Advertisment

କରୋନା ଆକ୍ରାନ୍ତଙ୍କ ପାଇଁ ଭାରତର ପ୍ରଥମ ହସ୍ପିଟାଲ ନିର୍ମାଣ କଲା ରିଲାଏନ୍ସ

ନୂଆଦିଲ୍ଲୀ: ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଫାଉଣ୍ଡେସନ କୋଭିଡ୍-୧୯ ରୋଗୀଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ମୁମ୍ୱାଇସ୍ଥିତ ସେଭେନ ହିଲ୍ସ ହସ୍ପିଟାଲରେ ଏନେଇ ଏକ ସ୍ୱତନ୍ତ୍ର ସେଣ୍ଟର ନିର୍ମାଣ କରାଯାଇଛି। ୧୦୦ ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରଟିକୁ କେବଳ କରୋନା ଭୂତାଣୁ ସଂକ୍ରମିତମାନଙ୍କ ଚିକିତ୍ସା ପାଇଁ ଉତ୍ସର୍ଗ କରାଯାଇଛି। ଏହା ହେଉଛି କୋଭିଡ୍-୧୯ ରୋଗୀଙ୍କ ପାଇଁ ନିର୍ମିତ ଭାରତର ପ୍ରଥମ ହସ୍ପିଟାଲ। India’s First Dedicated Covid Hospital by @RFhospital in […]

author-image
Pragnya Choudhury
ଅଦ୍ୟତନ ହୋଇଛି
ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ୱାନୀ

mukesh ambani

ନୂଆଦିଲ୍ଲୀ: ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଫାଉଣ୍ଡେସନ କୋଭିଡ୍-୧୯ ରୋଗୀଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ମୁମ୍ୱାଇସ୍ଥିତ ସେଭେନ ହିଲ୍ସ ହସ୍ପିଟାଲରେ ଏନେଇ ଏକ ସ୍ୱତନ୍ତ୍ର ସେଣ୍ଟର ନିର୍ମାଣ କରାଯାଇଛି। ୧୦୦ ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରଟିକୁ କେବଳ କରୋନା ଭୂତାଣୁ ସଂକ୍ରମିତମାନଙ୍କ ଚିକିତ୍ସା ପାଇଁ ଉତ୍ସର୍ଗ କରାଯାଇଛି। ଏହା ହେଉଛି କୋଭିଡ୍-୧୯ ରୋଗୀଙ୍କ ପାଇଁ ନିର୍ମିତ ଭାରତର ପ୍ରଥମ ହସ୍ପିଟାଲ।

Advertisment

ଏହାବ୍ୟତୀତ ରିଲାଏନ୍ସ ଫାଉଣ୍ଡେସନ କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ତଥା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ଉପକରଣଗୁଡ଼ିକର ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛି। ଏନେଇ ଦିନକୁ ୧ ଲକ୍ଷ ମାସ୍କ ସହ ବିପୁଳ ମାତ୍ରାରେ ବସ୍ତ୍ର, ସୁଟ୍ ଆଦି ବ୍ୟକ୍ତିଗତ ସୁରକ୍ଷା ଉପକରଣମାନ ଯୋଗାଇଦେବାକୁ ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଉଛି। କେବଳ ଏତିକି ନୁହେଁ, ରିଲାଏନ୍ସ ଲାଇଫ୍ ସାଇନ୍ସ କରୋନା ଭୂତାଣୁ ପରୀକ୍ଷଣ ଲାଗି ଅତିରିକ୍ତ ପରୀକ୍ଷା କିଟ୍ (ଆଡିସନାଲ ଟେଷ୍ଟ କିଟ୍) ମଧ୍ୟ ଆମଦାନୀ କରୁଛି। ଏହାସହ କରୋନା ଭୂତାଣୁକୁ ପରାସ୍ତ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନର ଅଭିଜ୍ଞ ଡାକ୍ତର ଏବଂ ବିଶେଷଜ୍ଞ ମଣ୍ଡଳୀ ଅଧିକ ସମୟ ଧରି ପରିଶ୍ରମ କରୁଛନ୍ତି।

Advertisment

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଟ୍ୱିଟ୍ କରାଯାଇ ଏ ସମସ୍ତ ସୂଚନା ପ୍ରଦାନ କରାଯାଇଛି। ଟ୍ୱିଟ୍ ଜରିଆରେ ସୂଚିତ କରାଯାଇଛି ଯେ, ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ(ବିଏମସି) ସହ ମିଳିତ ଉଦ୍ୟମରେ ଫାଉଣ୍ଡେସନ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ହସ୍ପିଟାଲ ନିର୍ମାଣ କରାଯାଇଛି। ଏଠାରେ ୧୦୦ଟି ଶଯ୍ୟା ରହିଥିବା ବେଳେ ପ୍ରତ୍ୟେକ ଶଯ୍ୟାକୁ ଆବଶ୍ୟକ ଭିତ୍ତିଭୂମି, ଭେଣ୍ଟିଲେଟର, ପେସମେକର, ଡାୟଲେସିସ ମେସିନ ତଥା ରୋଗୀ ମନିଟରିଂ ଉପକରଣ ଆଦି ବାୟୋ ମେଡିକାଲ ଉପକରଣଗୁଡ଼ିକ ସହ ସଂଲଗ୍ନ କରାଯାଇଛି।

ସେହିପରି କରୋନା ସଂକ୍ରମିତଙ୍କ ଆଇସୋଲେସନ ଲାଗି ମହାରାଷ୍ଟ୍ରର ଲୋଧିଓ୍ୱାଲିଠାରେ ଫାଉଣ୍ଡେସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମ୍ପୂର୍ଣ୍ଣ କ୍ୱାରେଣ୍ଟାଇନ୍ ବା ଏକାନ୍ତବାସର ସୁବିଧା ଥିବା ଏହି ବ୍ୟବସ୍ଥାକୁ ଜିଲ୍ଲା ଅଧିକାରୀଙ୍କୁ ହସ୍ତାନ୍ତର କରିଦିଆଯାଇଛି। ଅନ୍ୟପଟେ ଏଚ୍.ଏନ୍. ରିଲାଏନ୍ସ ହସ୍ପିଟାଲ ନିର୍ଦ୍ଦିଷ୍ଟ ଦେଶରୁ ଆସିଥିବା ସନ୍ଦିଗ୍ଧ ପର୍ଯ୍ୟଟକଙ୍କୁ ଯୋଗାଯୋଗ କରି ସ୍ୱତନ୍ତ୍ର ଚିକିତ୍ସା ସେବା ଯୋଗାଇଦେବା ଲାଗି ପ୍ରସ୍ତାବ ଦେଇଛି। ସଂକ୍ରମିତଙ୍କ ଏକାନ୍ତବାସ ଏବଂ ଚିକିତ୍ସା ଲାଗି ଖୁବଶୀଘ୍ର ପାଉଣ୍ଡେସନ ଅତିରିକ୍ତ ସ୍ୱାସ୍ଥ୍ୟ ସେବା ସୁବିଧା ବୃଦ୍ଧି କରିବ ବୋଲି କହିଛି।