Advertisment

୫.୫୪%ରେ ପହଞ୍ଚିଲା ମୁଦ୍ରାସ୍ଫୀତି, ୩ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ଗତ ନଭେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୩ ବର୍ଷରେ ସର୍ବାଧିକ ୫.୫୪%ରେ ପହଞ୍ଚିଛି। ଖାଦ୍ୟ ଦ୍ରବ୍ୟର ଦର ଅଧିକ ମାତ୍ରାରେ ବଢ଼ିଯାଇଥିବାରୁ ସ୍ଥିତି ଏପରି ହୋଇଥିବା କୁହାଯାଉଛି। କଷ୍ଟମର ପ୍ରାଇସ୍‌ ଇଣ୍ଡେକ୍ସ (ସିପିଆଇ) ଭିତ୍ତିରେ ଆକଳନ କରାଯାଉଥିବା ମୁଦ୍ରାସ୍ପୀତି ଗତ ଅକ୍ଟୋବରରେ ୪.୬୨ରେ ପହଞ୍ଚିଥିଲା। ଏହା ଗତ ବର୍ଷ ନଭେମ୍ବରରେ ବା ନଭେମ୍ବର ୨୦୧୮ ବେଳକୁ ୨.୩୩%ରେ ପହଞ୍ଚିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦେଇଥିବା ତଥ୍ୟ ଅନୁଯାୟୀ ଖାଦ୍ୟ ଦ୍ରବ୍ୟରେ ମୁଦ୍ରାସ୍ଫୀତି ୧୦.୦୧%କୁ ବୃଦ୍ଧି ପାଇଛି। ଏହା […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
୫.୫୪%ରେ ପହଞ୍ଚିଲା ମୁଦ୍ରାସ୍ଫୀତି, ୩ ବର୍ଷରେ ସର୍ବାଧିକ

onion

ନୂଆଦିଲ୍ଲୀ: ଗତ ନଭେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୩ ବର୍ଷରେ ସର୍ବାଧିକ ୫.୫୪%ରେ ପହଞ୍ଚିଛି। ଖାଦ୍ୟ ଦ୍ରବ୍ୟର ଦର ଅଧିକ ମାତ୍ରାରେ ବଢ଼ିଯାଇଥିବାରୁ ସ୍ଥିତି ଏପରି ହୋଇଥିବା କୁହାଯାଉଛି।

Advertisment

କଷ୍ଟମର ପ୍ରାଇସ୍‌ ଇଣ୍ଡେକ୍ସ (ସିପିଆଇ) ଭିତ୍ତିରେ ଆକଳନ କରାଯାଉଥିବା ମୁଦ୍ରାସ୍ପୀତି ଗତ ଅକ୍ଟୋବରରେ ୪.୬୨ରେ ପହଞ୍ଚିଥିଲା। ଏହା ଗତ ବର୍ଷ ନଭେମ୍ବରରେ ବା ନଭେମ୍ବର ୨୦୧୮ ବେଳକୁ ୨.୩୩%ରେ ପହଞ୍ଚିଥିଲା।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦେଇଥିବା ତଥ୍ୟ ଅନୁଯାୟୀ ଖାଦ୍ୟ ଦ୍ରବ୍ୟରେ ମୁଦ୍ରାସ୍ଫୀତି ୧୦.୦୧%କୁ ବୃଦ୍ଧି ପାଇଛି। ଏହା ଅକ୍ଟୋବରରେ ୭.୮୯% ଥିଲା। ବର୍ଷ ତଳେ ବା ୨୦୧୮ ନଭେମ୍ବରରେ ଏହା -୨.୬୧% ଥିଲା। ଗତ ୨୦୧୬ ଜୁଲାଇରେ ସିପିଆଇ ଭିତ୍ତିରେ ଆକଳନ କରାଯାଉଥିବା ମୁଦ୍ରାସ୍ଫୀତି ସର୍ବାଧିକ ୬.୦୭% ଥିଲା।

Advertisment