୍ଦର ସିଂହ। ସିଦ୍ଧୁଙ୍କୁ ନେଇ ମନ୍ତ୍ରିମଣ୍ଡଳରେ ଦେଖାଦେଇଥିବା ବିବାଦ ବାବଦରେ ସେ ଆଲୋଚନା କରିଛନ୍ତି। ଏହାପରେ ଅମରିନ୍ଦର ସରକାରରେ ମନ୍ତ୍ରୀ ରହିବାକୁ ସିଦ୍ଧୁ ଇଚ୍ଛୁକ କି ନାହିଁ ବୋଲି କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ପଚାରିପାରେ। ଯଦି ସିଦ୍ଧୁ ଅନିଚ୍ଛା ପ୍ରକାଶ କରନ୍ତି ତାହେଲେ ସେ ଅମରିନ୍ଦରଙ୍କ ମନ୍ତ୍ରିମଣ୍ଡଳରୁ ବିଦା ହୋଇପାରନ୍ତି।
ସୂଚନାଯୋଗ୍ୟ ଯେ ସାଧାରଣ ନିର୍ବାଚନରେ ପଞ୍ଜାବର ୫ଟି ଲୋକସଭା ଆସନରେ କଂଗ୍ରେସ ହାରିବାର କାରଣ ସମ୍ପର୍କରେ ଆଲୋଚନା କଲା ବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଖୋଲାଖୋଲି ଭାବେ ସିଦ୍ଧୁଙ୍କୁ ଦାୟୀ କରିଥିଲେ। ସିଦ୍ଧୁ ଲୋକାଲ ଗଭର୍ଣ୍ଣମେଣ୍ଟ ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିଲେ। ଏହି ବିଭାଗ ସହରାଞ୍ଚଳର ଲୋକଙ୍କ ସମସ୍ୟା ବିଷୟରେ ବୁଝିବା କଥା। ହେଲେ ସିଦ୍ଧୁ ଠିକ୍ ଭାବେ ନିଜର କାର୍ଯ୍ୟ ନ କରିବାରୁ ଏହା କଂଗ୍ରେସକୁ ମହଙ୍ଗା ପଡ଼ିଥିବା ଅମରିନ୍ଦର କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/10/amrinder_sing_1508827909_618x347.jpg)