Advertisment

ଜୋରଜବରଦସ୍ତି ଘରୁ ଉଠାଇ ନେଇ ଅର୍ଣ୍ଣବଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ୍‌

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ୍‌। ଆଜି ସକାଳ ସାଢ଼େ ୬ଟାରେ ମୁମ୍ବାଇ ପୁଲିସ୍‌ର ଏକ ଟିମ୍‌ ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ଘର ସମ୍ମୁଖରେ ପହଞ୍ଚି ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରି ଦେଇଥିଲେ। ଏହାପରେ କୌଣସି ନୋଟିସ, ସମନ, କିମ୍ବା କୋର୍ଟ ଅର୍ଡର ନ ଦେଖାଇ ମୁମ୍ବାଇ ପୁଲିସ୍‌ର ୧୦ରୁ ଅଧିକ ଅଧିକାରୀ ଅର୍ଣ୍ଣବଙ୍କ ଘରେ ପଶି ତାଙ୍କୁ ଜୋରଜବରଦସ୍ତି ଉଠାଇ ନେଇଥିଲେ ବୋଲି ଜଣାପଡ଼ିଛି। […]

author-image
Niharika Rout
ଅଦ୍ୟତନ ହୋଇଛି
ଜାମିନ୍ ଆବଦେନ ପ୍ରସଙ୍ଗରେ ଶୁକ୍ରବାର ପୁଣି ନିରାଶ ହେଲେ ଅର୍ଣ୍ଣବ

arnab-2

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ୍‌। ଆଜି ସକାଳ ସାଢ଼େ ୬ଟାରେ ମୁମ୍ବାଇ ପୁଲିସ୍‌ର ଏକ ଟିମ୍‌ ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ଘର ସମ୍ମୁଖରେ ପହଞ୍ଚି ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରି ଦେଇଥିଲେ। ଏହାପରେ କୌଣସି ନୋଟିସ, ସମନ, କିମ୍ବା କୋର୍ଟ ଅର୍ଡର ନ ଦେଖାଇ ମୁମ୍ବାଇ ପୁଲିସ୍‌ର ୧୦ରୁ ଅଧିକ ଅଧିକାରୀ ଅର୍ଣ୍ଣବଙ୍କ ଘରେ ପଶି ତାଙ୍କୁ ଜୋରଜବରଦସ୍ତି ଉଠାଇ ନେଇଥିଲେ ବୋଲି ଜଣାପଡ଼ିଛି। ତାଙ୍କୁ ପରିବାର ଲୋକଙ୍କ ସହ ମିଶିବାକୁ ଦିଆଯାଇନଥିବା ବେଳେ ଔଷଧ ଖାଇବାକୁ  ଦିଆଯାଇ ନ ଥିବା ଓ ମାଡ଼ ମରାଯାଇଥିବା ଅଭିଯୋଗ କହି଼ଛନ୍ତି ଅର୍ଣ୍ଣବ। ଏପରିକି ମୁମ୍ବାଇ ପୁଲିସ୍‌ ଗୁଣ୍ଡାଗିରି ଦେଖାଇ ତାଙ୍କ ଶାଶୁ, ଶ୍ୱଶୁର, ପତ୍ନୀ ଓ ପୁଅକୁ ମାଡ଼ ମାରିଥିବା କହିଛନ୍ତି ଅର୍ଣ୍ଣବ।

Advertisment

ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ୨୦୧୮ର ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ୍‌ ପକ୍ଷରୁ କୁହାଯାଇଛି।  ଦରମା ନ ମିଳିବା କାରଣରୁ ଅର୍ଣ୍ଣବଙ୍କ ଚ୍ୟାନେଲରେ କାମ କରୁଥିବା ଜଣେ ଆର୍କିଟେକ ଓ ତାଙ୍କ ମା’ ୨୦୧୮ ମସିହାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ତଦନ୍ତ ଠିକ୍‌ ଭାବେ କରାଯାଉ ନ ଥିବା ମୃତ ଆର୍କିଟେକଙ୍କ ଝିଅ ଅଭିଯୋଗ ପରେ ଗତ ମେ’ ମାସରେ ଉକ୍ତ ମାମଲାକୁ ପୁଣି ଥରେ ରିଓପନ କରାଯାଇଛି।

ଅର୍ଣ୍ଣବଙ୍କ ବ୍ୟତୀତ ରିପବ୍ଲିକ ଟିଭିର ଡେପୁଟି ନ୍ୟୁଜ ଏଡିଟର ସାଗରିକା ମିତ୍ର, ସିନିୟର ଆସୋସିଏଟ ଏଡିଟର ଓ ଆଙ୍କର ଶିବାନୀ ଗୁପ୍ତା, ଡେପୁଟି ଏଡିଟର ଶାୱନ ସେନ ଏବଂ ଏକ୍‌ଜ୍ୟୁକେଟିଭ ଏଡିଟର ନିରଞ୍ଜନ ନାରାୟଣସ୍ୱାମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ରିପବ୍ଲିକ ଟିଭିର ଏହି ସମସ୍ତ ଏଡିଟୋରିଆଲ ଷ୍ଟାଫ୍‌ ମହାରାଷ୍ଟ୍ର ସରକାର ଓ ପୁଲିସ୍‌ର ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା ଚଲାଉଥିବା ଅଭିଯୋଗ ହୋଇଛି।

Advertisment

ସୂଚନାଯୋଗ୍ୟ, ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ମୁମ୍ବାଇ ପୁଲିସ୍‌ ଓ ରିପବ୍ଲିକ ଟିଭି ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇଥିଲା। ଚ୍ୟାନେଲ ପକ୍ଷରୁ ଏହାକୁ ଏକ ମର୍ଡର କେସ୍‌ ବୋଲି କୁହାଯାଉଥିବା ବେଳେ ଏହାର ତଦନ୍ତର ଗତିକୁ ନେଇ ବାରମ୍ବାର ମୁମ୍ବାଇ ପୁଲିସ୍‌କୁ ଟାର୍ଗେଟ କରାଯାଉଥିଲା।

ମୁମ୍ବାଇ ପୁଲିସ୍‌ କମିଶନର ଅର୍ଣ୍ଣବଙ୍କୁ ଗତକାଲି ମୁମ୍ବାଇ ସହରର ସବୁଠୁ ବଡ଼ ହାଓଲା ଅପରେଟର କହିଥିବା ବେଳେ ଆଜି ସକାଳୁ ସକାଳୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମୁମ୍ବାଇ ପୁଲିସ୍‌ ପକ୍ଷରୁ ରିପବ୍ଲିକ ଟିଭିର  ସମସ୍ତ ଏଡିଟୋରିଆଲ ଷ୍ଟାଫଙ୍କ ଆସେସ୍‌ ମଗାଯାଇଛି। ଏପରିକି ସମସ୍ତ ଏଡିଟୋରିଆଲ ଷ୍ଟାଫ୍‌ଙ୍କ ସମେତ ସମସ୍ତ  ଟେକନିଆନ, ଆଇଟି ଷ୍ଟାଫ‌ ଓ ଅନ୍ୟ କର୍ମଚାରୀଙ୍କ ସମସ୍ତ ବିବରଣୀ ମଧ୍ୟ ଦେବାକୁ କୁହାଯାଇଛି। ଏହାବ୍ୟତୀତ ନ୍ୟୁଜ ରୁମ୍‌ର ସମସ୍ତ ଆଇଡି, ପାସୱାର୍ଡ ସହ ସେଠାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କ ସମସ୍ତ ବିବରଣୀ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷେ ଏହାକୁ ଦୃଢ ନିନ୍ଦା କରିବା ସହ ଏହାଦ୍ୱାରା ଗଣତନ୍ତ୍ରର କଣ୍ଠରୋଧ କରାଯାଉଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର। ଏହା ଜରୁରୀକାଳୀନ ପରିସ୍ଥିତିର ଚିତ୍ରକୁ ପୁଣି ଥରେ ମନେ ପକାଇ ଦେବା ସହ ଗଣତନ୍ତ୍ରର ସ୍ୱାଧୀନତା ପ୍ରତି କୁଠାରଘାତ ବୋଲି କହି ମହାରାଷ୍ଟ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଆହୁରି ପଢନ୍ତୁ : ଶାହାରୁଖଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍‌ ବି

Arnab Goswami Republic Tv