Advertisment

କରୋନା ଭ୍ୟାକସିନର ସମସ୍ତ ପରୀକ୍ଷଣ ସଫଳ ହେଲା!

ମୋସ୍କୋ: କରୋନା ଭ୍ୟାକସିନର ସମସ୍ତ ପରୀକ୍ଷଣ ସଫଳ ହୋଇଛି। ଋଷିଆର ସେଚେନୋଭ ବିଶ୍ୱବିଦ୍ୟାଳୟ ଦାବି କରିଛି ଯେ କରୋନା ଭାଇରସର ଭ୍ୟାକସିନ ପ୍ରସ୍ତୁତି ଶେଷ ହୋଇଛି। ଯଦି ଏହି ଦାବି ସତ ହେବ, ତା’ହେଲେ କରୋନା ଭ୍ୟାକସିନ ବିରୋଧରେ ଏହା ପ୍ରଥମ ଭ୍ୟାକସିନ ହେବ। ଭାରତ, ଆମେରିକା ସମେତ ଅନେକ ଦେଶ କରୋନା ଭ୍ୟାକସିନକୁ ନେଇ ପରୀକ୍ଷା କରୁଥିବା ବେଳେ ଋଷିଆ ଏ କ୍ଷେତ୍ରରେ ପାଦେ ଆଗକୁ ଯାଇ ଭ୍ୟାକସିନ ବାହାର କରିବାରେ ସଫଳ ହୋଇଛି। ଇନଷ୍ଟିଚ୍ୟୁଟ […]

ଅଦ୍ୟତନ ହୋଇଛି
୨୦୨୧ ପୂର୍ବରୁ ଆସିବନି କରୋନା ଟିକା

corona vaccine

Advertisment

ମୋସ୍କୋ: କରୋନା ଭ୍ୟାକସିନର ସମସ୍ତ ପରୀକ୍ଷଣ ସଫଳ ହୋଇଛି। ଋଷିଆର ସେଚେନୋଭ ବିଶ୍ୱବିଦ୍ୟାଳୟ ଦାବି କରିଛି ଯେ କରୋନା ଭାଇରସର ଭ୍ୟାକସିନ ପ୍ରସ୍ତୁତି ଶେଷ ହୋଇଛି। ଯଦି ଏହି ଦାବି ସତ ହେବ, ତା’ହେଲେ କରୋନା ଭ୍ୟାକସିନ ବିରୋଧରେ ଏହା ପ୍ରଥମ ଭ୍ୟାକସିନ ହେବ। ଭାରତ, ଆମେରିକା ସମେତ ଅନେକ ଦେଶ କରୋନା ଭ୍ୟାକସିନକୁ ନେଇ ପରୀକ୍ଷା କରୁଥିବା ବେଳେ ଋଷିଆ ଏ କ୍ଷେତ୍ରରେ ପାଦେ ଆଗକୁ ଯାଇ ଭ୍ୟାକସିନ ବାହାର କରିବାରେ ସଫଳ ହୋଇଛି।

Advertisment

ଇନଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସଲେଶନର ମେଡିସିନ ଆଣ୍ଡ ବାୟୋଟେକ୍ନୋଲଜିର ନିର୍ଦ୍ଦେଶକ ଓ୍ୱଦିମ ତାରାସୋଓ୍ୱ କହିଛନ୍ତି, ଜୁନ ୧୮ରେ ଋଷର ଗୋମଲି ଇନଷ୍ଟିଚ୍ୟୁଟ ଅଫ୍ ଏପିଡେମିଲୋଜି ଆଣ୍ଡ ମାଇକ୍ରୋବାୟୋଲଜି ଦ୍ୱାରା କରୋନା ଭ୍ୟାକସିନର ପରୀକ୍ଷା ଆରମ୍ଭ ହୋଇଥିଲା। ତାରାସୋଓ୍ୱ କହିଛନ୍ତି, ସେଚେନୋଭ ବିଶ୍ୱବିଦ୍ୟାଳୟ କରୋନା ଭ୍ୟାକିସନ ପ୍ରଥମେ ବିଶ୍ୱକୁ ଦେଇଛି। ଏହାର ସଫଳ ପରୀକ୍ଷଣ ହୋଇଛି।

ମଣିଷଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କୋଭିଡ ୧୯ ପାଇଁ ଭ୍ୟାକସିନ ସଫଳତାର ସହ ପ୍ରସ୍ତୁତ କରିବା ଏହି ଅଧ୍ୟୟନର ଉଦ୍ଦେଶ୍ୟ ଥିଲା। ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇ ଏହି ଟିକା ପ୍ରସ୍ତୁତ କରାଯାଇଛି। ଖୁବଶୀଘ୍ର ବଜାରରେ ଏହା ଉପଲବ୍ଧ ହେବ ବୋଲି ବିଶ୍ୱବିଦ୍ୟାଳୟର ଗବେଷକ ଲୁକାଶେଭ କହିଛନ୍ତି।

Advertisment

ତାରାସୋଓ୍ୱ କହିଛନ୍ତି, ସେଚେନୋଭ ବିଶ୍ୱବିଦ୍ୟାଳୟ କେବଳ ଶିକ୍ଷାନୁଷ୍ଠାନ ଭାବରେ ନୁହେଁ, ବରଂ ବୌଜ୍ଞାନିକ ଏବଂ ବୈଷୟିକ ଗବେଷଣା କେନ୍ଦ୍ର ଭାବରେ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରିଛି। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଏକ ସ୍ୱେଚ୍ଛାସେବୀ ସଂଗଠନର ୨୦ ଜଣଙ୍କ ଉପରେ ହୋଇଥିଲା। ଏମାନେ ସମସ୍ତେ ଜୁଲାଇ ୨୦ରେ ଡିସଚାର୍ଜ ହେବେ।

Corona Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe