Advertisment

ଲାଡେନର ସାକ୍ଷାତକାର ନେଇ ଚର୍ଚ୍ଚାରେ ଥିବା ସାମ୍ବାଦିକଙ୍କ ମୃତ୍ୟୁ

ହଙ୍ଗକଙ୍ଗ: ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତାନାମା ଗଣମାଧ୍ୟମ ପ୍ରତିନିଧି ରୋବର୍ଟ ଫିସ୍କଙ୍କ ମୃତ୍ୟୁ ଘଟିଛି। ୭୪ ବର୍ଷ ବୟରେ ଆୟରଲ୍ୟାଣ୍ଡର ଡବଲିନଠାରେ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ଏନେଇ ତାଙ୍କ ସଂସ୍ଥା ‘ଦି ଇନଡିପେଣ୍ଡାଣ୍ଟ ନ୍ୟୁଜପେପର’ ସ୍ପଷ୍ଟ କରିଛି। ଇଂଲଣ୍ଡର କେଣ୍ଟରେ ଜନ୍ମ ଗ୍ରହଣ କରିଥିଲେ ଫିସ୍କ। ହେଲେ ପରେ ସେ ଇରିଶ୍ ନାଗରିକ ହୋଇଯାଇଥିଲେ। ସେ ‘ଦି ଇନଡିପେଣ୍ଡାଣ୍ଟ ନ୍ୟୁଜପେପର’ରେ କାମ କରିବା ପୂର୍ବରୁ ୟୁକେର […]

ଲାଡେନର ସାକ୍ଷାତକାର ନେଇ ଚର୍ଚ୍ଚାରେ ଥିବା ସାମ୍ବାଦିକଙ୍କ ମୃତ୍ୟୁ

robert

Advertisment

ହଙ୍ଗକଙ୍ଗ: ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତାନାମା ଗଣମାଧ୍ୟମ ପ୍ରତିନିଧି ରୋବର୍ଟ ଫିସ୍କଙ୍କ ମୃତ୍ୟୁ ଘଟିଛି। ୭୪ ବର୍ଷ ବୟରେ ଆୟରଲ୍ୟାଣ୍ଡର ଡବଲିନଠାରେ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ଏନେଇ ତାଙ୍କ ସଂସ୍ଥା 'ଦି ଇନଡିପେଣ୍ଡାଣ୍ଟ ନ୍ୟୁଜପେପର' ସ୍ପଷ୍ଟ କରିଛି।

Advertisment

ଇଂଲଣ୍ଡର କେଣ୍ଟରେ ଜନ୍ମ ଗ୍ରହଣ କରିଥିଲେ ଫିସ୍କ। ହେଲେ ପରେ ସେ ଇରିଶ୍ ନାଗରିକ ହୋଇଯାଇଥିଲେ। ସେ 'ଦି ଇନଡିପେଣ୍ଡାଣ୍ଟ ନ୍ୟୁଜପେପର'ରେ କାମ କରିବା ପୂର୍ବରୁ ୟୁକେର ଖବରକାଗଜ 'ସନଡେ' ଏକ୍ସପ୍ରେସ' ଏବଂ 'ଟାଇମସ୍'ରେ ସାମ୍ବାଦିକ ଭାବେ କାମ କରୁଥିଲେ।

ଫିସ୍କ ହେଉଛନ୍ତି ବ୍ରିଟେନର ସର୍ବାଧିକ ଲୋକପ୍ରିୟ ବିଦେଶୀ ଗଣମାଧ୍ୟମ ପ୍ରତିନିଧି। ସେ ନିଜ ଫ୍ରଣ୍ଟଲାଇନ୍ ରିପୋର୍ଟିଂ ପାଇଁ ଖୁବ୍ ପ୍ରଶଂସା ସାଉଁଟିଛନ୍ତି। ନିଜର ତୀକ୍ଷ୍ମ ବିଶ୍ଲେଷଣ ସାଙ୍ଗକୁ କୁଖ୍ୟାତ ନେତାମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ସାକ୍ଷାତକାର କରିବା ପାଇଁ ଫିସ୍କ ଖୁବ୍ ପ୍ରସିଦ୍ଧ। ଏପରି କି ୧୯୯୦ ମସିହାରେ କୁଖ୍ୟାତ ତଥା ଦୁନିଆର ସବୁଠାରୁ ନୃଶଂସ ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ମୁଖ୍ୟ ଓସାମା ବିନ୍ ଲାଡେନଙ୍କ ଏକାଧିକ ସାକ୍ଷାତକାର ନେଇ ଫିସ୍କ ସାରା ବିଶ୍ୱରେ ଚର୍ଚ୍ଚା ସାଉଁଟିଥିଲେ। ଏହାଛଡ଼ା ସେ ଲିବିୟାର ଏକଛତ୍ରବାଦୀ ଶାସକ ମୋଆମ୍ମାର ଗଢ଼ାଫିଙ୍କୁ ମଧ୍ୟ ଭେଟିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe