Advertisment

ରାହୁଲ କହିଲେ 'ତିନୋଟି ଜିନିଷ ଲୁଚି ରହିପାରିବ ନାହିଁ...'

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ୍ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ସେ କରୋନା ସଂକ୍ରମଣ ସ୍ଥିତି ମୁକାବିଲା ପ୍ରସଙ୍ଗ ହେଉ ବା ଲଦାଖ ପ୍ରସଙ୍ଗ ହେଉ। ପ୍ରତ୍ୟେକ ପ୍ରସଙ୍ଗରେ ମୋଦି ସରକାରଙ୍କୁ ରାହୁଲ ଗାନ୍ଧି କଡ଼ା ସମାଲୋଚନା କରିବା ସହ ପ୍ରଶ୍ନ ପଚାରିବା ନେଇ ଅବହେଳା କରନ୍ତି ନାହିଁ। ତେବେ ରବିବାର ଗୁରୁପୂର୍ଣ୍ଣିମା ଅବସରରେ ମଧ୍ୟ ରାହୁଲଙ୍କ ଏକ ଟ୍ୱିଟକୁ ନେଇ ଚର୍ଚ୍ଚା ହେଉଛି। ନିଜ […]

ସରକାରଙ୍କ ନୀତି ପାଇଁ ବେରୋଜଗାର ବଢ଼ିଛି, ଅଭିବୃଦ୍ଧି କମିଛି: ରାହୁଲ୍

rahul

Advertisment

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ୍ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ସେ କରୋନା ସଂକ୍ରମଣ ସ୍ଥିତି ମୁକାବିଲା ପ୍ରସଙ୍ଗ ହେଉ ବା ଲଦାଖ ପ୍ରସଙ୍ଗ ହେଉ। ପ୍ରତ୍ୟେକ ପ୍ରସଙ୍ଗରେ ମୋଦି ସରକାରଙ୍କୁ ରାହୁଲ ଗାନ୍ଧି କଡ଼ା ସମାଲୋଚନା କରିବା ସହ ପ୍ରଶ୍ନ ପଚାରିବା ନେଇ ଅବହେଳା କରନ୍ତି ନାହିଁ।

Advertisment

ତେବେ ରବିବାର ଗୁରୁପୂର୍ଣ୍ଣିମା ଅବସରରେ ମଧ୍ୟ ରାହୁଲଙ୍କ ଏକ ଟ୍ୱିଟକୁ ନେଇ ଚର୍ଚ୍ଚା ହେଉଛି। ନିଜ ଟ୍ୱିଟରେ ଗୁରୁପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହ ଗୌତମ ବୁଦ୍ଧଙ୍କ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, "ତିନୋଟି ଜିନିଷ, ଯାହା ଅଧିକ ଦିନ ଯାଏ ଲୁଚି ରହିପାରିବ ନାହିଁ- ସୂର୍ଯ୍ୟ, ଚନ୍ଦ୍ରମା ଏବଂ ସତ୍ୟ।"

ରାହୁଲଙ୍କ ଏହି ଟ୍ୱିଟଟି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ବୋଲି କୁହାଯାଉଛି। କାରଣ ଏଲଏସିରେ ଚୀନ ସହ ତିକ୍ତତା ପରିସ୍ଥିତିକୁ ନେଇ ଲଗାତର ରାହୁଲ ମୋଦି ସରକାରଙ୍କୁ ପ୍ରଶ୍ନ କରୁଛନ୍ତି। ଏନେଇ ଶୁକ୍ରବାର ସେ କହିଥିଲେ ଯେ, "ଲଦାଖୀ କହୁଛନ୍ତି ଯେ ଚୀନ ଆମ ଜମି ନେଇଗଲା, ପ୍ରଧାନମନ୍ତ୍ରୀ କହୁଛନ୍ତି କେହି ବି ଆମ ଜମି ନେଇନାହାନ୍ତି। କେହି ତ ଜଣେ ସିଧା ସିଧା ମିଛ କହୁଛି..."

Advertisment

ଶୁକ୍ରବାର ଏଭଳି ମନ୍ତବ୍ୟ ଦେବା ପରେ ଆଜି ଗୁରୁପୂର୍ଣ୍ଣିମା ଅବସରରେ ରାହୁଲ ଏଭଳି ଟ୍ୱିଟ୍ କରିଛନ୍ତି।

Ladakh PM Modi Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe