ଆରଏସଏସ ଘୃଣା ସୃଷ୍ଟି କରୁଥିବା ଫେକ୍ଟ୍ରି, ମୋଦି ଦଳିତ ବିରୋଧୀ: ଲାଲୁ

ପାଟଣା: ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ ସଂରକ୍ଷଣକୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ଦଳିତ ବିରୋଧୀ କହିବା ସହ ଆରଏସଏସକୁ ସମାଜରେ ଘୃଣା ସୃଷ୍ଟି କରୁଥିବା ଏକ ଫେକ୍ଟ୍ରି ବୋଲି କହିଛନ୍ତି । ଗୁରୁବାର ଏକ ପ୍ରେସମିଟରେ ଲାଲୁ କହିଛନ୍ତି ମୋହନ ଭଗବତ ସଂରକ୍ଷଣକୁ ନେଇ ଦେଇଥିବା ବୟାନ ଉପରେ ପ୍ରଧାନମନ୍ତ୍ରୀ କାହିଁକି ଚୁପ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏପରି ନିରବତା ସଂରକ୍ଷଣ […]

lalu

Rakesh Mallick
  • Published: Thursday, 08 October 2015
  • , Updated: 08 October 2015, 05:35 AM IST

ପାଟଣା: ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ ସଂରକ୍ଷଣକୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ଦଳିତ ବିରୋଧୀ କହିବା ସହ ଆରଏସଏସକୁ ସମାଜରେ ଘୃଣା ସୃଷ୍ଟି କରୁଥିବା ଏକ ଫେକ୍ଟ୍ରି ବୋଲି କହିଛନ୍ତି । ଗୁରୁବାର ଏକ ପ୍ରେସମିଟରେ ଲାଲୁ କହିଛନ୍ତି ମୋହନ ଭଗବତ ସଂରକ୍ଷଣକୁ ନେଇ ଦେଇଥିବା ବୟାନ ଉପରେ ପ୍ରଧାନମନ୍ତ୍ରୀ କାହିଁକି ଚୁପ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏପରି ନିରବତା ସଂରକ୍ଷଣ ମୁଦ୍ଦାରେ ଭଗବତ ଦେଇଥିବା ବୟାନକୁ ତାଙ୍କର ସମର୍ଥନକୁ ଦର୍ଶାଉଛି । ମୋଦି ତାଙ୍କ ଗୁରୁ ମୋହନ ଭଗବତଙ୍କ ଏପରି ବୟାନକୁ ନିନ୍ଦା କରନ୍ତୁ ବୋଲି ସେ ଦାବି କରିଛନ୍ତି । ଏହାସହ ଜନସଂଖ୍ୟାକୁ ଆଧାର କରି ମୋଦି ସଂରକ୍ଷଣ ଦିଅନ୍ତୁ ।

ସେ କହିଛନ୍ତି, ମୋଦିଙ୍କ ପୁସ୍ତକକୁ ଦେଖିଲେ ସେ ଆରମ୍ଭରୁ ଦଳିତ ବିରୋଧୀ । ମୋଦି ତାଙ୍କ ପୁସ୍ତକ କର୍ମଯୋଗରେ ଉଲ୍ଲେଖ କରିଛନ୍ତି, ଦଳିତ ମୁଣ୍ଡରେ ମଇଳା ନିଜ ଇଚ୍ଛାରେ ଧୋଇଥାଏ । ଏଥିରେ ଆଧ୍ୟାତ୍ମିକ ମୋକ୍ଷ ମିଳିଥାଏ । ଯଦି ଏହା ଆଧ୍ୟାତ୍ମିକ ମୋକ୍ଷ ତେବେ ଏହି ସୁଖ ଭଗବତ କାହିଁକି ଉଠାଉ ନାହାନ୍ତି ବୋଲି ସେ କହିଛନ୍ତି । ଏହାସହ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ନରଭକ୍ଷୀ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ମୋଦି ହାରିବେ ଓ ଅମିତ ଶାହା ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ହେବେ । ଅନ୍ୟପକ୍ଷେ ରାହୁଲ ଗାନ୍ଧି ଲାଲୁଙ୍କ ନାମ ନ ନେବା ଉପରେ ପଚରାଯିବାରେ ସେ କହିଥିଲେ ଦୁନିଆ ମନେ ପକାଉଛି । କେହି ନାମ ନିଅନ୍ତୁ ବା ନ ନିଅନ୍ତୁ ଏଥିରେ କିଛି ମାନେ ନାହିଁ।

Related story