Advertisment

ରାଜେ ଓ ମୋଦି ଥିଲେ ବିଜନେସ୍ ପାର୍ଟନର: ଜୟରାମ ରମେଶ

ନୂଆଦିଲ୍ଲୀ: ଲଳିତ ମୋଦି ଟ୍ରାଭେଲ୍ ଡକ୍ୟୁମେଣ୍ଟ ପ୍ରସଙ୍ଗରେ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ପୂର୍ବତନ ଆଇପିଏଲ୍ କମିଶନର ଲଳିତ ମୋଦି ବିଜିନେସ୍ ପାର୍ଟନର ଥିଲେ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ଜୟରାମ ରମେଶ। ଦୁହିଁଙ୍କ ମଧ୍ୟରେ ସିଧାସଳଖ ବ୍ୟାବସାୟିକ ସମ୍ପର୍କ ଥିଲା ବୋଲି ରମେଶ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ବସୁନ୍ଧରା ଓ ଲଳିତ ରାଜସ୍ଥାନର ସରକାରୀ ସମ୍ପତ୍ତିକୁ ନିଜର ନାଁରେ […]

author-image
Rakesh Mallick
ରାଜେ ଓ ମୋଦି ଥିଲେ ବିଜନେସ୍ ପାର୍ଟନର: ଜୟରାମ ରମେଶ

JAIRAM_RAMESH_

ନୂଆଦିଲ୍ଲୀ: ଲଳିତ ମୋଦି ଟ୍ରାଭେଲ୍ ଡକ୍ୟୁମେଣ୍ଟ ପ୍ରସଙ୍ଗରେ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ପୂର୍ବତନ ଆଇପିଏଲ୍ କମିଶନର ଲଳିତ ମୋଦି ବିଜିନେସ୍ ପାର୍ଟନର ଥିଲେ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ଜୟରାମ ରମେଶ। ଦୁହିଁଙ୍କ ମଧ୍ୟରେ ସିଧାସଳଖ ବ୍ୟାବସାୟିକ ସମ୍ପର୍କ ଥିଲା ବୋଲି ରମେଶ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ବସୁନ୍ଧରା ଓ ଲଳିତ ରାଜସ୍ଥାନର ସରକାରୀ ସମ୍ପତ୍ତିକୁ ନିଜର ନାଁରେ କରିନେଇଥିଲେ।  ୧୯୫୦ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଢୋଳପୁର ରାଜପ୍ରସାଦ ସରକାରୀ ସମ୍ପତ୍ତି ଥିଲା, ହେଲେ ବସୁନ୍ଧରା ଓ ଲଳିତ ଏହାକୁ ଏକ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ପରିଣତ କରିଥିଲେ ବୋଲି ରମେଶ କହିଛନ୍ତି।

Advertisment