/odisha-reporter/media/post_attachments/uploads/2020/10/bribe.jpg)
bribe
ନୂଆଦିଲ୍ଲୀ: ଲାଞ୍ଚ ନେଇଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ବା ସିବିଆଇର ପୂର୍ବତନ ଏସପି ଏନଏମପି ସିହ୍ନା ଗିରଫ ହୋଇଛନ୍ତି। ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ସିବିଆଇ ସିହ୍ନା ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ସିବିଆଇ ଗିରଫ କରିଛି।
Advertisment
ଏନଏମପି ସିହ୍ନା ସିବିଆଇର ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଭାବେ ମଧ୍ୟ ଦାୟିତ୍ୱ ତୁଲାଇସାରିଛନ୍ତି। ସିହ୍ନା ମାସେ ତଳେ ହିଁ ସିବିଆଇରୁ ଅବସର ନେଇଛନ୍ତି। ତେବେ କୌଣସି ଏକ ସିବିଆଇ ମାମଲାରେ ସିହ୍ନାଙ୍କୁ ଗୋଟିଏ ପକ୍ଷଭୁକ୍ତ କରାଇବାକୁ ୨୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ରହିଛି।
ଆଜି ଅପରାହ୍ନ ସୁଦ୍ଧା ସିିହ୍ନାଙ୍କୁ କୋର୍ଟରେ ହାଜର କରାଯିବ। ତେବେ କେଉଁ ମାମଲାରେ ଏହି ସିହ୍ନାଙ୍କୁ ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
