Advertisment

ବିହାରରେ ବି କଂଗ୍ରେସକୁ ଶକ୍ତ ଧକ୍କା

ପାଟଣା: ପୁଣି କଂଗ୍ରେସ ପାର୍ଟିକୁ ଲାଗିଛି ଆଉ ଏକ ବଡ଼ ଝଟକା। ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ୨୨ ବିଧାୟକ ଦଳ ଛାଡ଼ିବା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି। ବିହାର ରାଜ୍ୟସଭା ନିର୍ବାଚନ ପୂର୍ବରୁ ମହାମେଣ୍ଟ ସହଯୋଗୀ ଆରଜେଡି ଏହି ଧକ୍କା ଦେଇଛି। ବିହାରରେ ୨ଟି ରାଜ୍ୟସଭା ଆସନ ପାଇଁ ଆରଜେଡି କଂଗ୍ରେସର ବିନା ସହମତିରେ ନିଜ ଦଳର […]

author-image
Pragnya Choudhury
ଚିକିତ୍ସା ପାଇଁ ଆମେରିକା ଗସ୍ତରେ ଗଲେ ସୋନିଆ ଗାନ୍ଧୀ

Rahul Gandhi_Sonia Gandhi

ପାଟଣା: ପୁଣି କଂଗ୍ରେସ ପାର୍ଟିକୁ ଲାଗିଛି ଆଉ ଏକ ବଡ଼ ଝଟକା। ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ୨୨ ବିଧାୟକ ଦଳ ଛାଡ଼ିବା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି। ବିହାର ରାଜ୍ୟସଭା ନିର୍ବାଚନ ପୂର୍ବରୁ ମହାମେଣ୍ଟ ସହଯୋଗୀ ଆରଜେଡି ଏହି ଧକ୍କା ଦେଇଛି। ବିହାରରେ ୨ଟି ରାଜ୍ୟସଭା ଆସନ ପାଇଁ ଆରଜେଡି କଂଗ୍ରେସର ବିନା ସହମତିରେ ନିଜ ଦଳର ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ଫଳରେ ଲୋକସଭା ନିର୍ବାଚନ ସମୟରେ ଦୁଇ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଓ ପ୍ରତିଶ୍ରୁତିରୁ ଆରଜେଡି ଓହରିଯାଇଛି।

Advertisment

ଆରଜେଡିର ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ବ୍ୟବସାୟୀ ପ୍ରେମଚାନ୍ଦ ଗୁପ୍ତା ଏବଂ ଅମରିନ୍ଦ୍ରଧାରୀ ସିଂଙ୍କୁ ଆରଜେଡି ରାଜ୍ୟସଭା ଟିକେଟ ଦେଇଛି। ଗୁପ୍ତାଙ୍କୁ ଟିକେଟ ମିଳିବା କଥା ବହୁ ପୂର୍ବରୁ ଆଲୋଚନା ହେଉଥିଲେ ମଧ୍ୟ ନୂଆ ମୁହଁ ସିଂଙ୍କୁ ଦଳ ରାଜ୍ୟସଭା ପାଇଁ ପଠାଇବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି। ତେବେ ସବୁଠାରୁ ମଜା କଥା ହେଲା, ଗୁରୁବାର ନାମାଙ୍କନ ଦାଖଲ କରିବା ପୂର୍ବରୁ କୌଣସି ଦଳୀୟ ନେତା ସିଂଙ୍କୁ ଦେଖି ବି ନ ଥିଲେ।

ଗତ ଲୋକସଭା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଆରଜେଡି ଗୋଟିଏ ରାଜ୍ୟସଭା ଆସନ କଂଗ୍ରେସକୁ ଦେବା କଥା। ବିଜେପି ଛାଡ଼ି ହାତ ଧରିଥିବା ଶତ୍ରୁଘ୍ନ ସିହ୍ନାଙ୍କୁ କଂଗ୍ରେସ ରାଜ୍ୟସଭା ପଠାଇ ମଧ୍ୟପ୍ରଦେଶରେ ସିନ୍ଧିଆଙ୍କ ଦଳ ଛାଡ଼ିବା ଦୁଃଖକୁ ଭୁଲିବାକୁ ଚେଷ୍ଟା କରିଥାନ୍ତା। ହେଲେ ବାସ୍ତବରେ ଏଭଳି କିଛି ହେଲା ନାହିଁ ଆଉ କଂଗ୍ରେସ ଚାତକ ହୋଇ ରହିଗଲା। ତେବେ ଲାଲୁ ଯାଦବଙ୍କ ମୋହର ବାଜିବା ପରେ ଆରଜେଡି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Advertisment