rahul-gandhi
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍' ମାଧ୍ୟମରେ ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମ ପ୍ରସାରଣ ଶେଷ ହେଉ ହେଉ ଏପଟେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର୍ ଟାର୍ଗେଟ୍ କରିଛନ୍ତି। ଏନଇଇଟି ଏବଂ ଜେଇଇ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ୍ ଟ୍ୱିଟ୍ କରିଛନ୍ତି।
ରାହୁଲ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି, ଏନଇଇଟି, ଜେଇଇ ପରୀକ୍ଷାର୍ଥୀ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ସହ 'ପରୀକ୍ଷା ପର ଚର୍ଚ୍ଚା' କରନ୍ତୁ। ହେଲେ ପ୍ରଧାନମନ୍ତ୍ରୀ ଦେଶର ଲୋକମାନଙ୍କ ସହ 'ଖିଲୋନେ ପେ ଚର୍ଚ୍ଚା' କଲେ।
ସୂଚନା ଥାଉ କି, ୨୦୧୪ ଲୋକସଭା ନିର୍ବାଚନ ସମୟରେ ବିଜେପି ନରେନ୍ଦ୍ର ମୋଦିଙ୍କ ସହ 'ଚାଏ ପେ ଚର୍ଚ୍ଚା' ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯାହା ଖୁବ୍ ଲୋକପ୍ରିୟ ରହିଥିଲା। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହାକୁ ଲିଙ୍କ୍ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି।
ରାହୁଲ ଗାନ୍ଧି ଏହା ପୂର୍ବରୁ ମଧ୍ୟ ଏନଇଇଟି, ଆଇଆଇଟି ଏବଂ ଜେଇଇ କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିସାରିଛନ୍ତି। ନିକଟରେ ଏକ ଭିଡିଓ ମାଧ୍ୟମରେ ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, "ଛାତ୍ରଛାତ୍ରୀ ଆସନ୍ତା କାଲିର ଭବିଷ୍ୟତ। ମୋତେ ସ୍ପଷ୍ଟ ଦେଖାଯାଉଛି ଯେ, କେନ୍ଦ୍ର ସରକାର ଅକ୍ଷମ। ତା ହେଲେ ସରକାର ଆପଣଙ୍କ ଉପରେ କାହିଁକି ଚାପ ପକାଉଛନ୍ତି?"
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/rahul-gandhi.jpg)