Advertisment

ଆମେରିକାର ପ୍ଲାନୋ ସହରରେ ରଥଯାତ୍ରା ପାଳିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଆ ସଂସ୍କୃତି ବିଶେଷତଃ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱସ୍ତରରେ ପ୍ରସାର କରିବା ଦିଗରେ ଇମିଗ୍ରାଣ୍ଟମାନଙ୍କର ଭୂମିକା ଉଲେଖଯୋଗ୍ୟ । ଏଯାବତ୍ ଯୁକ୍ତରାଷ୍ଟ୍ର ଆମେରିକାର ତିରିଶିଟି ମନ୍ଦିରରେ ଜଗନ୍ନାଥ ପ୍ରତିଷ୍ଠା ହୋଇଛନ୍ତି ଏବଂ ରଥଯାତ୍ରା ପାଳନ କରାଯାଉଛି । ଏ ବର୍ଷ ପ୍ରଥମ ଥର ପାଇଁ ଟେକ୍ସାସ ରାଜ୍ୟର ପ୍ଲାନୋ ସହରର ଶ୍ରୀ ରଘୁନାଥ ମନ୍ଦିରରେ ସ୍ଥାନୀୟ ଓଡିଆ ମାନେ ଶ୍ରୀଜିଉଙ୍କ ରଥଯାତ୍ରା ମହାଡମ୍ବରରେ ପାଳନ କରିଛନ୍ତି। ‘ଜଗନ୍ନାଥ ସୋସାଇଟି ଅଫ୍ ନର୍ଥ୍ ଟେକ୍ସାସ’ ପକ୍ଷରୁ […]

author-image
Minati Mishra
ଅଦ୍ୟତନ ହୋଇଛି
ଆମେରିକାର ପ୍ଲାନୋ ସହରରେ ରଥଯାତ୍ରା ପାଳିତ

pic7

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଆ ସଂସ୍କୃତି ବିଶେଷତଃ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱସ୍ତରରେ ପ୍ରସାର କରିବା ଦିଗରେ ଇମିଗ୍ରାଣ୍ଟମାନଙ୍କର ଭୂମିକା ଉଲେଖଯୋଗ୍ୟ । ଏଯାବତ୍ ଯୁକ୍ତରାଷ୍ଟ୍ର ଆମେରିକାର ତିରିଶିଟି ମନ୍ଦିରରେ ଜଗନ୍ନାଥ ପ୍ରତିଷ୍ଠା ହୋଇଛନ୍ତି ଏବଂ ରଥଯାତ୍ରା ପାଳନ କରାଯାଉଛି ।
ଏ ବର୍ଷ ପ୍ରଥମ ଥର ପାଇଁ ଟେକ୍ସାସ ରାଜ୍ୟର ପ୍ଲାନୋ ସହରର ଶ୍ରୀ ରଘୁନାଥ ମନ୍ଦିରରେ ସ୍ଥାନୀୟ ଓଡିଆ ମାନେ ଶ୍ରୀଜିଉଙ୍କ ରଥଯାତ୍ରା ମହାଡମ୍ବରରେ ପାଳନ କରିଛନ୍ତି।
‘ଜଗନ୍ନାଥ ସୋସାଇଟି ଅଫ୍ ନର୍ଥ୍ ଟେକ୍ସାସ’ ପକ୍ଷରୁ ଅକ୍ଷୟ ତୃତୀୟା ଦିନ ଜଗନ୍ନାଥ ସ୍ଥାପନା କରାଯାଇଥିଲା । ଜୁଲାଇ ୪ରେ ରଥାଯାତ୍ରା ଓ ଜୁଲାଇ ୧୨ରେ ବାହୁଡାଯାତ୍ରା ବଡ ଧୁମଧାମରେ ପାଳନ ହୋଇଯାଇଛି।

Advertisment

ଏ ନେଇ ଆମେରିକାରେ ରହୁଥିବା ତପନ ପାଢୀ କୁହନ୍ତି, ‘ରଥଯାତ୍ରା ମାଧ୍ୟମରେ ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଓଡିଆ ମାନଙ୍କର ଉପସ୍ଥିତି ସ୍ପଷ୍ଟ ତଥା ସୁଦୃଢ ହୋଇପାରିବ। ପ୍ଲାନୋ, ଫ୍ରିସ୍କୋ ତଥା ଅନ୍ୟାନ୍ୟ ନିକଟବର୍ତ୍ତୀ ସହରମାନଙ୍କରେ ଥିବା ଶ୍ରଦ୍ଧାଳୁମାନେ ଏହି ରଥଯାତ୍ରା ଦ୍ୱାରା ଉପକୃତ ହୋଇପାରିବେ । ଆମର ଆଗାମୀ ପିଢୀଙ୍କୁ ଆମର ସଂସ୍କୃତି ସହିତ ଯୋଡି ହୋଇ ରହିବାରେ ଏହା ସାହାଜ୍ୟ କରିବ। ’
ସନ୍ତୋଷ ପାଢୀଙ୍କ ଦ୍ୱାରା ନିର୍ମିତ ଚଉତିରିଶ ଫୁଟ ଉଚ୍ଚ ରଥ ଦେଖିବା ନିମନ୍ତେ ବିଭିନ୍ନ ଭାରତୀୟ ସଂପ୍ରଦାୟରୁ ପ୍ରାୟ ହଜାରେରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ରଥଯାତ୍ରାରେ ଯୋଗ ଦେଇଥିଲେ।

ତପନ ପାଢୀ, ହରିଅର୍ଜୁନ ପାତ୍ର, ସୁର ରଥ, ସବ୍ୟସାଚୀ ନାୟକ, ଦେବହୂତି ମିଶ୍ର ଓ ଦୀପକ ପାତ୍ରଙ୍କ ତତ୍ତ୍ୱାବଧାନରେ ରଥଯାତ୍ରା ସମ୍ପନ୍ନ ହୋଇଥିଲା ।

Advertisment