ରାଗରେ ଦୁଇଦେଶକୁ ଗ୍ୟାସ୍ ଓ ତୈଳ ରପ୍ତାନୀ ବନ୍ଦ କରିଦେଲା ରୁଷ

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନକୁ ଖୋଲାଖୋଲି ସହଯୋଗ କରିବା ଏବଂ ରୁଷର କଥା ନ ମାନିବା ୟୁରୋପର କିଛି ଦେଶ ନିମନ୍ତେ ମହଙ୍ଗା ପଡ଼ିବା ଦେଖାଯାଉଛି। ରୁଷ ଶକ୍ତ ପଦକ୍ଷେପ ନେଇ ପୋଲାଣ୍ଡ ଓ ବୁଲଗେରିଆକୁ ଗ୍ୟାସ୍ ଓ ତୈଳ ରପ୍ତାନି ବନ୍ଦ କରିଦେଇଛି। ରୁଷ ଠାରୁ ଏଭଳି ଜିନିଷ କିଣୁଥିବା ଦେଶମାନଙ୍କୁ ରୁବେଲରେ ଅର୍ଥ ଦେବାକୁ ଗତ ସପ୍ତାହରେ ପୁତିନ କହିଥିଲେ। ମାତ୍ର ୟୁରୋପର ଦେଶଗୁଡ଼ିକ ପୁଟିନଙ୍କ ଏହି କଥା ମାନିବାକୁ […]

Ukrane

  • Published: Wednesday, 27 April 2022
  • , Updated: 27 April 2022, 07:18 PM IST

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନକୁ ଖୋଲାଖୋଲି ସହଯୋଗ କରିବା ଏବଂ ରୁଷର କଥା ନ ମାନିବା ୟୁରୋପର କିଛି ଦେଶ ନିମନ୍ତେ ମହଙ୍ଗା ପଡ଼ିବା ଦେଖାଯାଉଛି। ରୁଷ ଶକ୍ତ ପଦକ୍ଷେପ ନେଇ ପୋଲାଣ୍ଡ ଓ ବୁଲଗେରିଆକୁ ଗ୍ୟାସ୍ ଓ ତୈଳ ରପ୍ତାନି ବନ୍ଦ କରିଦେଇଛି। ରୁଷ ଠାରୁ ଏଭଳି ଜିନିଷ କିଣୁଥିବା ଦେଶମାନଙ୍କୁ ରୁବେଲରେ ଅର୍ଥ ଦେବାକୁ ଗତ ସପ୍ତାହରେ ପୁତିନ କହିଥିଲେ। ମାତ୍ର ୟୁରୋପର ଦେଶଗୁଡ଼ିକ ପୁଟିନଙ୍କ ଏହି କଥା ମାନିବାକୁ ମନା କରିଦେଇଥିଲେ। ଏହାପରେ ପୁତିନ ଶକ୍ତ ପଦେକ୍ଷପ ନେଇ ତୈଳ ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଛି।

ରୁଷର ଏଭଳି ପଦକ୍ଷେପ ସମ୍ପର୍କରେ ତୈଳ ଓ ଗ୍ୟାସ ଯୋଗାଣକାରୀ ସଂସ୍ଥା ଗଜପ୍ରୋମ ଶକ୍ତି କମ୍ପାନୀ ଜଣାଇଥିବା ପୋଲାଣ୍ଡ ଓ ବୁଲଗେରିଆ ପକ୍ଷରୁ କୁହାଯାଇଛି। ପୋଲାଣ୍ଡର ଗ୍ୟାସ୍ କମ୍ପାନୀ ପିଜିଏନଆଇଜି ଜଣାଇଛି, ୟମଲ-ୟୁରୋପ ପାଇପ୍ ଲାଇନ୍ ଜରିଆରେ ହେଉଥିବା ଗ୍ୟାସ୍ ଯୋଗାଣକୁ ରୁଷ ବନ୍ଦ କରିଦେଇଛି। ସେହିପରି ବୁଲଗେରିଆ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ତୁର୍କିଷ୍ଟ୍ରିମ ପାଇପଲାଇନ ଜରିଆରେ ବୁଲଗେରିଆ ଆସୁଥିବା ଗ୍ୟାସ ଯୋଗାଣକୁ ବନ୍ଦ କରିଦିଆଯାଇଛି।

ସୂଚନାଯୋଗ୍ୟ, ଯୁଦ୍ଧ ପରେ ପୋଲାଣ୍ଡ ୟୁକ୍ରେନକୁ ଖୋଲା ସମର୍ଥନ କରୁଛି। ଯୁଦ୍ଧ ଲଢ଼ିବା ନିମନ୍ତେ ୟୁକ୍ରେନକୁ ଅନେକ ଅସ୍ତ୍ରଶସ୍ତ୍ର ଦେଇଛି। ଚଳିତ ସପ୍ତାହରେ ୟୁକ୍ରେନ ସେନାକୁ ଟ୍ରକ୍ ପଠାଇ ଥିବା ମଧ୍ୟ ପୋଲାଣ୍ଡ ପକ୍ଷରୁ କୁହାଯାଇଥିଲା।

ୟୁରୋପର ଦେଶଗୁଡ଼ିକରେ ବିଜୁଳି ଶକ୍ତି ଉତ୍ପନ ଓ ଇନ୍ଧନ ଭାବେ ବ୍ୟବହାରରେ ବ୍ୟାପକ ମାତ୍ରାରେ ପ୍ରାକୃତିକ ଗ୍ୟାସ୍ ରୁଷ ଠାରୁ ଆସିଥାଏ। ତେବେ ୟୁରୋପର ପାଖାପାଖି ୬୦ ପ୍ରତିଶତ ଦେଶ ଏଥିନିମନ୍ତେ ୟୁରୋରେ ଏବଂ ବାକି ଦେଶ ଡଲାର ଜରିଆରେ ଅର୍ଥ ପୈଠ କରୁଛନ୍ତି। ତେବେ ରୁଷ ନିଜଦେଶରେ ଚାଲୁଥିବା ରୁବଲ ଜରିଆରେ ସମସ୍ତ ଅର୍ଥ ପୈଠ କରିବାକୁ କହି ଆସୁଛନ୍ତି। ମାତ୍ର ଏହା ପୂର୍ବ ନିର୍ଦ୍ଦେଶିତ ସର୍ତ୍ତର ଉଲ୍ଲଂଘନ ବୋଲି ୟୁରୋପ ଦେଶର ନେତାମାନେ ଜବାବ ଦେଇଥିଲେ। ପୋଲାଣ୍ଡ ବର୍ଷକୁ ପ୍ରାୟ ୯ ବିଲିୟନ କ୍ୟୁବିକ ମିଟର ରୁଷ ଗ୍ୟାସ ଆମଦାନୀ କରିଥାଏ। ଯାହା ଦ୍ୱାରା ଏହି ଦେଶର ୪୫ ପ୍ରତିଶତ ଆବଶ୍ୟକତା ପୂରଣ ହୋଇଥାଏ। ରୁଷର ଏଭଳି ପଦକ୍ଷେପ ଯୁଦ୍ଧକୁ ନୂଆ ମୋଡ ଦେବ ବୋଲି ଅଶଙ୍କା କରାଯାଉଛି।

Related story