Advertisment

ରେପୋ ରେଟ୍‌ ଅପରିବର୍ତ୍ତିତ, ୨୦୨୦-୨୧ରେ ୬% ଜିଡିପି ଆକଳନ

ନୂଆଦିଲ୍ଲୀ: ଗୁରୁବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରେପୋରେଟ୍‌ ପୂର୍ବବତ୍‌ ୫.୧୫%ରେ ଅପରିବର୍ତ୍ତିତ ରଖିଥିବା ଘୋଷଣା କରିଛି। ମନିଟାରୀ ପଲିସି କମିଟି (ଏମ୍‌ପିସି) ଷଷ୍ଠ ଦ୍ୱିମାସିକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକର ଆକଳନ ଅନୁଯାୟୀ ୨୦୨୦-୨୧ ବା ଆଗାମୀ ଆର୍ଥିକ ବର୍ଷରେ ୬% ଜିଡିପି ଅଭିବୃଦ୍ଧି ହାର ରହିବ। ସେହିଭଳି ଅକ୍ଟୋବର-ଡିସେମ୍ବର ପାଇଁ ୬.୨% ଆକଳନ କରାଯାଇଛି। ଅର୍ଥନୀତି ସୁଧାରିବା ପାଇଁ ଆରବିଆଇ ଆକମୋଡେଟିଭ୍‌ ଷ୍ଟାନ୍ସ ନେଉଥିବା ଏହି ଅବସରରେ କୁହାଯାଇଛି। ଅର୍ଥନୀତି ଲଗାତାର […]

ଅଦ୍ୟତନ ହୋଇଛି
ନବୀନଙ୍କୁ ଭେଟିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ

shaktikant-das

Advertisment

ନୂଆଦିଲ୍ଲୀ: ଗୁରୁବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରେପୋରେଟ୍‌ ପୂର୍ବବତ୍‌ ୫.୧୫%ରେ ଅପରିବର୍ତ୍ତିତ ରଖିଥିବା ଘୋଷଣା କରିଛି। ମନିଟାରୀ ପଲିସି କମିଟି (ଏମ୍‌ପିସି) ଷଷ୍ଠ ଦ୍ୱିମାସିକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକର ଆକଳନ ଅନୁଯାୟୀ ୨୦୨୦-୨୧ ବା ଆଗାମୀ ଆର୍ଥିକ ବର୍ଷରେ ୬% ଜିଡିପି ଅଭିବୃଦ୍ଧି ହାର ରହିବ। ସେହିଭଳି ଅକ୍ଟୋବର-ଡିସେମ୍ବର ପାଇଁ ୬.୨% ଆକଳନ କରାଯାଇଛି।

Advertisment

ଅର୍ଥନୀତି ସୁଧାରିବା ପାଇଁ ଆରବିଆଇ ଆକମୋଡେଟିଭ୍‌ ଷ୍ଟାନ୍ସ ନେଉଥିବା ଏହି ଅବସରରେ କୁହାଯାଇଛି। ଅର୍ଥନୀତି ଲଗାତାର ଦୁର୍ବଳ ହେବାରେ ଲାଗିଛି ଏବଂ ଆଉଟ୍‌ପୁଟ୍‌ ଗ୍ୟାପ୍‌ ମଧ୍ୟ ନକାରାତ୍ମକ ରହିଛି।

ଆରବିଆଇ ସୁଧ ହାର ଅପରିବର୍ତ୍ତିତ ରଖିବା ପାଇଁ ମନିଟାରୀ ପଲିସି କମିଟିର ସମସ୍ତ ୬ ଜଣ ସଦସ୍ୟ ମତ ଦେଇଥିଲେ। ପୂର୍ବଥର ମଧ୍ୟ ଏହାକୁ ଅପରିବର୍ତ୍ତିତ ରଖାଯାଇଥିଲା। ଏବେ ମଧ୍ୟ ମୁଦ୍ରାସ୍ପୀତି ବଢ଼ିବାରେ ଲାଗିଥିବାରୁ ଆରବିଆଇ ନିଜ ନିଷ୍ପତ୍ତିରେ ଅଟଳ ରହିଛି।

Advertisment

ଏହି ନିଷ୍ପତ୍ତି ବାବଦରେ ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଗତ ୨ ମାସ ତଳ ବୈଠକ ପରଠାରୁ ବିଶ୍ୱ ସ୍ତରରେ ଅର୍ଥନୀତି ସୁଧୁରିପାରି ନାହିଁ। ବିଶ୍ୱ ସ୍ତରରେ ଅତ୍ୟଧିକ ମୁଦ୍ରାସ୍ପୀତି, କମ୍‌ ଉତ୍ପାଦନ ଏବଂ ଅଧିକ ମାତ୍ରାରେ କ୍ୟାପିଟାଲ ଗୁଡ୍ସ ଆମଦାନୀ ଆଦି ଏହାର ପ୍ରମୁଖ କାରଣ।

ସେ କିଛି ସକାରାତ୍ମକ ତଥ୍ୟ ଦେଇ କହିଥିଲେ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଉନ୍ନତି ପରିଲିକ୍ଷିତ ହୋଇଛି। କୋର୍‌ ଇଣ୍ଡଷ୍ଟ୍ରୀର ପ୍ରଦର୍ଶନ ମଧ୍ୟ ଭଲ ରହିଛି। ସେହିଭଳି ରବି ଫସଲ ଭଲ ରହିଥିବା ସେ କହିଛନ୍ତି। କିନ୍ତୁ ଉତ୍ପାଦନ ୨୦୧୯-୨୦ର ତୃତୀୟ ତ୍ରୟମାସିକରେ ଏତେ ଭଲ ନଥିବା ଆରବିଆଇର ମନିଟାରୀ ପଲିସି ଷ୍ଟେଟମେଣ୍ଟରୁ ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe