Advertisment

ସ୍ୱାଧୀନତା ଦିବସ ଭାଷଣରେ ମୋଦିଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନା

ଜୟପୁର: ସ୍ୱାଧୀନତା ଦିବସ ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏସଏମଏସ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ୍ ତଥା ବରିଷ୍ଠ କଂଗ୍ରେସ ନେତା। Hoisted the #NationalFlag on 73rd #IndependenceDay and inspected the Guard of Honour at SMS stadium, #Jaipur.. pic.twitter.com/w0fDrlPR7Z — Ashok Gehlot (@ashokgehlot51) August 15, 2019 ସେ କହିଛନ୍ତି ଦେଶର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ସ୍ୱାଧୀନତା ଦିବସ ଭାଷଣରେ ମୋଦିଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନା

ASHOK GEHLOT ON AUG 15

ଜୟପୁର: ସ୍ୱାଧୀନତା ଦିବସ ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏସଏମଏସ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ୍ ତଥା ବରିଷ୍ଠ କଂଗ୍ରେସ ନେତା।

ସେ କହିଛନ୍ତି ଦେଶର ଅର୍ଥନୀତିକ ସ୍ଥିତି ଖରାପ ଅବସ୍ଥାରେ ପହଞ୍ଚିଛି। ତେଣୁ ଏହାର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ିବା ସ୍ୱାଭାବିକ୍। ଏ ନେଇ ତାଙ୍କ ସରକାର ଚିନ୍ତିତ ବୋଲି ସେ କହିଛନ୍ତି। ୨୦୧୪ ପୂର୍ବରୁ ଥିବା ସରକାର ୧୦୦ରୁ ଅଧିକ ସାଟେଲାଇଟ୍ ଉପଗ୍ରହକୁ ପଠାଇଛନ୍ତି। ଯେଉଁଥିପାଇଁ ଆଜି ଦେଶ ଆଗକୁ ଯାଇପାରୁଛି ବୋଲି କହିଛନ୍ତି। ୨୦୧୪ରେ ଦେଶରେ ନରେନ୍ଦ୍ର ମୋଦି ସରକାର ଆସିବା ପରେ ବିକାଶ ହୋଇଛି ବୋଲି ଏକ ମାହୋଲ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି। କିନ୍ତୁ ଆଧୁନିକ ଭାରତର ନିର୍ମାଣ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

ପାକିସ୍ତାନର ଉଦାହରଣ ଦେବାକୁ ଯାଇ ସେ ଆହୁରି କହିଛନ୍ତି ପାକିସ୍ତାନ ପରି ଦେଶରେ ମଧ୍ୟ ବାରମ୍ୱାର ମିଲିଟାରୀ ରୁଲ୍ ଲାଗୁ ହେଉଛି।

Advertisment