Advertisment

ମୋଦିଙ୍କୁ ପୁଣିଥରେ ରାହୁଲଙ୍କ ଟାର୍ଗେଟ୍, 'ସତ କ’ଣ କୁହ'

ନୂଆଦିଲ୍ଲୀ: ଲଦାଖରେ ଚୀନ୍ ସହିତ ଚାଲିଥିବା ମତଭେଦକୁ ନେଇ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଜବାବ ମାଗିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ଏବେର ସଭାପତି ସୋନିଆ ଗାନ୍ଧୀ। ଏହି ଦୁଇ ନେତା ଟୁଇଟରରେ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜବାବ ମାଗିଛନ୍ତି। LIVE: Congress President Smt. Sonia Gandhi shares a message for our armed forces. #SpeakUpForOurJawans https://t.co/RVuKKRZJ7u — Congress (@INCIndia) June 26, 2020 […]

ଅଦ୍ୟତନ ହୋଇଛି
ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍

Rahul-Gandhi

Advertisment

ନୂଆଦିଲ୍ଲୀ: ଲଦାଖରେ ଚୀନ୍ ସହିତ ଚାଲିଥିବା ମତଭେଦକୁ ନେଇ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଜବାବ ମାଗିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ଏବେର ସଭାପତି ସୋନିଆ ଗାନ୍ଧୀ। ଏହି ଦୁଇ ନେତା ଟୁଇଟରରେ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜବାବ ମାଗିଛନ୍ତି।

Advertisment

https://twitter.com/INCIndia/status/1276433572929269760

ସୋନିଆ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ କହୁଛନ୍ତି ଚୀନ୍ ଆମର କୌଣସି ଜାଗା ଜବର ଦଖଲ କରି ନାହିଁ। ଯଦି ଏହା ସତ, ତା’ହେଲେ ଚୀନ୍ କିଭଳି ଗୁଲଓ୍ୱାନ ଉପତ୍ୟକାରେ ୨୦ ଯବାନଙ୍କୁ ଉପରେ ଆକ୍ରମଣ କରି ମାରିବାରେ ସକ୍ଷମ ହେଲେ ଆଉ କେମେତି ହେଲା?

https://twitter.com/RahulGandhi/status/1276447244317650944

ସେହିପରି ରାହୁଲ୍ ଗାନ୍ଧୀ କହିଛନ୍ତି, “ହିନ୍ଦୁସ୍ଥାନର ବୀର ଶହୀଦଙ୍କୁ ମୋର ପ୍ରଣାମ। ଏବେର ସ୍ଥିତିରେ ସାରା ଦେଶ ଏବେ ସେନା ଏବଂ ସରକାର ସହିତ ରହିଛି। କିନ୍ତୁ ଗୋଟିଏ ପ୍ରଶ୍ନ ଉଠିଛି, ନିକଟରେ ପ୍ରଧାନମନ୍ତ୍ରୀ କହିଥିଲେ କେହି ହିନ୍ଦୁସ୍ଥାନ ଭିତରକୁ ପ୍ରବେଶ କରି ନାହାନ୍ତି। କେହି ଆମର ଗୋଟିଏ ଇଞ୍ଚ ଜମି ମଧ୍ୟ ନେଇ ନାହାନ୍ତି। ହେଲେ ସାଟେଲାଇଟ୍ ଇମେଜରୁ ଜଣାପଡ଼ୁଛି ଚୀନ୍ ଆମର ତିନୋଟି ସ୍ଥାନକୁ ଅକ୍ତିଆର କରିଛି”।

Advertisment

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଆପଣଙ୍କୁ ସତ କହିବାକୁ ହେବ। ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ସାରା ଦେଶ ଆପଣଙ୍କ ସହିତ ରହିଛି। ଯଦି ଆପଣ କହିବେ ଜମି ଯାଇନାହିଁ ଆଉ ସତରେ ଜମି ଚାଲିଯାଇଛି ଚୀନ୍ ଉପକୃତ ହେବ। ଏଭଳି ସ୍ଥିତିରେ ଆମକୁ ଏକାଠି ଲଢ଼ିବାକୁ ହେବ ଏବଂ ସେମାନଙ୍କଠୁ ଜମି ଫେରାଇ ଆଣିବାକୁ ପଡ଼ିବ। ଆପଣ ଭୟ ନକରି ସତ କୁହନ୍ତୁ, ଚୀନ୍ ଜମି ନେଇଛି ଏବଂ ଆମେ ପଦକ୍ଷେପ ନେବାକୁ ଯାଉଛୁ। ସାରା ଦେଶ ଆପଣଙ୍କ ସହିତ ରହିଛି। ତେବେ ବିନା ଅସ୍ତ୍ରଶସ୍ତ୍ରରେ ଶହୀଦ ଯବାନଙ୍କୁ କିଏ ପଠାଇଥିଲା ତା’ର ଜବାବ ଦିଅନ୍ତୁ ବୋଲି ରାହୁଲ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe