Advertisment

କୃଷି ଆଇନରେ ସଂଶୋଧନ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଲା ଆରଏସଏସ ସହ ଜଡିତ ସଂଗଠନ

ନୂଆଦିଲ୍ଲୀ: କେନ୍ଦ୍ରର ଶାସକ ଦଳ ବିଜେପିର ବିଚାରଧାରା ଗୁରୁ ଆରଏସଏସ। ଏହି ସଂଗଠନ ସହ ଜଡ଼ିତ ଥିବା ସ୍ୱଦେଶୀ ଜାଗରଣ ମଞ୍ଚ ମଧ୍ୟ କୃଷି ଆଇନକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଆଇନରେ ସଂଶୋଧନ ପାଇଁ ରବିବାର ସେ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି। ଏଥିସହ ସରକାରଙ୍କ ଉତ୍ତମ ଭଲ ବୋଲି ଅପରପକ୍ଷରେ କହିଛି ସ୍ୱଦେଶୀ ଜାଗରଣ ମଞ୍ଚ। ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରସ୍ତାବ ଅନୁଯାୟୀ କୃଷକମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସୁନିଶ୍ଚିତ କରାଯିବା ଦରକାର। ନହେଲେ […]

ଅଦ୍ୟତନ ହୋଇଛି
ଦିଲ୍ଲୀ ମୁହାଁ ୫୦ ହଜାର ଚାଷୀ, ବଢ଼ିଲା ସରକାରଙ୍କ ଟେନସନ

farmer-towards-delhi

Advertisment

ନୂଆଦିଲ୍ଲୀ: କେନ୍ଦ୍ରର ଶାସକ ଦଳ ବିଜେପିର ବିଚାରଧାରା ଗୁରୁ ଆରଏସଏସ। ଏହି ସଂଗଠନ ସହ ଜଡ଼ିତ ଥିବା ସ୍ୱଦେଶୀ ଜାଗରଣ ମଞ୍ଚ ମଧ୍ୟ କୃଷି ଆଇନକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଆଇନରେ ସଂଶୋଧନ ପାଇଁ ରବିବାର ସେ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି। ଏଥିସହ ସରକାରଙ୍କ ଉତ୍ତମ ଭଲ ବୋଲି ଅପରପକ୍ଷରେ କହିଛି ସ୍ୱଦେଶୀ ଜାଗରଣ ମଞ୍ଚ।

Advertisment

ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରସ୍ତାବ ଅନୁଯାୟୀ କୃଷକମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସୁନିଶ୍ଚିତ କରାଯିବା ଦରକାର। ନହେଲେ ଏମଏସପିଠୁ କମ୍ ଦାମରେ ଚାଷୀଙ୍କଠୁ କେହି କିଣି ପାରିବେ ନାହିଁ। ଯଦି କେହି ଏଭଳି କରେ ତାହାକୁ ବେଆଇନ ଘୋଷଣା କରାଯିବା ଉଚିତ୍। କେବଳ ସରକାର ନୁହେଁ ବେସରକାରୀ କମ୍ପାନୀଗୁଡିକ ମଧ୍ୟ ଏମଏସପି ତୁଳନାରେ କମ୍ ଦାମରେ କିଣିବା ଦରକାର। ଦିଲ୍ଲୀରେ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀ ମଧ୍ୟ ସରକାରଙ୍କ ନିକଟକୁ ସମାନ ଦାବି କରିଛନ୍ତି।

ଏସଜେଏମ ପୂର୍ବରୁ ଆନ୍ଦୋଳନକାରୀ ଚାଷୀଙ୍କୁ ସମର୍ଥନ କରିଥିଲା। ହେଲେ କୃଷି ଆଇନକୁ କରିବାକୁ ଦାବି କରିନି ସ୍ୱଦେଶୀ ମଞ୍ଚ।

Advertisment

ସୂଚନାଯୋଗ୍ୟ, ଆଜି ୧୯ ଦିନରେ ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଛି। ନୂଆ କୃଷି ଆଇନ ଚାଷୀ ବିରୋଧୀ ବୋଲି ସେମାନେ ଦାବି କରିଛନ୍ତି। ମୁଖ୍ୟତଃ ପଞ୍ଜାବ ଏବଂ ହରିଆଣାର ଚାଷୀମାନେ ଏହି ନୂଆ କୃଷି ନିୟମକୁ ବିରୋଧ କରୁଛନ୍ତି। କୃଷକମାନେ କହିଛନ୍ତି ଯେ ସରକାର ଏମଏସପି ଓ ମଣ୍ଡି ବ୍ୟବସ୍ଥାକୁ ରଦ୍ଦ କରିବାକୁ ଚାହୁଁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe