Advertisment

ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଓକିଲଙ୍କ ବଡ଼ ଅଭିଯୋଗ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ରିୟା ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପରିବାରର ଓକିଲ। ସୁଶାନ୍ତଙ୍କ ପରିବାର ସିବିଆଇ ତଦନ୍ତରେ ହସ୍ତକ୍ଷେପ କରିବାକୁ ପ୍ରୟାସ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ରିୟାଙ୍କ ଓକିଲ। ଏହା ପୂର୍ବରୁ ସୁଶାନ୍ତଙ୍କ ପରିବାର ପକ୍ଷରୁ ତାଙ୍କ ଓକିଲ ବୟାନ ଦେଇଥିଲେ ଯେ, ଏମ୍ସର ଜଣେ ଡାକ୍ତର ସୁଶାନ୍ତଙ୍କ ଗଳା ଚିପି ହତ୍ୟା କରାଯାଇଥିବା ନେଇ ତାଙ୍କୁ କହିଛନ୍ତି। ସୁଶାନ୍ତଙ୍କ ମୃତଦେହର ଫୋରେନ୍ସିକ ଟେଷ୍ଟ କରିଥିବା […]

ଅଦ୍ୟତନ ହୋଇଛି
ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଓକିଲଙ୍କ ବଡ଼ ଅଭିଯୋଗ

SSR

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ରିୟା ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପରିବାରର ଓକିଲ। ସୁଶାନ୍ତଙ୍କ ପରିବାର ସିବିଆଇ ତଦନ୍ତରେ ହସ୍ତକ୍ଷେପ କରିବାକୁ ପ୍ରୟାସ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ରିୟାଙ୍କ ଓକିଲ। ଏହା ପୂର୍ବରୁ ସୁଶାନ୍ତଙ୍କ ପରିବାର ପକ୍ଷରୁ ତାଙ୍କ ଓକିଲ ବୟାନ ଦେଇଥିଲେ ଯେ, ଏମ୍ସର ଜଣେ ଡାକ୍ତର ସୁଶାନ୍ତଙ୍କ ଗଳା ଚିପି ହତ୍ୟା କରାଯାଇଥିବା ନେଇ ତାଙ୍କୁ କହିଛନ୍ତି। ସୁଶାନ୍ତଙ୍କ ମୃତଦେହର ଫୋରେନ୍ସିକ ଟେଷ୍ଟ କରିଥିବା ଏମ୍ସ ଟିମରେ ଉକ୍ତ ଡାକ୍ତର ଜଣକ ଥିଲେ ବୋଲି ସେ କହିଛନ୍ତି।

Advertisment

ସୁଶାନ୍ତଙ୍କ ପରିବାର ପକ୍ଷର ଓକିଲ ବିକାଶ ସିଂହଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ରିୟାଙ୍କ ଓକିଲ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିକାଶ ଶୁକ୍ରବାର ଟ୍ୱିଟ୍ କରିଥିଲେ ଯେ, ସୁଶାନ୍ତଙ୍କ ଆତ୍ମହତ୍ୟାକୁ ହତ୍ୟା ବୋଲି ନିର୍ଣ୍ଣୟ ନେବାରେ ସିବିଆଇ ବିଳମ୍ବ କରୁଛି, ଏଥିପାଇଁ ମୁଁ ନିରାଶ। ମୁଁ ପଠାଇଥିବା ଫଟୋଗୁଡ଼ିକ ଦେଖିଲା ପରେ ଏମ୍ସ ଟିମରେ ଥିବା ଡାକ୍ତର ମୋତେ ବହୁ ପୂର୍ବରୁ କହିସାରିଥିଲେ ଯେ, ସୁଶାନ୍ତଙ୍କ ଗଳା ଚିପି ହତ୍ୟା କରାଯାଇଥିବାର ୨୦୦ ପ୍ରତିଶତ ସଙ୍କେତ ରହିଛି। ଆଉ ଏହା ଏକ ଆତ୍ମହତ୍ୟା ନୁହେଁ। ଏହାପରେ ସୁଶାନ୍ତଙ୍କ ପରିବାର ଲୋକେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ତଦନ୍ତ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ପ୍ରୟାସ ଚଳାଇଥିବା ନେଇ ରିୟାଙ୍କ ଓକିଲ ଅଭିଯୋଗ ଆଣିଛନ୍ତି।

ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତିଶ ମାନେଶିନ୍ଦେ କହିଛନ୍ତି ଯେ, ତଦନ୍ତ ନିରପେକ୍ଷ ହେଉ ବୋଲି ସିବିଆଇ ମାମଲାରେ ଏକ ନୂଆ ମେଡିକାଲ ବୋର୍ଡ ଗଠନ କରିବାକୁ ଅନୁରୋଧ କରିଛି। ଫଟୋକୁ ଆଧାର କରି ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏମ୍ସ ଡାକ୍ତରଙ୍କ ୨୦୦ ପ୍ରତିଶତ ନିଷ୍କର୍ସ ବାହାର କରିବା ଏକ ଭୟଙ୍କର ପ୍ରବୃତ୍ତି। ତଦନ୍ତ ପ୍ରକ୍ରିୟାକୁ ନିରପେକ୍ଷ କରିବା ଲାଗି ସିବିଆଇ ଏକ ନୂତନ ମେଡିକାଲ ବୋର୍ଡ ଗଠନ କରିବା ଆବଶ୍ୟକ।

Advertisment

ସତିଶ ଆହୁରି ମଧ୍ୟ କହିଛନ୍ତି, ବିହାର ନିର୍ବାଚନ ପୂର୍ବରୁ ସ୍ପଷ୍ଟ କାରଣରୁ ପୂର୍ବ ନିର୍ଦ୍ଧାରିତ ଫଳାଫଳ ପାଇବା ପାଇଁ ଏଜେନ୍ସି ଉପରେ ଚାପ ପକାଯାଉଛି। ନିକଟରେ ଆମେ ଡିଜିପି ପାଣ୍ଡେଙ୍କ ଭିଆରଏସ ବିଷୟ ଦେଖିଲେ। ଏଭଳି ପଦକ୍ଷେପର ପୁନରାବୃତ୍ତି ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

ସେପଟେ, ଏମ୍ସ ଫୋରେନ୍ସିକ ଟିମ୍ ମୁଖ୍ୟ ସୁଧୀର ଗୁପ୍ତା କହିଛନ୍ତି ଯେ, ସିବିଆଇକୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସ ମିଳିନାହିଁ। ଶେଷ ବୈଠକ ନିର୍ଦ୍ଧାରିତ ହେବାର ଅଛି। କେବଳ ଫଟୋ ଦେଖି କୌଣସି ରାୟ ଦିଆଯାଇପାରିବ ନାହିଁ। ଆମର ମତ ସ୍ପଷ୍ଟ ଏବଂ ସାକ୍ଷ୍ୟ ପ୍ରମାଣ ଆଧାରରେ ନିର୍ଣ୍ଣାୟକ ହେବ ବୋଲି ସେ କହିଛନ୍ତି।

CBI Rhea Chakraborty SSR Death Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe