Advertisment

‘ଏନଡିଏକୁ ସାହା ହେବେ ମହାମେଣ୍ଟ ପ୍ରାର୍ଥୀ’

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବିହାରରେ ଉଭୟ ମହାମେଣ୍ଟ ଏବଂ ଏନଡିଏ ସେମାନଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି। ଏହାକୁ ନେଇ ଏନଡିଏର ଅନ୍ୟତମ ସହଯୋଗୀ ଲୋକ ଜନଶକ୍ତି ପାର୍ଟିର ସୁପ୍ରିମୋ ରାମବିଳାସ ପାଶୱାନ କହିଛନ୍ତି, ମହାମେଣ୍ଟ ଦେଇଥିବା ପ୍ରାର୍ଥୀ ଏନଡିଏ ପାଇଁ ବରଦାନ ସଦୃଶ ହେବ। ନିର୍ବାଚନରେ ଏନଡିଏ ବିହାରରେ ବାଜି ମାରିବ ବୋଲି ସେ କହିଛନ୍ତି। ଜାତି ନୁହେଁ, ଧର୍ମନିରପେକ୍ଷତା ଆଧାରରେ ଏନଡିଏ ପ୍ରାର୍ଥୀ ଦେଇଛି ଏବଂ ଏହା ମହାମେଣ୍ଚ ପାଇଁ କାଳ ହେବ […]

author-image
Subhransu Sekhar
ବିହାର ମୁଖ୍ୟମନ୍ତ୍ରୀ ହେବାକୁ ପାଶୱାନଙ୍କ ମନ

Ram-Vilas-paswan

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବିହାରରେ ଉଭୟ ମହାମେଣ୍ଟ ଏବଂ ଏନଡିଏ ସେମାନଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି। ଏହାକୁ ନେଇ ଏନଡିଏର ଅନ୍ୟତମ ସହଯୋଗୀ ଲୋକ ଜନଶକ୍ତି ପାର୍ଟିର ସୁପ୍ରିମୋ ରାମବିଳାସ ପାଶୱାନ କହିଛନ୍ତି, ମହାମେଣ୍ଟ ଦେଇଥିବା ପ୍ରାର୍ଥୀ ଏନଡିଏ ପାଇଁ ବରଦାନ ସଦୃଶ ହେବ। ନିର୍ବାଚନରେ ଏନଡିଏ ବିହାରରେ ବାଜି ମାରିବ ବୋଲି ସେ କହିଛନ୍ତି।

Advertisment

ଜାତି ନୁହେଁ, ଧର୍ମନିରପେକ୍ଷତା ଆଧାରରେ ଏନଡିଏ ପ୍ରାର୍ଥୀ ଦେଇଛି ଏବଂ ଏହା ମହାମେଣ୍ଚ ପାଇଁ କାଳ ହେବ ବୋଲି ଶ୍ରୀ ପାଶୱାନ ଆକଳନ କରିଛନ୍ତି। ଏଥିସହ ବିହାରରେ ଦେଢ଼ବର୍ଷ ହେବ ଏନଡିଏ ସରକାର ଆସିବା ପରେ ଅନେକ ବିକାଶ ହୋଇଛି ବୋଲି ସେ ଦାବି କରିଛନ୍ତି।

ତେବେ ଏଥର ଶ୍ରୀ ପାଶୱାନ ନିଜେ ନିର୍ବାଚନ ଲଢ଼ୁନାହାନ୍ତି। ଏହା ତାଙ୍କ ଦଳର ନିଷ୍ପତ୍ତି ବୋଲି ସେ ଦୋହରାଇଛନ୍ତି। ହାଜିପୁର ସଂସଦୀୟ କ୍ଷେତ୍ରରେ ଚଳିତଥର ତାଙ୍କ ସ୍ଥାନରେ ଏଲଜେପି ପଶୁପତି କୁମାର ପାରସଙ୍କୁ ପ୍ରାର୍ଥୀ କରିଛି। ସେ ଲୋକଜନଶକ୍ତି ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଅଛନ୍ତି। ସେହିପରି ରାମବିଳାସଙ୍କ ସାନ ଭାଇ ରାମଚନ୍ଦ୍ର ପାଶୱାନ ସମସ୍ତିପୁର ଓ ପୁଅ ଚିରାଗ ପାଶୱାନ ଜମୁଇ ଆସନରୁ ପ୍ରାର୍ଥୀ ହୋଇଛନ୍ତି।

Advertisment