Advertisment

କରୋନା ମୁକାବିଲା ଓ ଚୀନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ଏକାଧିକ ପ୍ରସଙ୍ଗ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କରୋନା ସଙ୍କଟଠାରୁ ଆରମ୍ଭ କରି ନେପାଳ ଓ ଲଦାଖ ଘଟଣା ପର୍ଯ୍ୟନ୍ତ, ବିଭିନ୍ନ ବିଷୟରେ ରାହୁଲ ଆଜି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କରୋନା ସଙ୍କଟ ଏବଂ ଲକଡାଉନ ସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି ଯେ, ଗରିବମାନଙ୍କୁ ନଗଦ ଟଙ୍କା ଦେଲେ କ୍ରେଡିଟ୍ ରେଟିଂ ପ୍ରଭାବିତ ହେବ ବୋଲି ଆଶଙ୍କା କରି କେନ୍ଦ୍ର ସରକାର […]

କରୋନା ମୁକାବିଲା ଓ ଚୀନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍

rahul-gandhi

Advertisment

ନୂଆଦିଲ୍ଲୀ: ଏକାଧିକ ପ୍ରସଙ୍ଗ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କରୋନା ସଙ୍କଟଠାରୁ ଆରମ୍ଭ କରି ନେପାଳ ଓ ଲଦାଖ ଘଟଣା ପର୍ଯ୍ୟନ୍ତ, ବିଭିନ୍ନ ବିଷୟରେ ରାହୁଲ ଆଜି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Advertisment

କରୋନା ସଙ୍କଟ ଏବଂ ଲକଡାଉନ ସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି ଯେ, ଗରିବମାନଙ୍କୁ ନଗଦ ଟଙ୍କା ଦେଲେ କ୍ରେଡିଟ୍ ରେଟିଂ ପ୍ରଭାବିତ ହେବ ବୋଲି ଆଶଙ୍କା କରି କେନ୍ଦ୍ର ସରକାର ଏଭଳି କରୁନାହାନ୍ତି। ଏଥିଲାଗି ଗରିବଙ୍କ ମଧ୍ୟ ନିରାଶା ଭାବ ସୃଷ୍ଟି ହୋଇଛି।

ରାହୁଲ କହିଛନ୍ତି, ଭାରତରେ ବେରୋଜଗାର ସମସ୍ୟା ଗମ୍ଭୀର ରୂପ ନେଲାଣି। ଏ ଦିଗରେ ମେକ୍ ଇନ୍ ଇଣ୍ଡିଆ ଭଳି ସରକାରଙ୍କ ଯୋଜନାର କୌଣସି ସୁଫଳ ଦେଖାଯାଉ ନାହିଁ। ଏମଏସଏମଇ ଏବଂ ଗରିବଙ୍କୁ ନଗଦ ଟଙ୍କା ଦରକାର। ନ ହେଲେ ଏହାର ଫଳ ସାଂଘାତିକ ହେବ। ଏହାସହ କରୋନା ସଙ୍କଟ ମୁକାବିଲା ନେଇ ସରକାର ସ୍ପଷ୍ଟତା ନାହିଁ ବୋଲି ରାହୁଲ ଅଭିଯୋଗ ଆଣିଛନ୍ତି।

Advertisment

ମୋଦି ସରକାରଙ୍କୁ ଟାର୍ଗେଟ୍ କରି ରାହୁଲ ପୁଣି କହିଛନ୍ତି, ଦେଶରେ କଣ ଚାଲିଛି, ଦେଶବାସୀ ଅବଗତ ହେବା ଜରୁରୀ। କରୋନାକୁ ନେଇ ଏକ ସାଂଘାତିକ ପରିସ୍ଥିତି ଆସୁଛି ବୋଲି ମୁଁ ଫେବୃୟାରୀରେ ସରକାରଙ୍କୁ ଚେତାବନୀ ଦେଇଥିଲି। ମୁଁ ପୁଣି ମୋର ଫେବୃୟାରୀର ଚେତାବନୀକୁ ଦୋହରାଇ କହୁଛି, ଆମେ ଏବେ ବି ଭୟଙ୍କର ପରିସ୍ଥିତିରେ ଅଛନ୍ତି ବୋଲି ରାହୁଲ କହିଛନ୍ତି।

ଆର୍ଥିକ ଦୃଷ୍ଟିକୋଣରୁ ସକରାତ୍ମକ କାର୍ଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ରାହୁଲ। ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି, ତାହା କାହାକୁ ସାହାଯ୍ୟ କରିପାରିବ ନାହିଁ ବୋଲି ସେ କହିଛନ୍ତି।

ରାହୁଲ ପୁଣି କହିଛନ୍ତି, ଚୀନ ସହ ସୀମାରେ ଯେଉଁ ବିଷୟ ଚାଲିଛି ସରକାର ସେ ନେଇ ସମସ୍ତଙ୍କୁ ସ୍ପଷ୍ଟ କରିବା ଆବଶ୍ୟକ। ନେପାଳରେ କଣ ହେଲା? କିପରି ହେଲା? ଲଦାଖରେ କଣ ହେଲା? ସରକାର ସ୍ପଷ୍ଟ ଭାବେ ସୂଚନା ଦେବା ଆବଶ୍ୟକ। ଏହି ପ୍ରସଙ୍ଗରେ ସରକାରଙ୍କ ସ୍ପଷ୍ଟତା ଦୃଷ୍ଟିଗୋଚର ହେଉନାହିଁ।

ଏନେଇ ସେ କହିଛନ୍ତି, ଚୀନ ପ୍ରସଙ୍ଗରେ ମୁଁ ଅଧିକ କିଛି କହିବି ନାହିଁ। ଏନେଇ ସରକାରଙ୍କ ଦୂରଦୃଷ୍ଟି ଉପରେ ମୁଁ ସବୁକିଛି ଛାଡ଼ୁଛି। ଚୀନ ପ୍ରସଙ୍ଗ ସରକାର ସ୍ପଷ୍ଟ ନ କରିବା ପର୍ଯ୍ୟନ୍ତ ମୋର କିଛି ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ ବୋଲି ରାହୁଲ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe