Advertisment

ପ୍ରଥମଥର ପାଇଁ ‘ଡିଜିଟାଲ୍‌ ଉଡାନ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲା ଜିଓ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଭାରତରେ ଏକ ଡିଜିଟାଲ୍‌ ସାକ୍ଷରତା କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମର ନାମ ‘ଡିଜିଟାଲ୍‌ ଉଡାନ୍‌’ ଦିଆଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି, ପ୍ରଥମଥର ପାଇଁ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଲୋକମାନଙ୍କୁ ଇଣ୍ଟରନେଟ୍‌ କ’ଣ ବୁଝାଇବା ଏବଂ ଡିଜିଟାଲ୍ ସାକ୍ଷରତା ଜରିଆରେ ସଶକ୍ତ କରିବା। ଫେସବୁକ୍‌ ସହିତ ମିଶି ପାଖାପାଖି ୧୩ଟି ରାଜ୍ୟର ପାଖାପାଖି ୨୦୦ ବିଭିନ୍ନ ଅଂଚଳରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଏବଂ ୧୦ଟି ଆଞ୍ଚଳିକ ଭାଷାରେ ଅଡିଓ-ଭିଜୁଆଲ୍‌ ସାହାଯ୍ୟରେ […]

ଅଦ୍ୟତନ ହୋଇଛି
ପ୍ରଥମଥର ପାଇଁ ‘ଡିଜିଟାଲ୍‌ ଉଡାନ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲା ଜିଓ

jioooo

Advertisment

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଭାରତରେ ଏକ ଡିଜିଟାଲ୍‌ ସାକ୍ଷରତା କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମର ନାମ ‘ଡିଜିଟାଲ୍‌ ଉଡାନ୍‌’ ଦିଆଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି, ପ୍ରଥମଥର ପାଇଁ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଲୋକମାନଙ୍କୁ ଇଣ୍ଟରନେଟ୍‌ କ’ଣ ବୁଝାଇବା ଏବଂ ଡିଜିଟାଲ୍ ସାକ୍ଷରତା ଜରିଆରେ ସଶକ୍ତ କରିବା।

Advertisment

ଫେସବୁକ୍‌ ସହିତ ମିଶି ପାଖାପାଖି ୧୩ଟି ରାଜ୍ୟର ପାଖାପାଖି ୨୦୦ ବିଭିନ୍ନ ଅଂଚଳରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଏବଂ ୧୦ଟି ଆଞ୍ଚଳିକ ଭାଷାରେ ଅଡିଓ-ଭିଜୁଆଲ୍‌ ସାହାଯ୍ୟରେ ଜିଓ ବ୍ୟବହାରକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଖୁବଶୀଘ୍ର ଏହି ଅଭିଯାନ ୭୦୦୦ରୁ ଅଧିକ ସ୍ଥାନରେ ପହଂଚି ଜିଓ ଫୋନ ବ୍ୟବହାରକାରୀ ଓ ପ୍ରଥମ ଥର ଇଟଂରନେଟ ବ୍ୟବହାର କରୁଥିବା ଲୋକମାନଙ୍କୁ ସଶକ୍ତ କରିବ।

Advertisment

ଜିଓ ଏହି କାର୍ଯ୍ୟକ୍ରମକୁ ଭାରତର ପ୍ରତିଟି ଗାଁ ଓ ସହରରେ ପହଞ୍ଚାଇ ଦେଶରେ ୧୦୦ ପ୍ରତିଶତ ଡିଜିଟାଲ ସାକ୍ଷରତା ହାସଲ କରିବାକୁ ଲକ୍ଷ୍ୟ ରଖିଛି, ବୋଲି ରିଲାଏନ୍ସ ଜିଓର ନିର୍ଦ୍ଦେଶକ ଆକାଶ ଅମ୍ୱାନି କହିଛନ୍ତି।

‘ଡିଜିଟାଲ୍‌ ଉଡାନ୍‌’ର ଏହି ଅଭିଯାନ ପ୍ରତ୍ୟେକ ଶନିବାର ଜିଓ ବ୍ୟବହାରକାରୀଙ୍କ ସହିତ ସମ୍ପର୍କ ସ୍ଥାପନ କରାଯିବ। ଯେଉଁଥିରେ ସେମାନଙ୍କୁ ଜିଓ ଫୋନ୍‌ର ବିଭିନ୍ନ ସୁବିଧା, ଆପର୍‌ ବ୍ୟବହାର, ଇଣ୍ଟରନେଟ୍‌ର ନିରାପତ୍ତା ଏବଂ ଫେସବୁକ୍‌କୁ କିପରି ସରଳ, ସୁରକ୍ଷିତ ଏବଂ ନିରାପଦ ଉପାୟରେ ବ୍ୟବହାର କରାଯିବ ସେହି ବିଷୟରେ ଅବଗତ କରାଯିବ।

ଏହି ସ୍ୱତନ୍ତ୍ର ଅଭିଯାନ ଭାଗ ନେଉଥିବା ଅଂଶଗ୍ରହଣକାରୀମାନେ ଡିଜିଟାଲ୍‌ ମାଧ୍ୟମରେ ଭାରତ ଓ ବିଶ୍ୱ ସହ ଯୋଡ଼ି ହୋଇପାରିବେ ଏବଂ ଆବଶ୍ୟକ ସେବା ଓ ମନୋରଂଜନ ଫୋନ୍‌ର ଫେସବୁକ୍‌ ଓ ଜିଓ ଆପ୍‌ ଜରିଆରେ ପାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe