Advertisment

ରିଆଙ୍କୁ ମିଳିଲାନି ଜାମିନ୍‌, ଜେଲ୍‌ରେ ରହିବେ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ଫସି ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ମୁମ୍ବାଇର ଏକ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ରିଆଙ୍କ ସହିତ ତାଙ୍କ ଭାଇ ସୌଭିକ୍ ଓ ଅନ୍ୟ ଗିରଫ ଅଭିଯୁକ୍ତମାନଙ୍କ ଜାମିନ୍ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି। ଲଗାତାର ତିନି ଦିନ ଧରି ପଚରାଉଚରା କରିବା ପରେ ସେପ୍ଟେମ୍ବର ୮ ତାରିଖରେ […]

ଅଦ୍ୟତନ ହୋଇଛି
ବିଚାର ବିଭାଗୀୟ ହାଜତକୁ ଗଲେ ରିଆ

RHEA-3

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ଫସି ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ମୁମ୍ବାଇର ଏକ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ରିଆଙ୍କ ସହିତ ତାଙ୍କ ଭାଇ ସୌଭିକ୍ ଓ ଅନ୍ୟ ଗିରଫ ଅଭିଯୁକ୍ତମାନଙ୍କ ଜାମିନ୍ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି।

Advertisment

ଲଗାତାର ତିନି ଦିନ ଧରି ପଚରାଉଚରା କରିବା ପରେ ସେପ୍ଟେମ୍ବର ୮ ତାରିଖରେ ନାର୍‌କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍‌ସିବି) ତାଙ୍କୁ ଗିରଫ କରିଥିଲା। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେତେବେଳେ ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ସହିତ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ବୁଧବାର ଠାରୁ ରିଆ ମୁମ୍ବାଇର ଭାୟଖଲା ଜେଲ୍‌ରେ ରହୁଛନ୍ତି, ଯାହା କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ।

ନିଜ ଜାମିନ୍ ଆବେଦନରେ ରିଆ ଉଲ୍ଲେଖ କରିଥିଲେ ଯେ ଏନ୍‌ସିବିର ତଦନ୍ତକାରୀ ଅଧିକାରୀମାନେ ତାଙ୍କୁ ଦୋଷ ସ୍ୱୀକାର କରିବା ପାଇଁ ଚାପ ପକାଇଥିଲେ। ଏହା ସହିତ ବିଚାର ବିଭାଗୀୟ ହାଜତରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଦର୍ଶାଇଥିଲେ। ରିଆ କହିଥିଲେ ଯେ ତାଙ୍କ ଦୁଷ୍କର୍ମ ସହିତ ହତ୍ୟା ଧମକ ମିଳୁଛି। ତା’ସହିତ ଏକାବେଳେ ତିନି ତିନିଟି ତଦନ୍ତ (ସିବିଆଇ, ଇଡି ଓ ଏନ୍‌ସିବି)ର ସମ୍ମୁଖୀନ ହେବା ଫଳରେ ତାଙ୍କର ମାନସିକ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଏହାର ଖରାପ ପ୍ରଭାବ ପଡ଼ିଛି।

Advertisment

ଜାମିନ ଆବେଦନରେ ରିଆ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ସେ କିଛି ଭୁଲ୍ କରି ନାହାନ୍ତି। ତାଙ୍କୁ ଏହି ମାମଲାରେ ମିଛରେ ଫସାଇ ଦିଆଯାଇଛି।

ଅନ୍ୟପକ୍ଷରେ ଏନ୍‌ସିବି ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ରିଆ ଚକ୍ରବର୍ତ୍ତୀ ଡ୍ରଗ୍ସ ଯୋଗାଡ଼ କରୁଥିଲେ। ତେବେ ସେ ନିଜେ କେବେ ଡ୍ରଗ୍ସ ସେବନ କରି ନଥିବା କହିଛନ୍ତି।

Rhea Chakraborty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe