/odisha-reporter/media/post_attachments/uploads/2021/01/rafaile-jet.jpg)
rafaile jet
ନୂଆଦିଲ୍ଲୀ: ଦିଲ୍ଲୀ ରାଜପଥରେ ଗର୍ଜିଲା ରାଫେଲ। ସାରା ଦେଶକୁ ଦେଖାଇଲା ଶକ୍ତି ଲଢ଼ୁଆ ବିମାନ। ସାଧାରଣତନ୍ତ୍ର ଅବସରରେ ଦିଲ୍ଲୀ ରାଜପଥରେ ଉଡିଛି ରାଫେଲ। ଚଳିତ ବର୍ଷର ପରେଡରେ ସେନା ପ୍ରଥମ ଥର ପାଇଁ ଲଢୁଆ ବିମାନ ରାଫେଲ ଉଡାଣ ଭରିଛି । ଏହାସହ ଦୁଇଟି ଜାଗୁଅର, ମିଗ-୨୯, ୯୦ ଟ୍ୟାଙ୍କ୍, ରାମବିଜୟ, ସୁଖୋଇ-୩୦, ଏମ୍ଆଇ-୧୭, ଏମ୍ଆଇ-୩୫, ଏମକେ ଲଢୁଆ ବିମାନ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ସହ ଶକ୍ତି ପ୍ରଦର୍ଶନ କରିଛି ସେନା।
୧୪୦ ଏୟାର ଡିଫେନ୍ସ ରେଜିମେଣ୍ଟର କ୍ୟାପ୍ଟେନ୍ ପ୍ରୀତି ଚୈଧରୀ ଅପଗ୍ରେଡେଡ୍ ଶିଳକା ଓ୍ୱେପନ୍ ସିଷ୍ଟମକୁ ପ୍ରଦର୍ଶନ କରିଛନ୍ତି । ସେହିପରି ଭାରତୀୟ ନୌସେନା ୧୯୭୧ ଡିସେମ୍ବର୪ ଓ ୫ରେ କରାଚୀ ବନ୍ଦର ଉପରେ କରିଥିବା ଆକ୍ରମଣର ଝଲକ ଦେଖାଇଛି । ଏହାସହ ଆଇଏନଏସ ବିକ୍ରାନ୍ତ ଓ ଅଲାଇଜ୍ ଏୟାରକ୍ରାଫ୍ଟର ଫ୍ଲାଇଂ ଅପରେସନକୁ ପ୍ରଦର୍ଶିତ କରାଯାଇଛି ।/odisha-reporter/media/post_attachments/wp-content/uploads/2021/01/republic-day.jpg)
ବାୟୁସେନା ପକ୍ଷରୁ ଲଢୁଆ ବିମାନ ଏସୟୁ-୩୦କୁ ପରେଡରେ ସାମିଲ କରାଯାଇଛି । ଏହି ପରେଡରେ ମହିଳା ପାଇଲଟ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ସ୍ଥଳ ସେନା ପକ୍ଷରୁ ମଧ୍ୟ ପରେଡ୍ ହୋଇଛି । ଡିଆରଡିଓ ମଧ୍ୟ ନିଜର ଅସ୍ତ୍ରଶସ୍ତ୍ରର ଶକ୍ତି ପ୍ରଦର୍ଶନ କରିଛି । ଏନସିସି ପକ୍ଷରୁ ମାର୍ଚ୍ଚ ପାଷ୍ଟ୍ କରାଯାଇଛି ।
ସୀମା ଠାରୁ ସାଂସଦ ଯାଏଁ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ଦେଶବାସୀ ଆନନ୍ଦ ଉଲ୍ଲାସର ସହ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି । ଏହି ଅବସରରେ ପ୍ରତିବର୍ଷ ଭଳି ନୂଆଦିଲ୍ଲୀର ରାଜପଥରେ ପରେଡ୍ ଆୟୋଜିତ ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
