Advertisment

ଜେଲ୍‌ରୁ ମୁକୁଳିଲେ ରାଜ୍‌

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ଦୀର୍ଘ ୨ ମାସ ଜେଲ୍‌ରେ ରହିବା ପରେ ଆଜି ମୁକୁଳିଛନ୍ତି ବ୍ୟବସାୟୀ ରାଜ କୁନ୍ଦ୍ରା। ରାଜଙ୍କୁ ଗତକାଲି ଜାମିନ ମିଳିବା ପରେ ସେ ଆଜି ମୁକୁଳିବେ ବୋଲି ଶୁଣିବାକୁ ମିଳୁଥିଲା। ଆଜି ପୂର୍ବାହ୍ନ ୧୧ଟା ୩୦ରେ ରାଜ ମୁମ୍ବାଇସ୍ଥିତ ଆର୍ଥର ରୋଡ ଜେଲ୍‌ରୁ ବାହାରିଥିବା ଜଣେ ଜେଲ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗତ ଜୁଲାଇ ୧୯ ତାରିଖରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଥିବା […]

ଅଦ୍ୟତନ ହୋଇଛି
ଜେଲ୍‌ରୁ ମୁକୁଳିଲେ ରାଜ୍‌

raj kundra

Advertisment

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ଦୀର୍ଘ ୨ ମାସ ଜେଲ୍‌ରେ ରହିବା ପରେ ଆଜି ମୁକୁଳିଛନ୍ତି ବ୍ୟବସାୟୀ ରାଜ କୁନ୍ଦ୍ରା। ରାଜଙ୍କୁ ଗତକାଲି ଜାମିନ ମିଳିବା ପରେ ସେ ଆଜି ମୁକୁଳିବେ ବୋଲି ଶୁଣିବାକୁ ମିଳୁଥିଲା। ଆଜି ପୂର୍ବାହ୍ନ ୧୧ଟା ୩୦ରେ ରାଜ ମୁମ୍ବାଇସ୍ଥିତ ଆର୍ଥର ରୋଡ ଜେଲ୍‌ରୁ ବାହାରିଥିବା ଜଣେ ଜେଲ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗତ ଜୁଲାଇ ୧୯ ତାରିଖରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ସେବେଠୁ ଜେଲ୍‌ରେ ଥିଲେ ରାଜ କୁନ୍ଦ୍ରା। କିଛି ଦିନ ପୂର୍ବେ ଏହି ମାମଲାର ଚାର୍ଜସିଟ ଦାଖଲ ହୋଇଥିବା ବେଳେ ଗତକାଲି ମାଜିଷ୍ଟ୍ରେଟ୍ ରାଜଙ୍କୁ ୫୦,୦୦୦ ଟଙ୍କାର ମୁଚାଲିକା ବଦଳରେ ଜାମିନ ପ୍ରଦାନ କରିଥିଲେ। ରାଜ୍‌ଙ୍କୁ ଜାମିନ ମିଳିବା ପରେ ସୋଶାଲ ମିଡିଆରେ ନିଜ ଖୁସି ବ୍ୟକ୍ତ କରିଛନ୍ତି ଶିଳ୍ପା ଶେଟ୍ଟୀ  । ଶିଳ୍ପା ନିଜ ଇନଷ୍ଟାରେ ଏକ ଇନ୍ଦ୍ରଧନୁ ଫଟୋ ଶେଆର କରି  ଏକ  ଝଡ଼ ପରେ ମଧ୍ୟ ସୁନ୍ଦର ଜିନିଷ ହୋଇପାରେ ବୋଲି ଲେଖିଛନ୍ତି। ଏଥିସହ ତାଙ୍କ ପୁଅ ଭିଆନ କୁନ୍ଦ୍ରା ମଧ୍ୟ ବାପାଙ୍କ ମୁକୁଳିବା ଖବର ପାଇ  ଗଣେଶ ପୂଜା ଫଟୋ ଶେଆର କରି ନିଜ ମନର ଭାବନା ବ୍ୟକ୍ତ କରି ସାରିଛନ୍ତି।

ରାଜଙ୍କ ସହ ତାଙ୍କ ଆଇଟି ହେଡ୍‌ ରିୟାନ୍‌ ଥୋରପେଙ୍କୁ ମଧ୍ୟ ଜାମିନ ମିଳିଛି। ଉଭୟଙ୍କ ପାଇଁ ଓକିଲ ପ୍ରଶାନ୍ତ ପାଟିଲ କୋର୍ଟରେ ଯୁକ୍ତି ସ୍ଥାପନ କରିଥିଲେ। ସେ କହିଥିଲେ ଯେ, ପ୍ଲାଟଫର୍ମରେ କେଉଁ କଣ୍ଟେଣ୍ଟ ଅପଲୋଡ଼ ହେବ ତାହା ସେଲିବ୍ରେଟି ଓ କଣ୍ଟେଣ୍ଟ ପ୍ରଡ୍ୟୁସର ନିଷ୍ପତ୍ତି ନିଅନ୍ତି। ତାହା ରାଜ କୁନ୍ଦ୍ରା ଓ ରିୟାନ୍‌ ନିଷ୍ପତ୍ତି ନିଅନ୍ତି ନାହିଁ ବୋଲି । ୧୪୦୦ ପୃଷ୍ଟା ସମ୍ବଳିତ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ କେଉଁଠି ବି ରାଜ କୁନ୍ଦ୍ରା କଣ୍ଟେଣ୍ଟ ଅପଲୋଡ଼ କରୁଥିବା ପ୍ରମାଣ ନାହିଁ ବୋଲି ଓକିଲ ପ୍ରଶାନ୍ତ କହିଛନ୍ତି ।

Advertisment

ଅପରପକ୍ଷରେ ସରକାରୀ ଓକିଲଙ୍କ ଉଭୟଙ୍କ ଜାମିନ ପ୍ରଦାନକୁ ବିରୋଧ କରିଥିଲେ। ଉଭୟଙ୍କୁ ଜାମିନ ମିଳିଲେ ପ୍ରମାଣ ଟ୍ୟାମ୍ପରିଂ ହେବାର ଆଶଙ୍କା ରହିଛି ବୋଲି ସେ କହିଥିଲେ। ତଥାପି କୋର୍ଟ ଉଭୟଙ୍କ ଜାମିନ ମଞ୍ଜୁର କରିଥିବା ବେଳେ ଆଜି ରାଜଙ୍କୁ ଜେଲ୍‌ରୁ ମୁକ୍ତି ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe