Advertisment

ରୁଷ ଆଗରେ ନଇଁଲେ ୪ ୟୁରୋପୀୟ ଦେଶ, ୯ରେ ୟୁକ୍ରେନ ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଧମକ ଆଗରେ ୟୁରୋପର ୪ ଦେଶ ନଇଁଛନ୍ତି। ସେମାନେ ରୁଷ ଠାରୁ ଗ୍ୟାସ କିଣିବା ନିମନ୍ତେ ରୁବେଲରେ ଅର୍ଥ ଦେବାକୁ ରାଜି ହୋଇଯାଇଛନ୍ତି। ରୁଷରେ ଚାଲୁଥିବା ରୁବେଲରେ ଅର୍ଥ ଜମା କରିଲେ ହିଁ ଗ୍ୟାସ ଓ ତୈଳ ଦିଆଯିବ ବୋଲି ରୁଷ ଧମକ ଦେଇଥିଲା। ଅଣବନ୍ଧୁତ୍ୱପୂର୍ଣ୍ଣ ଦେଶଗୁଡ଼ିକୁ ପୁଟିନ ଗତ ମାସରେ ଏଭଳି ଧମକ ଦେଇଥିଲେ। ଯାହା ପରେ ୪ଟି ଦେଶ ନଇଁ ଛନ୍ତି। ୟୁକ୍ରେନ ସହ ଯୁଦ୍ଧ ବେଳେ […]

ଅଦ୍ୟତନ ହୋଇଛି
ରୁଷ ଆଗରେ ନଇଁଲେ ୪ ୟୁରୋପୀୟ ଦେଶ, ୯ରେ ୟୁକ୍ରେନ ବିଜୟ ଲକ୍ଷ୍ୟ

Ukrain

Advertisment

ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଧମକ ଆଗରେ ୟୁରୋପର ୪ ଦେଶ ନଇଁଛନ୍ତି। ସେମାନେ ରୁଷ ଠାରୁ ଗ୍ୟାସ କିଣିବା ନିମନ୍ତେ ରୁବେଲରେ ଅର୍ଥ ଦେବାକୁ ରାଜି ହୋଇଯାଇଛନ୍ତି। ରୁଷରେ ଚାଲୁଥିବା ରୁବେଲରେ ଅର୍ଥ ଜମା କରିଲେ ହିଁ ଗ୍ୟାସ ଓ ତୈଳ ଦିଆଯିବ ବୋଲି ରୁଷ ଧମକ ଦେଇଥିଲା। ଅଣବନ୍ଧୁତ୍ୱପୂର୍ଣ୍ଣ ଦେଶଗୁଡ଼ିକୁ ପୁଟିନ ଗତ ମାସରେ ଏଭଳି ଧମକ ଦେଇଥିଲେ। ଯାହା ପରେ ୪ଟି ଦେଶ ନଇଁ ଛନ୍ତି।

Advertisment

ୟୁକ୍ରେନ ସହ ଯୁଦ୍ଧ ବେଳେ ମଧ୍ୟ ରୁଷ ୟୁରୋପ ଦେଶଗୁଡ଼ିକୁ ଗ୍ୟାସ ଓ ତୈଳ ଯୋଗାଣ କରୁଥିଲା। ହେଲେ ୟୁରୋପ ଦେଶଗୁଡ଼ିକ ରୁଷ ବିରୋଧରେ ଠିଆ ହେବାରୁ ପୁଟିନ ଏଭଳି ଧମକ ଦେଇଥିଲେ। ରୁବେଲରେ ଅର୍ଥ ପୈଠ ନ କରିବାରୁ ପୋଲାଣ୍ଡ ଓ ବୁଲଗାରିଆକୁ ଗ୍ୟାସ୍ ଯୋଗାଣ ବନ୍ଦ କରିଦେଇଥିଲେ। ଯେତେବେଳେ କି ଏହି ଦୁଇଦେଶ ରୁଷ ଉପରେ ବ୍ଲାକ ମେଲ କରାଯାଉଥିବା ଅଭିଯୋଗ କରିଛନ୍ତି। ତେଣେ ଏଭଳି ପଦକ୍ଷେପ ଅଗରେ ନଇଁବୁ ନାହିଁ ବୋଲି ବୁଲଗେରିଆ ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହା ଭିତରେ ୟୁରୋପିୟନ ୟୁନିୟନ ଅଧିକାରୀମାନ ଏକ ଜରୁରୀ ବୈଠକ କରିଛନ୍ତି। ୟୁରୋପିୟନ କମିଶନ ଅଧ୍ୟକ୍ଷ ଉର୍ସୁଲା ବେନ୍ ଡେର୍ ଲିୟିନ୍ ରୁଷ ଉପରେ ବ୍ଲକ ମେଲ ଆରୋପ ଲଗାଇଛନ୍ତି। ହେଲେ ଏହାକୁ ରୁଷ ରାଷ୍ଟ୍ରପତି ଭବନ ପକ୍ଷରୁ ଖଣ୍ଡନ କରାଯାଇଛି। ସୂଚନା ଥାଉକି ଇଣ୍ଟରନ୍ୟାସନାଲ ଏନର୍ଜି ଏଜେନ୍ସି ମୁତାବକ ୟୁରୋପ ୟୁନିୟନର ଦେଶଗୁଡ଼ିକ ୨୦୨୧ରେ ଆମଦାନୀ କରିଥିବା ଗ୍ୟାସ୍ ମଧ୍ୟରୁ ୪୫ ପ୍ରତିଶତ ରୁଷ ଠାରୁ ଆଣିଥିଲେ। ଯେତେବେଳେ କି ଏହା ଉକ୍ତ ଦେଶମାନଙ୍କର ୪୦ ପ୍ରତିଶତ ଆବଶ୍ୟକତା ପୂରଣ କରିଥାଏ। ପାଇପ୍ ଲାଇନ ଜରିଆରେ ଏହି ଗ୍ୟାସ୍ ଆସିଥାଏ। ତେବେ ରୁଷ ଗ୍ୟାସ୍ ଉପରେ ସବୁଠାରୁ ଅଧିକ ଜର୍ମାନୀ, ଦ୍ୱିତୀୟରେ ଇଟାଲୀ, ତୃତୀୟରେ ତୁର୍କୀ ନିର୍ଭର କରିଥାଏ।

Advertisment

ତେଣେ ଆସନ୍ତା ୯ ମଇ ସୁଦ୍ଧା ୟୁକ୍ରେନ ଉପରେ ବିଜୟ ହାସଲ ଓ ଜୟଯାତ୍ରା ପରେଡ ବାହାର କରିବା ନିମନ୍ତେ ରୁଷ ଲକ୍ଷ୍ୟ ରଖିଛି। ତେଣୁ ଆସନ୍ତା କିଛି ଦିନ ଭିତରେ ଯୁଦ୍ଧ କିପରି ରୂପ ନେଉଛି ତାହା ଦେଖିବାର କଥା। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜର୍ମାନୀର ସେନା ସୋଭିୟତ ସେନା ଆଗରେ ହାର ମାନିଥିଲା। ସେତେବେଳେ ଠାରୁ ରୁଷ ୯ ମଇରେ ମସ୍କୋରେ ବିଜୟ ପରେଡ ହୋଇଆସୁଛି। ତେଣୁ ଏହାକୁ ଲକ୍ଷ୍ୟରେ ରଖି ପୁଟିନ ୯ ମଇରେ ୟୁକ୍ରେନ ଉପରେ ବିଜୟ ହାସଲ ସହ ବିଜୟ ପରେଡ ପାଳନ କରିବାକୁ ଚାହୁଁଥିବା ଜଣାପଡ଼ିଛି।

ଏହି ଯୁଦ୍ଧରେ ପ୍ରୟୋଗ ନିମନ୍ତେ ରୁଷ ସରମତ ମିସାଇଲର ପରୀକ୍ଷଣ ମଧ୍ୟ କରିଦେଇଛି। ଯାହାକୁ ନେଇ ସବୁ ପ୍ରତିପକ୍ଷ ଦେଶରେ ଭୟର ବାତାବରଣ ଦେଖାଦେଇଛି। ଏହି ମିସାଇଲରେ ଏପରି ଶକ୍ତି ଅଛି ଯେ କିଛି କ୍ଷଣ ଭିତରେ ଏହା ଅନେକ ସହରକୁ ନଷ୍ଟ କରିଦେବ। ଏହାର ଶକ୍ତି ହିରୋସୀମା ଓ ନାଗାସାକୀ ଉପରେ ହୋଇଥିବା ପରମାଣୁ ବୋମା ପ୍ରଭାବର ୧ ହଜାର ଗୁଣ ଅଧିକ। ୩୫ ମିଟର ଲମ୍ବା ଏହି ମିସାଇ ୧୮ ହଜାର କିଲୋମିଟର ଦୂରକୁ ଲକ୍ଷ୍ୟଭେଦ କରିପାରିବ। ଏଥିସହ ଯୁଦ୍ଧ ଲଢ଼ିବା ନିମନ୍ତେ ସୈନ୍ୟ ସଂଖ୍ୟାକୁ ମଧ୍ୟ ରୁଷ ବଢ଼ାଇ ଦେଇଛି।

ତେଣେ ରୁଷର ବିଜୟ ଚାହୁଁ ନ ଥିବା ଦେଶମାନେ ୟୁକ୍ରେନକୁ ସହାୟତା କରି ଯୁଦ୍ଧାସ୍ତ୍ର ଯୋଗାଇ ଦେଉଛନ୍ତି। ଏବେ ମାରିୟୁପୋଲ ଓ ଡୋନବାସ ଉପରେ ଦଖଲ ନିମନ୍ତେ ରୁଷର ଯୁଦ୍ଧ ଜାରଦାର ହୋଇଛି। ରାଜଧାନୀ କିଭ ଉପରେ ଘନଘନ ମିସାଇଲ ମାଡ ହେଉଛି। ଏହି ଯୁଦ୍ଧ ଘମାଘୋଟ ଭିତରେ ଦେଶବାସୀଙ୍କୁ ବଞ୍ଚାଇବା ନିମେନ୍ତ ୟୁକ୍ରେନ ପ୍ରଧାନମନ୍ତ୍ରୀ ବୋରିସ ଜଂନସନ ଆମେରିକାର ଶରଣ ପସିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe