Advertisment

ରାଉରକେଲା- ଜମ୍ମୁ ‘ମୁରୀ ଏକ୍ସପ୍ରେସ’ ଦୁର୍ଘଟଣା ଗ୍ରସ୍ତ

ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ହୋଇଛି ରାଉରକେଲା-ଜମ୍ମୁ ‘ମୁରୀ ଏକ୍ସପ୍ରେସ’। ଉତ୍ତରପ୍ରଦେଶର କୌସାମ୍ୱି ଜିଲ୍ଲା ସିରାଥୁ ଠାରେ ଆଜି ୨ଟା୪୫ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଛି। ସେଥିମଧ୍ୟରୁ ୩ଟି ଏସି ବଗି, ୪ ଟି ସ୍ଲିପର ଓ ଗୋଟିଏ ସାଧାରଣ ବଗି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏହା ସହିତ ଏ-୧,ବି-୧,ବି-୨,ଏସ୍-୫,ଏସ୍-୬ ଓ ଏସ୍-୭ ବଗି ନଷ୍ଟ ହୋଇଥିବା ସୂଚନା ମିଳିଛି ।

author-image
Rakesh Mallick
ଅଦ୍ୟତନ ହୋଇଛି
ରାଉରକେଲା- ଜମ୍ମୁ ‘ମୁରୀ ଏକ୍ସପ୍ରେସ’ ଦୁର୍ଘଟଣା ଗ୍ରସ୍ତ

trainaccident-700 (2)

ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ହୋଇଛି ରାଉରକେଲା-ଜମ୍ମୁ ‘ମୁରୀ ଏକ୍ସପ୍ରେସ’। ଉତ୍ତରପ୍ରଦେଶର କୌସାମ୍ୱି ଜିଲ୍ଲା ସିରାଥୁ ଠାରେ ଆଜି ୨ଟା୪୫ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଛି। ସେଥିମଧ୍ୟରୁ ୩ଟି ଏସି ବଗି, ୪ ଟି ସ୍ଲିପର ଓ ଗୋଟିଏ ସାଧାରଣ ବଗି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏହା ସହିତ ଏ-୧,ବି-୧,ବି-୨,ଏସ୍-୫,ଏସ୍-୬ ଓ ଏସ୍-୭ ବଗି ନଷ୍ଟ ହୋଇଥିବା ସୂଚନା ମିଳିଛି ।

Advertisment

train-derail-B-25mayଏଥିରେ ୨୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଘଟଣାସ୍ଥଳକୁ ଯାଇଛନ୍ତି। ଟ୍ରେନଟି ଟାଟା ନଗର ଠାରୁ ଜାମ୍ମୁ ଯାଉଥିଲା। ଖବର ଲେଖାଯିବା ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡିନି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଅନ୍ୟପକ୍ଷରେ ବିଦେଶଗସ୍ତରେ ଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ୍ ଯାଦବ୍ ମୃତକଙ୍କ ପରିବାରଙ୍କୁ ଦୁଇଲକ୍ଷଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥ ରାଶି ଦେବା ସହ ଗୁରୁତରଭାବେ ଆହତ ହୋଇଥିବା ଯାତ୍ରୀଙ୍କୁ ମାଗଣାରେ ଚିକିତ୍ସା କରାଯିବ ବୋଲି ତାଙ୍କ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।