Advertisment

ଡିସେମ୍ବରରେ ୭.୩୫%କୁ ବଢ଼ିଲା ମୁଦ୍ରାସ୍ଫୀତି, ଚିନ୍ତା ବଢ଼ାଉଛି ପରିବା ଦର

ନୂଆଦିଲ୍ଲୀ: ୨୦୧୯ ମସିହା ଡିସେମ୍ବର ମାସରେ ମୁଦ୍ରାସ୍ଫୀତି ୭.୩୫କୁ ବୃଦ୍ଧି ପାଇଛି। ଗତ ମାସ ତୁଳନାରେ ଏକା ସାଥିରେ ୫.୫୪% ବୃଦ୍ଧି ପାଇଛି। ଆରବିଆଇର ଅପର ଲିମଟ୍‌ ଟାର୍ଗେଟ୍‌କୁ ଅତିକ୍ରମ କରି ଏପରି ସ୍ଥିତି ଉପୁଜିଛି। ୨୦୧୪ ଜୁଲାଇ ପରଠାରୁ ଏହା ସର୍ବାଧିକ ମୁଦ୍ରାସ୍ପୀତି। ସେତେବେଳେ ମୁଦ୍ରାସ୍ଫୀତି ୭.୩୯ରେ ପହଞ୍ଚିଥିଲା। ଅର୍ଥନୀତିକ ସ୍ଥିତି ବର୍ତ୍ତମାନ ମାନ୍ଦା ରହିଥିବାରୁ ଏବେ ଏହା ବୋଝ ଉପରେ ନଳିତା ବିଡ଼ା ପରି ହୋଇଛି। ଏନ୍‌ଏସ୍‌ଓ ଜାରି କରିଥିବା ଖାଉଟି ଦର ମୁଦ୍ରାସ୍ପୀତି […]

ଅଦ୍ୟତନ ହୋଇଛି
ଡିସେମ୍ବରରେ ୭.୩୫%କୁ ବଢ଼ିଲା ମୁଦ୍ରାସ୍ଫୀତି, ଚିନ୍ତା ବଢ଼ାଉଛି ପରିବା ଦର

vegetables

Advertisment

ନୂଆଦିଲ୍ଲୀ: ୨୦୧୯ ମସିହା ଡିସେମ୍ବର ମାସରେ ମୁଦ୍ରାସ୍ଫୀତି ୭.୩୫କୁ ବୃଦ୍ଧି ପାଇଛି। ଗତ ମାସ ତୁଳନାରେ ଏକା ସାଥିରେ ୫.୫୪% ବୃଦ୍ଧି ପାଇଛି। ଆରବିଆଇର ଅପର ଲିମଟ୍‌ ଟାର୍ଗେଟ୍‌କୁ ଅତିକ୍ରମ କରି ଏପରି ସ୍ଥିତି ଉପୁଜିଛି।

Advertisment

୨୦୧୪ ଜୁଲାଇ ପରଠାରୁ ଏହା ସର୍ବାଧିକ ମୁଦ୍ରାସ୍ପୀତି। ସେତେବେଳେ ମୁଦ୍ରାସ୍ଫୀତି ୭.୩୯ରେ ପହଞ୍ଚିଥିଲା। ଅର୍ଥନୀତିକ ସ୍ଥିତି ବର୍ତ୍ତମାନ ମାନ୍ଦା ରହିଥିବାରୁ ଏବେ ଏହା ବୋଝ ଉପରେ ନଳିତା ବିଡ଼ା ପରି ହୋଇଛି। ଏନ୍‌ଏସ୍‌ଓ ଜାରି କରିଥିବା ଖାଉଟି ଦର ମୁଦ୍ରାସ୍ପୀତି (ସିପିଆଇ) ବା ଖୁଚୁରା ମୁଦ୍ରାସ୍ଫୀତି ଦର୍ଶାଇଛି ନଭେମ୍ବର ମାସଠାରୁ ମୁଦ୍ରାସ୍ପୀତି ପ୍ରବଲ ବଢ଼ିଯାଇଛି। ଏହା ୪୦ ମାସରେ ସର୍ବାଧିକ ବୋଲି ଜଣାପଡ଼ିଛି।

ରିଜର୍ଭ ବ୍ୟାଙ୍କ ଏବଂ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ହୋଇ ଠିଆ ହୋଇଛି ଖାଦ୍ୟ ଦର ବିଶେଷ କରି ପରିବା ଦର ବୃଦ୍ଧି ଜନିତ ମୁଦ୍ରାସ୍ଫୀତି। ଏହା ହିଁ ଗତ ଡିସେମ୍ବର ମାସରେ ମୁଦ୍ରାସ୍ପୀତି ବୃଦ୍ଧିର ବଡ଼ କାରଣ ବୋଲି କୁହାଯାଉଛି।

Advertisment

ଏନ୍‌ଏସ୍‌ଓ ତଥ୍ୟ ଅନୁଯାୟୀ ନଭେମ୍ବର (୧୦.୦୧%) ତୁଳନାରେ ଡିସେମ୍ବରରେ ୧୪.୧୨%ରେ ପହଞ୍ଚିଯାଇଛି। ସେହିଭଳି ପରିବା ମୁଦ୍ରାସ୍ଫୀତି ନଭେମ୍ବରର ୩୬% ତୁଳନାରେ ଡିସେମ୍ବରରେ ୬୦.୫%ରେ ପହଞ୍ଚିଛି। ଆରବିଆର ମୁଦ୍ରାସ୍ଫୀତି ଆକଳନ ୪+୨କୁ ଅତିକ୍ରମ କରିଯାଇଛି। ଅନ୍ୟପକ୍ଷରେ ପୂର୍ବରୁ ଆରବିଆଇର ‘ବଡ଼ ପରିମାଣର ବୃଦ୍ଧି’ ଆଶଙ୍କା ସତ ପ୍ରମାଣିତ ହୋଇଛି। ଲଗାତାର ୩ ମାସ ଧରି ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଛି। ତେବେ ଗତ ଥର ରେପୋରେଟ୍‌ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଥିବା ଆରବିଆଇ ଚଳିତ ଥର କ’ଣ କରିବ ତା’ଉପରେ ସମସ୍ତଙ୍କ ନଜର ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe