/odisha-reporter/media/post_attachments/uploads/2019/03/parikar-1.jpg)
parikar
ପାଣାଜୀ: ଗୋଆର ଦିବଂଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ମୃତିରେ ଗୋଆ ସରକାର ଆଜି କାଲା ଏକାଡ଼େମୀରେ ଶୋକସଭା ଆୟୋଜନ କରିଛନ୍ତି। ଏହି ସଭାରେ ଗୋଆର ରାଜ୍ୟପାଳ ମୃଦୁଳା ସିହ୍ନା, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବେ।
Advertisment
ସୂଚନାଯୋଗ୍ୟ, ବିଜେପିର ବରିଷ୍ଠ ନେତା ତଥା ଦିବଂଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଗ୍ନେଶୟ କ୍ୟାନସରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ୬୩ ବର୍ଷ ବୟସରେ ମାର୍ଚ୍ଚ ୧୭ ତାରିଖରେ ଦେହାନ୍ତ ହୋଇଥିଲା। ଏହାପରେ ତାଙ୍କର ଉତ୍ତରାଧିକାରୀ ଭାବେ ପ୍ରମୋଦ ସାୱନ୍ତ ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
