୧୩ ଘଣ୍ଟାରେ ୩୪ କିମି ଚାଲିଲେଣି ରାହୁଲ ଗାନ୍ଧି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ସର୍ବଦା କାର୍‌ ଓ ବିମାନରେ ଯିବା ଆସିବା କରୁଥିବା ରାହୁଲ ଗାନ୍ଧି ଏବେ ଚାଲିଚାଲି ପଥ ଅତିକ୍ରମ କରୁଛନ୍ତି। ରାହୁଲ ଗତ ୧୩ ଘଣ୍ଟା ମଧ୍ୟରେ ୩୪ କିମି ରାସ୍ତା ଚାଲିଚାଲି ଅତିକ୍ରମ କରିଛନ୍ତି। ଏକଥା ଆମେ କହୁନୁ  ଖୋଦ ରାହୁଲ ଗାନ୍ଧି ଓ କଂଗ୍ରେସ ପକ୍ଷରୁ ଏହି ଦାବି କରାଯାଇଛି।     ରାହୁଲ ଗାନ୍ଧି ଏବେ କୈଳାସ ମାନସରୋବର ଅଭିମୁଖେ ଯାତ୍ରା କରୁଛନ୍ତି। କୈଳାସ ପର୍ବତରେ ଥିବା ପ୍ରଭୁ ଶିବଙ୍କୁ ଦର୍ଶନ କରିବା ପାଇଁ […]

rahul1

Hemant Lenka
  • Published: Friday, 07 September 2018
  • , Updated: 07 September 2018, 12:41 PM IST
ନୂଆଦିଲ୍ଲୀ: ସର୍ବଦା କାର୍‌ ଓ ବିମାନରେ ଯିବା ଆସିବା କରୁଥିବା ରାହୁଲ ଗାନ୍ଧି ଏବେ ଚାଲିଚାଲି ପଥ ଅତିକ୍ରମ କରୁଛନ୍ତି। ରାହୁଲ ଗତ ୧୩ ଘଣ୍ଟା ମଧ୍ୟରେ ୩୪ କିମି ରାସ୍ତା ଚାଲିଚାଲି ଅତିକ୍ରମ କରିଛନ୍ତି। ଏକଥା ଆମେ କହୁନୁ  ଖୋଦ ରାହୁଲ ଗାନ୍ଧି ଓ କଂଗ୍ରେସ ପକ୍ଷରୁ ଏହି ଦାବି କରାଯାଇଛି।  
 
ରାହୁଲ ଗାନ୍ଧି ଏବେ କୈଳାସ ମାନସରୋବର ଅଭିମୁଖେ ଯାତ୍ରା କରୁଛନ୍ତି। କୈଳାସ ପର୍ବତରେ ଥିବା ପ୍ରଭୁ ଶିବଙ୍କୁ ଦର୍ଶନ କରିବା ପାଇଁ ସେ ଚାଲିଚାଲି ଯାଉଛନ୍ତି। ଏକଥା ଆଜି ରାହୁଲ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି।
୧୨ ଦିନିଆ କୈଳାସ ମାନସରାବର ଅଭିମୁଖେ ଯାତ୍ରା କରୁଥିବା ରାହୁଲ ଗାନ୍ଧି ପ୍ରଥମଥର ପାଇଁ ଏଭଳି ଫଟୋ ଟ୍ୱିଟର୍‌ରେ ଛାଡ଼ିଛନ୍ତି। ସେ ଏହି ଫଟୋରେ ଅନ୍ୟ ଶ୍ରଦ୍ଧାଳୁମାନଙ୍କ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। 
 
ରାହୁଲ ଗାନ୍ଧି ପ୍ରଥମଥର ପାଇଁ ବିନା ସୁରକ୍ଷା ବଳୟରେ ଏତେ ବାଟ ଗସ୍ତ କରୁଥିବା ଜଣାପଡ଼ିଛି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାହୁଲ ଗାନ୍ଧି ନିରବଚ୍ଛିନ୍ନ ଭାବେ ୧୩ ଘଣ୍ଟା ଚାଲିଥିଲେ। ଏହି ସମୟ ମଧ୍ୟରେ ସେ ୩୪ କିମି ରାସ୍ତା ଅତିକ୍ରମ କରିଛନ୍ତି। 
 
ରାହୁଲ ଗାନ୍ଧି ପାହଡ଼ ଉପରକୁ ଘୋଡ଼ାରେ ଯିବା ବଦଳରେ ଚାଲିଚାଲି ଯିବାକୁ ଅଧିକ ପସନ୍ଦ କରିଥିଲେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
 
୪୮ ବର୍ଷୀୟ ରାହୁଲ ଗାନ୍ଧି ଅଗଷ୍ଟ ୩୧ରେ କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିଥିଲେ।
ତେବେ ବିଜେପି ଏହାକୁ ନେଇ ପ୍ରଶ୍ନ ଉଠାଇବାରୁ ପ୍ରମାଣ ସ୍ୱରୂପ ଆଜି ରାହୁଲ ଗାନ୍ଧି ଏଭଳି ଫଟୋ ଛାଡ଼ିଥିବା କୁହାଯାଉଛି। ତେବେ ଏହି ଫଟୋ ମଧ୍ୟ ଫେକ ଓ ଏହା ଫାଟୋଶପ୍ କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି।

Related story