ନାଟକର ନାଁ ସଚିନ ପାଇଲଟ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୬ ବର୍ଷ ବୟସରେ ସାଂସଦ। ଯୁବ ସାଂସଦ ଆଖ୍ୟା ବି ମିଳିଲା। ୨୦୦୯ରେ ଦ୍ୱିତୀୟ ଥର ଆଜମେରରୁ ସାଂସଦ ହେବା ପରେ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହେଲେ। ୨୦୧୪ରେ ଲୋକସଭା ନିର୍ବାଚନ ହାରିଯିବାରୁ ତାଙ୍କୁ କଂଗ୍ରେସ ରାଜସ୍ଥାନର କମାଣ ଧରାଇଲା। କଂଗ୍ରେସ ମୁଖିଆ ଭାବେ ତାଙ୍କ ପାଖରେ ସବୁ ସ୍ୱାଧୀନତା ଥିଲା। ୨୦୧୮ରେ ବିଧାୟକ ହେଲେ ଓ ୪୦ ବର୍ଷ ବୟସରେ ରାଜସ୍ଥାନ ଭଳି ୮ କୋଟି ଜନସଂଖ୍ୟା ବିଶିଷ୍ଟ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ […]

sachin

sachin

Chinmayee Roy
  • Published: Wednesday, 15 July 2020
  • Updated: 15 July 2020, 08:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୬ ବର୍ଷ ବୟସରେ ସାଂସଦ। ଯୁବ ସାଂସଦ ଆଖ୍ୟା ବି ମିଳିଲା। ୨୦୦୯ରେ ଦ୍ୱିତୀୟ ଥର ଆଜମେରରୁ ସାଂସଦ ହେବା ପରେ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହେଲେ। ୨୦୧୪ରେ ଲୋକସଭା ନିର୍ବାଚନ ହାରିଯିବାରୁ ତାଙ୍କୁ କଂଗ୍ରେସ ରାଜସ୍ଥାନର କମାଣ ଧରାଇଲା। କଂଗ୍ରେସ ମୁଖିଆ ଭାବେ ତାଙ୍କ ପାଖରେ ସବୁ ସ୍ୱାଧୀନତା ଥିଲା। ୨୦୧୮ରେ ବିଧାୟକ ହେଲେ ଓ ୪୦ ବର୍ଷ ବୟସରେ ରାଜସ୍ଥାନ ଭଳି ୮ କୋଟି ଜନସଂଖ୍ୟା ବିଶିଷ୍ଟ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବି ହେଲେ। ତଥାପି ୨ ବର୍ଷ ପରେ ଏମିତି କ’ଣ ଆଉ ସ୍ୱପ୍ନ ବାକି ରହିଗଲା ଯେ ଏବେ ସେ ନିଜ ସରକାର ଓ ଦଳ ବିରୋଧରେ ବିଦ୍ରୋହ ଘୋଷଣା କଲେ ସଚିନ ପାଇଲଟ? ପ୍ରକୃତରେ ସେ ନାୟକ ନା ଖଳନାୟକ, ତା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା।

ଗେହଲଟ ଓ ପାଇଲଟ କଳି ଏବେ ଚରମ ସୀମାରେ ପହଞ୍ଚିଲାଣି। ପରସ୍ପର ପରସ୍ପରକୁ କାଦୁଅ ଫିଙ୍ଗିବା ଆରମ୍ଭ କରିଛନ୍ତି। ବିଶେଷ କରି ଗେହଲଟ ସରକାର ସଚିନ ଓ ତାଙ୍କ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂରା ଘଟଣାକୁ ଆହୁରି ବିବାଦୀୟ କରିଦେଇଛି।

ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଛି। କଂଗ୍ରେସର ରାଜସ୍ଥାନ ମୁଖ୍ୟ ପଦରୁ ବି ବରଖାସ୍ତ ହୋଇଛନ୍ତି ସଚିନ। ଏହାପରେ ସଚିନଙ୍କ ସମର୍ଥନରେ ରାଜସ୍ଥାନ କଂଗ୍ରେସ ଆଇଟି ସେଲ ସଂଯୋଜକ ବିଭା ମାଥୁର, ପାଲିର କଂଗ୍ରେସ ସଭାପତି ଚୁନିଲାଲ ଛଦୱାସଙ୍କ ଭଳି ୪ରୁ ୫ ଜଣ ନେତା ଇସ୍ତଫା ଦେଇଛନ୍ତି। ଆଗକୁ ସଚିନ ପାଇଲଟ ବିଜେପିରେ ମିଶିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ସେ ନିଜେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ଏବେ ସଚିନ ପାଇଲଟ କରିବେ କ’ଣ? ଆଗକୁ ସେ ପୁଣି କଂଗ୍ରେସକୁ ଫେରିବେ ନା ନିଜର ସ୍ୱତନ୍ତ୍ର ଦଳ ଗଢ଼ିବେ? ଏହି ଦଳ ଆଞ୍ଚଳିକ ସ୍ତରରେ ନା ଜାତୀୟ ସ୍ତରରେ କାମ କରିବ? କ’ଣ ପାଇଁ ସେ ଗେହଲଟ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି? କରୋନା ଭଳି ମହାମାରୀ ଭିତରେ କ୍ଷମତା ଦଖଲ ନିଶା କ’ଣ ସଚିନଙ୍କୁ ବିଦ୍ରୋହୀ ସଜାଇ ଦେଲା? ଏହା ପଛରେ ବିଜେପିର ହାତ ନାହିଁ ତ? ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ରାଜସ୍ଥାନରେ ବିଜେପି ସଚିନ ପାଇଲଟଙ୍କୁ ମୋହରା କରୁନାହିଁ ତ? ୪୨ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ହେବା ଛଡ଼ା ଆଉ କିଛି ବିକଳ୍ପ କ’ଣ ସଚିନଙ୍କ ପାଖରେ ନଥିଲା? ଦଳୀୟ ହାଇକମାଣ୍ଡଙ୍କ ପାଖରେ କାହିଁକି ସଚିନ ନିଜର ପକ୍ଷ ରଖିଲେ ନାହିଁ? କ’ଣ କେବଳ ଏହି ମହାନାଟକ ପାଇଁ ସଚିନ ଏକା ଦାୟୀ?

କଂଗ୍ରେସର ନେତୃବୃନ୍ଦ କାହିଁକି ସଚିନଙ୍କୁ ଡାକି ଆଲୋଚନା କଲେ ନାହିଁ? କଂଗ୍ରେସ କାହିଁକି ବାରମ୍ବାର ଯୁବଗୋଷ୍ଠୀଙ୍କୁ ଦଳରେ ଉପେକ୍ଷା କରୁଛି? ବରିଷ୍ଠଙ୍କୁ ଅଧିକ ଗୁରୁତ୍ୱ ଦେବା ଦଳ ପାଇଁ ବୁମେରାଂ ହେବନି ତ?

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos