Advertisment

ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କୀରଣ ରିଜ୍ଜୁ

ନୂଆଦିଲ୍ଲୀ: ଆଜି ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି କେନ୍ଦ୍ରମନ୍ତ୍ରୀ କୀରଣ ରିଜ୍ଜୁ। ନୂଆଦିଲ୍ଲୀର ଶାଦରଜଙ୍ଗ ବିମାନବନ୍ଦରରୁ ତେହେରୀକୁ ଏମଆଇ-୧୭ଭି୫ ହେଲିକପ୍ଟରରେ ମଙ୍ଗଳବାର ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହିନ୍ଦୋଲ ଏୟାରବେସ୍‌ରେ ଜାରୁରୀକାଳୀନ ଅବତରଣ କରିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ରିଜ୍ଜୁଙ୍କ ସମେତ ତେହେରୀ-ଗୋରୱାଲର ସାଂସଦ ଏମ.ଆର.ଏଲ. ଶାହ ଥିଲେ। ତେବେ ଠିକ ସମୟରେ ହେଲିକପ୍ଟରଟି ଅବତରଣ କରିବା ଯୋଗୁଁ ଏମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଦୁଇ ବରିଷ୍ଠ ନେତା ଠିକ ଥିବା କହିଛନ୍ତି। ଯାନ୍ତ୍ରୀକ […]

ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କୀରଣ ରିଜ୍ଜୁ

kiren-mos

Advertisment

ନୂଆଦିଲ୍ଲୀ: ଆଜି ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି କେନ୍ଦ୍ରମନ୍ତ୍ରୀ କୀରଣ ରିଜ୍ଜୁ। ନୂଆଦିଲ୍ଲୀର ଶାଦରଜଙ୍ଗ ବିମାନବନ୍ଦରରୁ ତେହେରୀକୁ ଏମଆଇ-୧୭ଭି୫ ହେଲିକପ୍ଟରରେ ମଙ୍ଗଳବାର ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହିନ୍ଦୋଲ ଏୟାରବେସ୍‌ରେ ଜାରୁରୀକାଳୀନ ଅବତରଣ କରିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ରିଜ୍ଜୁଙ୍କ ସମେତ ତେହେରୀ-ଗୋରୱାଲର ସାଂସଦ ଏମ.ଆର.ଏଲ. ଶାହ ଥିଲେ। ତେବେ ଠିକ ସମୟରେ ହେଲିକପ୍ଟରଟି ଅବତରଣ କରିବା ଯୋଗୁଁ ଏମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଦୁଇ ବରିଷ୍ଠ ନେତା ଠିକ ଥିବା କହିଛନ୍ତି।

Advertisment

ଯାନ୍ତ୍ରୀକ ତ୍ରୁଟି ପରିଲକ୍ଷିତ ହୋଇଥିବା ଏହି ହେଲିକପ୍ଟରରେ ବିଜେପିର ଦୁଇ ବରିଷ୍ଠ ନେତାଙ୍କ ସମେତ ଗୃହ ମନ୍ତ୍ରଣାଳୟର କର୍ମଚାରୀ, ୨ ସାମ୍ବାଦିକଙ୍କ ସମେତ ୮ଜଣ ଥିଲେ।

ନିର୍ଦ୍ଦିଷ୍ଟ ସ୍ଥଳରେ ଅବତରଣ କରିବାର ୨୦ ମିନିଟ ପୂର୍ବରୁ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ପାଇଲଟ୍ ଏହାକୁ ନିକଟସ୍ଥ ହିନ୍ଦୋଲ୍ ଏୟାରବେସ୍‌ରେ ଅବତରଣ ପାଇଁ ଅନୁମତି ମାଗିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe