Advertisment

କାଲିଠୁ ୫ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଖୋଲିବ ସ୍କୁଲ

ଚଣ୍ଡିଗଡ଼: କରୋନା ସଂକ୍ରମଣ ପାଇଁ ପଞ୍ଜାବରେ ବନ୍ଦ ରହିଥିବା ସ୍କୁଲ ଗୁଡ଼ିକ ଆସନ୍ତାକାଲି ଠାରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୫ମରୁ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ କ୍ଲାସ କରିବାର ଅନୁମତି ମିଳିବ। ସକାଳ ୧୦ଟାରୁ ଦିନ ୩ଟା ଯାଏ କରୋନା କଟକଣା ମଧ୍ୟରେ କ୍ଲାସ ହେବ ବୋଲି ଶିକ୍ଷାମନ୍ତ୍ରୀ ବିଜୟ ସିଙ୍ଗଲା କହିଛନ୍ତି। ସେ କହିଛନ୍ତି, ଅଭିଭାବକମାନେ ଦୀର୍ଘ ଦିନ ହେଲାଣି ସ୍କୁଲ ଗୁଡ଼ିକ ଖୋଲିବାକୁ ଦାବି କରୁଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ସରକାରୀ, […]

ଅଦ୍ୟତନ ହୋଇଛି
କାଲିଠୁ ୫ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଖୋଲିବ ସ୍କୁଲ

f

Advertisment

ଚଣ୍ଡିଗଡ଼: କରୋନା ସଂକ୍ରମଣ ପାଇଁ ପଞ୍ଜାବରେ ବନ୍ଦ ରହିଥିବା ସ୍କୁଲ ଗୁଡ଼ିକ ଆସନ୍ତାକାଲି ଠାରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୫ମରୁ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ କ୍ଲାସ କରିବାର ଅନୁମତି ମିଳିବ। ସକାଳ ୧୦ଟାରୁ ଦିନ ୩ଟା ଯାଏ କରୋନା କଟକଣା ମଧ୍ୟରେ କ୍ଲାସ ହେବ ବୋଲି ଶିକ୍ଷାମନ୍ତ୍ରୀ ବିଜୟ ସିଙ୍ଗଲା କହିଛନ୍ତି।

Advertisment

ସେ କହିଛନ୍ତି, ଅଭିଭାବକମାନେ ଦୀର୍ଘ ଦିନ ହେଲାଣି ସ୍କୁଲ ଗୁଡ଼ିକ ଖୋଲିବାକୁ ଦାବି କରୁଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ସରକାରୀ, ସେମି-ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ପିଲାମାନଙ୍କୁ କରୋନା ସଂକ୍ରମଣରୁ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ଏସଓପି ପାଳନ କରିବାକୁ ସମସ୍ତେ ବାଧ୍ୟ ବୋଲି ସେ କହିଛନ୍ତି।

୨୦୨୦ ମସିହା ମାର୍ଚ୍ଚ ମାସରୁ ଦେଶରେ ଥିବା ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ତେବେ ଧୀରେଧୀରେ କରୋନା ସଂକ୍ରମଣ ହ୍ରାସ ପାଇବାରୁ ବିଭିନ୍ନ ରାଜ୍ୟର ସରକାରମାନେ ମଧ୍ୟ ସବୁ କିଛି ସ୍ୱାଭାବିକ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

Advertisment

ଅଧିକ ପଢନ୍ତୁ : କାଲିଠୁ ଖୋଲିବ ସ୍କୁଲ, କଡ଼ାକଡ଼ି ପାଳନ ହେବ ଗାଇଡଲାଇନ୍‌

School Reopen In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe