Advertisment

ଖାଲି ତାଳି ମାରିଲେ କିଛି ହେବନି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ସମାଲୋଚନା କରିଛନ୍ତି। ଏଥିସହ ସେ କହିଛନ୍ତି, ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ତୁରନ୍ତ କିଛି ପଦକ୍ଷେପ ନେବା ଦରକାର। ସରକାର କରୋନା ଭଳି ସ୍ଥିତିରେ ବଡ଼ ଆର୍ଥିକ ପ୍ୟାକେଜ୍‌ ମଧ୍ୟ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି। ସେ କରୋନା କାରଣରୁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବାର ଅଛି। ସେହିଭଳି କରୋନାର ମୁକାବିଲା ପାଇଁ କାର୍ଯ୍ୟରତ […]

ଅଦ୍ୟତନ ହୋଇଛି
ଖାଲି ତାଳି ମାରିଲେ କିଛି ହେବନି: ରାହୁଲ ଗାନ୍ଧି

rahul_gandhi

Advertisment

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ସମାଲୋଚନା କରିଛନ୍ତି। ଏଥିସହ ସେ କହିଛନ୍ତି, ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ତୁରନ୍ତ କିଛି ପଦକ୍ଷେପ ନେବା ଦରକାର। ସରକାର କରୋନା ଭଳି ସ୍ଥିତିରେ ବଡ଼ ଆର୍ଥିକ ପ୍ୟାକେଜ୍‌ ମଧ୍ୟ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି।

Advertisment

ସେ କରୋନା କାରଣରୁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବାର ଅଛି। ସେହିଭଳି କରୋନାର ମୁକାବିଲା ପାଇଁ କାର୍ଯ୍ୟରତ ଲୋକଙ୍କ ପାଇଁ ଥାଳି ବଜାଇବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସେ କଡ଼ା ସମାଲୋଚନା କରିଛନ୍ତି।

ରାହୁଲ କହିଛନ୍ତି, ତାଳି ମାରିଲେ ଦିନ ମଜୁରିଆ ଏବଂ ମଧ୍ୟମ ବର୍ଗର ଉଦ୍ୟୋଗୀଙ୍କୁ କିଛି ସହାୟକ ହେବନି। ଏହି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଟ୍ୱିଟ୍‌ ଯୋଗେ କହିଛନ୍ତି, “ତାଳି ସେମାନଙ୍କୁ ସହାୟକ ହେବନି। ଏବେ ସେମାନଙ୍କୁ ଆର୍ଥିକ ସହାୟତା ସହ ଋଣ ଶୁଝିବାରେ କୋହଳ କରାଯିବା ଦରକାର। ଏଥିପାଇଁ ଏକ ବଡ଼ ଅର୍ଥନୀତିକ ପ୍ୟାକେଜ୍‌ ଘୋଷଣା ହେବା ଦରକାର। ତୁରନ୍ତ ପଦକ୍ଷେପ ନେବା ଦରକାର।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe