Advertisment

ୟୁକ୍ରେନର ୪୦୦ ସ୍ଥାନ ଉପରେ ତୋପ ମାଡ଼, ଅନ୍ୟପଟେ ୪.୭୩ ବିଲିୟନ ଡଲାର ସହାୟତା

କିଭ: ୟୁକ୍ରେନର ୪୦୦ ସ୍ଥାନ ଉପରେ ରୁଷ ତୋପ ମାଡ଼ କରିଛି। ଯେଉଁଥିରେ ଆମେରିକା ପଠାଇଥିବା ହତିଆର ମଧ୍ୟ ଧ୍ୱଂସ ହୋଇଯାଇଛି।  ରୁଷ-ୟୁକ୍ରେନ ଯୁଦ୍ଧରେ ଏଭଳି ଭୟାବହ ସ୍ଥିତି ଲାଗି ରହିଛି। ଲୋକେ ଦେଶ ଛାଡ଼ି ପଳାୟନ କରୁଛନ୍ତି। ଏହି ଯୁଦ୍ଧକୁ ୨ମାସ ବିତି ଯାଇଥିଲେ ମଧ୍ୟ ରୁଷର ଆକ୍ରମଣ ଥମିବା ନାଁ ଧରୁନି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି, ମଙ୍ଗଳବାର ୟୁକ୍ରେନର ତୋପଖାନା ଓ ଇନ୍ଧନ ରହୁଥିବା ଡିପୋ ଉପରେ ଆକ୍ରମଣ ହୋଇଥିଲା। ଏହାଛଡ଼ା […]

author-image
Niranjan Mishra
ଅଦ୍ୟତନ ହୋଇଛି
ୟୁକ୍ରେନର ୪୦୦ ସ୍ଥାନ ଉପରେ ତୋପ ମାଡ଼, ଅନ୍ୟପଟେ ୪.୭୩ ବିଲିୟନ ଡଲାର ସହାୟତା

Russia-Ukraine-War

କିଭ: ୟୁକ୍ରେନର ୪୦୦ ସ୍ଥାନ ଉପରେ ରୁଷ ତୋପ ମାଡ଼ କରିଛି। ଯେଉଁଥିରେ ଆମେରିକା ପଠାଇଥିବା ହତିଆର ମଧ୍ୟ ଧ୍ୱଂସ ହୋଇଯାଇଛି।  ରୁଷ-ୟୁକ୍ରେନ ଯୁଦ୍ଧରେ ଏଭଳି ଭୟାବହ ସ୍ଥିତି ଲାଗି ରହିଛି। ଲୋକେ ଦେଶ ଛାଡ଼ି ପଳାୟନ କରୁଛନ୍ତି। ଏହି ଯୁଦ୍ଧକୁ ୨ମାସ ବିତି ଯାଇଥିଲେ ମଧ୍ୟ ରୁଷର ଆକ୍ରମଣ ଥମିବା ନାଁ ଧରୁନି।

Advertisment

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି, ମଙ୍ଗଳବାର ୟୁକ୍ରେନର ତୋପଖାନା ଓ ଇନ୍ଧନ ରହୁଥିବା ଡିପୋ ଉପରେ ଆକ୍ରମଣ ହୋଇଥିଲା। ଏହାଛଡ଼ା ରୁଷର ବିମାନ ୩୯ ଅନ୍ୟ ଲକ୍ଷ୍ୟ ସ୍ଥଳକୁ ମଧ୍ୟ ତୋପମାଡ଼ କରିଥିଲା। ଯାହାଭିତରେ ସୈନିକ, ହତିଆର ଓ କମାଣ୍ଡୋ ପୋଷ୍ଟ ରହିଥିଲା। ଆକ୍ରମଣରେ ଆମେରିକା ଦେଇଥିବା ଆର୍ଟିଲାରୀ ରାଡାର, ଡିଫେନ୍ସ ରାଡର, ଗୋଳା ବାରୁଦ ଡିପୋ ନଷ୍ଟ କରିଦିଆଯାଇଛି।

ୟୁକ୍ରେନର ଲବିବ ସହରକୁ ଟାର୍ଗଟ କରି ଆକ୍ରମଣ ହୋଇଛି। ଯାହାଦ୍ୱାରା ୩ ବିଜୁଳି ସବଷ୍ଟେସନ ନଷ୍ଟ ହୋଇଛି। ଏହା ଦ୍ୱାରା ଲବିବର ବିଭିନ୍ନ ଅଞ୍ଚଳ ଅନ୍ଧାରକୁ ଚାଲି ଯାଇଛି। ସେହିପରି ପୂର୍ବ ୟୁକ୍ରେନର ଅବଦିବକା ଉପରେ ଆକ୍ରମଣ କରାଯିବାରୁ ୧୦ ଲୋକଙ୍କ ଜିବନହାନୀ ହୋଇଛି। ମାରିୟୁପେଲର ଏକ ଷ୍ଟିଲ ପ୍ଲାଣ୍ଟ ଉପରେ ଆକ୍ରମଣ ମଧ୍ୟ ହୋଇଛି। ତେଣେ ୟୁରୋପିୟ ୟୁନିୟନ ରୁଷ ଉପରେ ଷଷ୍ଠ କଟକଣା ଲାଗୁ ନିମନ୍ତେ ପ୍ରସ୍ତୁତି କରୁଛି। ତୈଳ ଓ ଗ୍ୟାସ୍ ଯୋଗାଣ ଉପରେ ରୁଷ ଚଳାଇଥିବା ମନମାନି ବନ୍ଦ କରିବାକୁ ଏହି କଣକଣା ଲଗାଇବାକୁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।

Advertisment

ଅନ୍ୟପଟେ ଏହି ଯୁଦ୍ଧ ଭିତରେ ୟୁକ୍ରେନ ବିଭିନ୍ନ ରାଷ୍ଟ୍ର ଓ ସଂସ୍ଥା ଠାରୁ ପ୍ରାୟ ୪.୫ ବିଲିୟନ ୟୁରୋ ବା ୪.୭୩ ବିଲିୟନ ଡଲାର ସହାୟତା ପାଇଥିବା ଜଣାପଡ଼ିଛି। ଏନେଇ ୟୁକ୍ରେନ ପ୍ରଧାନମନ୍ତ୍ରୀ ଡ୍ୟାନିସ ଶିମିହାଲ ସୂଚନା ଦେଇଛନ୍ତି।  ୟୁକ୍ରେନ ଗତ ସପ୍ତାହରେ ବିଶ୍ୱବ୍ୟାଙ୍କ ଠାରୁ ପ୍ରାୟ ୫୦୦ ମିଲିୟନ ଡଲାର ପାଇଛି। ଏହା ଯୁଦ୍ଧ ପରବର୍ତ୍ତି ଦେଶ ପୁନରର୍ଗଠନରେ ସହାୟକ ହେବ ବୋଲି ୟୁକ୍ରେନ ସରକାର ପକ୍ଷରୁ କୁହାଯାଇଛି।