Advertisment

ଜନତା କର୍ଫ୍ୟୁ: ଆଜି ଘରେ ରହି କାମ କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶ ଆଜି ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ଚାଲିବ। ସାରା ଦିନ ଦେଶବାସୀ ଘରେ ରହିବେ ଏବଂ ଅତ୍ୟାବଶ୍ୟକ ନ ହେଲେ ବାହାରକୁ ବାହାରିବେ ନାହିଁ। କରୋନା ଭୂତାଣୁକୁ ପରାସ୍ତ କରିବାକୁ ଏହା ଏକ ବଡ଼ ପଦକ୍ଷେପ ହୋଇଥିବା ବେଳେ ଏହାକୁ ସଫଳ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁରୋଧ କରିଛନ୍ତି। India today is observing […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଲଦାଖ ସୀମାରେ ସେନାକୁ ସମ୍ପୂର୍ଣ୍ଣ କ୍ଷମତା

Rajnath Singh

ନୂଆଦିଲ୍ଲୀ: ସାରା ଦେଶ ଆଜି ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ଚାଲିବ। ସାରା ଦିନ ଦେଶବାସୀ ଘରେ ରହିବେ ଏବଂ ଅତ୍ୟାବଶ୍ୟକ ନ ହେଲେ ବାହାରକୁ ବାହାରିବେ ନାହିଁ। କରୋନା ଭୂତାଣୁକୁ ପରାସ୍ତ କରିବାକୁ ଏହା ଏକ ବଡ଼ ପଦକ୍ଷେପ ହୋଇଥିବା ବେଳେ ଏହାକୁ ସଫଳ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁରୋଧ କରିଛନ୍ତି।

Advertisment

ପ୍ରତିରକ୍ଷା ମନ୍ତ୍ରୀ ସିଂ ଟ୍ୱିଟ୍ କରି ଦେଶବାସୀଙ୍କୁ ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇ ଘରେ ରହିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏହା ହେଉଛି ବିଶ୍ୱ ମହାମାରୀ ବିରୋଧରେ ମଣିଷତ୍ୱର ମଙ୍ଗଳ ପାଇଁ ନିଆଯାଇଥିବା ସବୁଠାରୁ ବଡ଼ ସାମାଜିକ ଦୂରତ୍ୱ ଏବଂ ଜନସଚେତନତା ପଦକ୍ଷେପଗୁଡ଼ିକ ମଧ୍ୟରୁ ଅନ୍ୟତମ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଆଜି ଘରେ ରହି କାମ କରୁଛି। ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ, ଜରୁରୀକାଳୀନ ପରିସ୍ଥିତି ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଘରେ ରୁହନ୍ତୁ ବା ଘରେ ରହି କାମ କରନ୍ତୁ। ଆଉ ପ୍ରଧାନମନ୍ତ୍ରୀ ଦେଇଥିବା ‘ଜନତା କର୍ଫ୍ୟୁ’ ଡାକରାକୁ ସହଯୋଗ କରନ୍ତୁ ବୋଲି ରାଜନାଥ ସିଂ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ସକାଳୁ ସକାଳୁ ଟୁଇଟ୍ କରି ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି।