Advertisment

ମୁମ୍ବାଇ ପୁଲିସର ମୁଖା ଖୋଲିଦେଲା ରିୟାଙ୍କ କଲ୍ ରେକର୍ଡସ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପ୍ରକ୍ରିୟା ଜୋର୍ ଧରିଛି। ଏପଟେ ମୁମ୍ବାଇସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ରିୟାଙ୍କୁ ଜେରା ଚାଲିଥିବା ବେଳେ ଅନ୍ୟପଟେ ରିୟାଙ୍କ କଲ୍ ରେକର୍ଡ ସାମ୍ନାକୁ ଆସିଛି। ତେବେ କଲ୍ ରେକର୍ଡସରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ରିୟାଙ୍କ କଲ୍ ରେକର୍ଡରୁ ସବୁଠାରୁ ବଡ଼ ଖୁଲାସା ହୋଇଛି। ଜୁନ୍ 21ରୁ 18 ଜୁଲାଇ ଭିତରେ ମୁମ୍ବାଇ ବାନ୍ଦ୍ରା ଥାନା ଡିସିପି ଅଭିଷେଖ ତ୍ରିମୁଖେ ରିୟାଙ୍କ ସହ 5 […]

ଅଦ୍ୟତନ ହୋଇଛି
ମୁମ୍ବାଇ ପୁଲିସର ମୁଖା ଖୋଲିଦେଲା ରିୟାଙ୍କ କଲ୍ ରେକର୍ଡସ୍

rhea

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପ୍ରକ୍ରିୟା ଜୋର୍ ଧରିଛି। ଏପଟେ ମୁମ୍ବାଇସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ରିୟାଙ୍କୁ ଜେରା ଚାଲିଥିବା ବେଳେ ଅନ୍ୟପଟେ ରିୟାଙ୍କ କଲ୍ ରେକର୍ଡ ସାମ୍ନାକୁ ଆସିଛି। ତେବେ କଲ୍ ରେକର୍ଡସରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।

Advertisment

ରିୟାଙ୍କ କଲ୍ ରେକର୍ଡରୁ ସବୁଠାରୁ ବଡ଼ ଖୁଲାସା ହୋଇଛି। ଜୁନ୍ 21ରୁ 18 ଜୁଲାଇ ଭିତରେ ମୁମ୍ବାଇ ବାନ୍ଦ୍ରା ଥାନା ଡିସିପି ଅଭିଷେଖ ତ୍ରିମୁଖେ ରିୟାଙ୍କ ସହ 5 ଥର ଯୋଗାଯୋଗ କରିଛନ୍ତି। 4ଥର ଫୋନ୍ କଲରେ ଯୋଗାଯୋଗ ହୋଇଥିବା ବେଳେ ଗୋଟିଏ ଥର ମେସେଜ କରାଯାଇଛି। ତେବେ ଏଥିରେ ସନ୍ଦେହଜନକ ବିଷୟଟି ହେଲା ଏ ସବୁ କଲ୍ ଅବଧି ମାତ୍ର କେଇ ସେକେଣ୍ଡ ପାଇଁ ରହିଛି।

ଡିସିପି ତ୍ରିମୁଖେ 20 ଜୁନ ରିୟାଙ୍କୁ ପ୍ରଥମେ ମେସେଜ କରିଥିଲେ ବୋଲି ରିୟାଙ୍କ କଲ୍ ରେକର୍ଡରୁ ଜଣାପଡ଼ିଛି। ଏହାପରେ 21 ଜୁନ୍, 22 ଜୁନ୍, 1 ଜୁଲାଇ ଏବଂ 18 ଜୁଲାଇରେ ରିୟାଙ୍କ ସହ ଫୋନ୍ କଲ୍ ଜରିଆରେ ଯୋଗାଯୋଗରେ ଥିଲେ ଡିସିପି। କିନ୍ତୁ 4ଟି ଫୋନ୍ କଲ୍ ଅବଧି ଥିଲା 28 ସେକେଣ୍ଡ, 29 ସେକେଣ୍ଡ, 61 ସେକେଣ୍ଡ ଓ 66 ସେକେଣ୍ଡ। ତେବେ 2ଥର ଡିସିପି ରିୟାଙ୍କୁ କଲ୍ କରିଥିବା ବେଳେ 2 ଥର ରିୟା ଡିସିପି ତ୍ରିମୁଖେଙ୍କୁ କଲ୍ କରିଥିବା କଲ୍ ରେକର୍ଡସରୁ ଜଣାପଡ଼ିଛି।

Advertisment

ଏଠାରେ କହି ରଖୁଛୁ ଯେ, ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାରେ ବିହାର ପୁଲିସକୁ ମୁମ୍ବାଇ ପୁଲିସ ସହଯୋଗ କରୁ ନ ଥିବା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ଜୋର୍ ଧରିଥିଲା। ଏପରି କି ପାଟନା ପୁଲିସର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଜବରଦସ୍ତ କ୍ୱାରେଣ୍ଟାଇନରେ ମଧ୍ୟ ରଖାଯାଇଥିଲା। ଏହାସହ ମୁମ୍ବାଇ ପୁଲିସ ଜାଣିଶୁଣି ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଫାଇଲ୍ ଡିଲିଟ୍ କରିଥିବା ଅଭିଯୋଗ ମଧ୍ୟ ଉଠିଥିଲା। ଏ ସବୁ ପରେ ରିୟାଙ୍କୁ ସୁଶାନ୍ତ ମୃତ୍ୟୁ ମାମଲାରୁ ବଞ୍ଚେଇବା ଲାଗି ମୁମ୍ବାଇ ପୁଲିସ ସହଯୋଗ କରୁଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ଅନ୍ୟପଟେ ରିୟା ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁ ନ ଥିବା ନେଇ ବିହାର ପୁଲିସ ଖୁଲାସା କରିଥିଲା। ଏପଟେ ମୁମ୍ବାଇ ପୁଲିସ ରିୟାଙ୍କ ବାବଦରେ କୌଣସି ତଥ୍ୟ ନ ଥିବା କହିଥିଲା। ତେବେ କଲ୍ ରେକର୍ଡସରୁ ମୁମ୍ବାଇ ପୁଲିସର ମିଛ ଧରାପଡ଼ିଛି। ରିୟାଙ୍କ ସହ ଫୋନ୍ ଯୋଗାଯୋଗ ଥିବା ବେଳେ କାହିଁକି ମୁମ୍ବାଇ ପୁଲିସ ଏହା ଲୁଚାଇବାକୁ ଚେଷ୍ଟା କରୁଥିଲା ତାହା ସବୁଠାରୁ ବଡ଼ ପ୍ରଶ୍ନ।

ଏହାସହ 4ଟି କଲ୍ ଅବଧିକୁ ନେଇ ଏବେ ସନ୍ଦେହ ଆହୁରି ଘନେଇଛି। ଯଦି ତଦନ୍ତ ପ୍ରକ୍ରିୟା ଅନୁଯାୟୀ ଡିସିପି ରିୟାଙ୍କୁ ବା ରିୟା ଡିସିପିଙ୍କୁ କଲ୍ କରିଥିଲେ 28, 29, 61, 66 ସେକେଣ୍ଡରେ ଏପରି କେଉଁ ବିଷୟରେ କଥା ହେଲେ। କଲ୍ କରି ମାତ୍ର କେଇଟା ସେକେଣ୍ଡରେ ଡିସିପି ନିର୍ଦ୍ଦିଷ୍ଟ ସୂଚନା କିମ୍ବା ଯୋଗାଯୋଗ ପାଇଁ ଅନ୍ୟ ମାଧ୍ୟମ ବ୍ୟବହାର କରିବାକୁ ରିୟାଙ୍କୁ କହିଥିବା ସନ୍ଦେହ କରାଯାଉଛି। ଯେପରି ହ୍ୱାଟସ୍ ଆପ୍ ଭଳି ମେସେଞ୍ଜର କଲ୍ ଜରିଆରେ ଯୋଗାଯୋଗ କଲେ କଲ୍ ରେକର୍ଡ ବାହାର କରିବା ସମ୍ଭବ ନୁହେଁ। ଏଭଳି ବିଭିନ୍ନ ପ୍ରଶ୍ନବାଚୀ ଉଠୁଥିବା ବେଳେ ମୁମ୍ବାଇ ପୁଲିସର ରିୟାଙ୍କ ପାଇଁ ଥିବା ଦରଦ ପଦାରେ ପଡ଼ିଛି।

Sushant Singh Rajput Rhea Chakraborty Mumbai Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe