Advertisment

ସରିନି ଚାଇନା ବିବାଦ, ରୁଷ୍ ଗଲେ ରାଜନାଥ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ପୁଣି ମୁଣ୍ଡ ଟେକିଛି ସୀମା ବିବାଦ। ସୀମାରେ ଭାରତୀୟ ସେନା ଏବଂ କୂଟନୀତିକ ସ୍ତରରେ ଦେଶ ଚୀନ୍‌ର ଜବାବ ଦେଉଛନ୍ତି। ଏଭଳି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ଦିନ ପାଇଁ ରୁଷ୍ ଗସ୍ତ କରିଛନ୍ତି। ଏହି ଗସ୍ତରେ ରାଜନାଥ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକର ଯୋଗଦେବାର ଅଛି। ଏହି ବୈଠକରେ ଆଞ୍ଚଳିକ ସୁରକ୍ଷା ସହ ଦ୍ୱିପାକ୍ଷିକ ସର୍ମ୍ପକୁ ନେଇ ଆଲୋଚନା ହେବ ବୋଲି କୁହାଯାଉଛି। […]

author-image
Subrat Kumar Nayak
ସରିନି ଚାଇନା ବିବାଦ, ରୁଷ୍ ଗଲେ ରାଜନାଥ

rajnath

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ପୁଣି ମୁଣ୍ଡ ଟେକିଛି ସୀମା ବିବାଦ। ସୀମାରେ ଭାରତୀୟ ସେନା ଏବଂ କୂଟନୀତିକ ସ୍ତରରେ ଦେଶ ଚୀନ୍‌ର ଜବାବ ଦେଉଛନ୍ତି। ଏଭଳି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ଦିନ ପାଇଁ ରୁଷ୍ ଗସ୍ତ କରିଛନ୍ତି। ଏହି ଗସ୍ତରେ ରାଜନାଥ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକର ଯୋଗଦେବାର ଅଛି। ଏହି ବୈଠକରେ ଆଞ୍ଚଳିକ ସୁରକ୍ଷା ସହ ଦ୍ୱିପାକ୍ଷିକ ସର୍ମ୍ପକୁ ନେଇ ଆଲୋଚନା ହେବ ବୋଲି କୁହାଯାଉଛି।

Advertisment

ଏହି ବୈଠକରେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଜେନ୍‌ ୱେଇ ଫିଞ୍ଜ ଏବଂ ପାକିସ୍ତାନର ପର୍ଭେଜ୍‌ ଖଟ୍ଟାକ୍‌ ଯୋଗଦେବାର ଅଛି। ତେବେ ଏସସିଓ ବୈଠକରେ ଚୀନ୍ ପ୍ରତିପକ୍ଷ ଜେନ୍‌ଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା କରିବେ ନାହିଁ। ଚୀନ୍ ସହ ସୀମା ବିବାଦ ନେଇ ତିକ୍ତତା ବଢ଼ୁଥିବାରୁ ଭାରତ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେହିଭଳି ପାକିସ୍ତାନ ପ୍ରତିପକ୍ଷଙ୍କ ସହ ମଧ୍ୟ କୌଣସି ଦ୍ୱିପାକ୍ଷିକ ଆଲୋଚନା ହେବାର ନଥିବା ସୂଚନା ମିଳିଛି।
https://twitter.com/rajnathsingh/status/1300998379007164416?s=20
ଏହି ବୈଠକରେ ଏସସିଓ ସଦସ୍ୟ ଥିବା ସମସ୍ତ ୮ଟି ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେବାର ଅଛି। ତେବେ ରାଜନାଥ କେବଳ ରୁଷ୍‌ ପ୍ରତିପକ୍ଷ ସର୍ଜି ଶୋଇଗୁଙ୍କ ସହ ଦ୍ୱିପାକ୍ଷକ ଆଲୋଚନା କରିବାର ଅଛି। ପୂର୍ବରୁ ହୋଇଥିବା ଚୁକ୍ତି ଅନୁଯାୟୀ ରୁଷରୁ ଆସିବାକୁ ଥିବା ଅସ୍ତ୍ରଶସ୍ତ୍ର ବାବଦରେ ମଧ୍ୟ ଆଲୋଚନା ହେବାର ଅଛି। ଏଥିରେ ଏକେ ୨୦୩ ରାଇଫଲ୍‌ ପ୍ରସ୍ତାବକୁ ତ୍ୱରାନ୍ୱିତ କରିବାର ପ୍ରୟାସ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୫ ସନ୍ଧ୍ୟାରେ ରାଜନାଥ ଭାରତ ଫେରିବାର ଅଛି।

Rajnath Singh