/odisha-reporter/media/post_attachments/uploads/2019/04/z11-7.jpg)
z11
ସିମଲା : ଏବେ ସାରା ଦେଶରେ ନିର୍ବାଚନର ପର୍ବ ଚାଲିଛି। ଏଥିପାଇଁ ଦେଶର ସାଧାରଣ ଜନତା ହୁଅନ୍ତୁ ବା ରାଜନେତା, ଅଭିନେତା ସମସ୍ତେ ନିଜର ବହୁମୂଲ୍ୟ ଭୋଟ୍ ପ୍ରଦାନ କରୁଛନ୍ତି। ଆପଣ ଜାଣିଥିବେ ଯେ, ଅନେକ ସ୍ଥାନ ଅଛି ଯେଉଠି ଲୋକମାନେ ବାହାର ଦୁନିଆ ଠାରୁ ବହୁ ଦୂରରେ ଅଛନ୍ତି। ଏହାସତ୍ତ୍ୱେ ନିଜର ମତ ଅଧିକାର ସାବ୍ୟସ୍ତ କରିବାକୁ ଭୁଲୁ ନାହାନ୍ତି।
ମତଦାନ ପାଇଁ ଦେଶ ସାରା ବହୁ କେନ୍ଦ୍ର କରାଯାଇଛି। କିନ୍ତୁ ଏପରି ଏକ ମତଦାନ କେନ୍ଦ୍ର ବିଷୟରେ ଆପଣ ଜାଣିଛନ୍ତି କି, ଯାହା ସମୁଦ୍ର ପତ୍ତନରୁ ୧୫,୨୫୬ ଫୁଟ୍ ଉଚ୍ଚରେ ରହିଛି। ଏହା ହେଉଛି ଦୁନିଆର ସବୁଠୁ ଉଚ୍ଚରେ ଥିବା ମତଦାନ କେନ୍ଦ୍ର।
ହିମାଚଳ ପ୍ରଦେଶରେ ଥିବା ଲାହୁଲ୍ ଏବଂ ସ୍ପିଟି ନାମକ ସ୍ଥାନରେ ଏହି ମତଦାନ କେନ୍ଦ୍ର କରାଯାଇଛି। ସବୁ ସମୟରେ ଏହି ଅଞ୍ଚଳରେ ବରଫପାତ ହୋଇଥାଏ। ଏଥିପାଇଁ ସବୁବେଳେ ବରଫ ଜମା ହୋଇ ରହୁଥିବାରୁ ସେହି ସ୍ଥାନକୁ ଯିବା କଷ୍ଟକର ହୋଇପଡ଼େ।
ତେବେ ମତଦାନ ପାଇଁ କେବଳ ସେଠାରେ ୨୦ ଦିନ ମଧ୍ୟରେ ବରଫ ସଫା କରି ୩୩ କିମି ରାସ୍ତା ନିର୍ମାଣ କରାଯାଇଛି। ଏହା ପରେ ନିର୍ବାଚନ ଆୟୋଗ ଟିମ୍ ସେହି ଅଞ୍ଚଳକୁ ଯାଇ ସେଠାକାର ପରିସ୍ଥିତି ବିଷୟରେ ଯାଞ୍ଚ କରିଛନ୍ତି।
ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ହିମାଳୟରେ ୧୯ ମେ’ରେ ଲୋକସଭା ନିର୍ବାଚନ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
