Advertisment

ସିନ୍ଧିୟାଙ୍କ ପଥରେ ପାଇଲଟ୍!

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୀତି ଜୋର୍ ଧରିଛି। ଅନୁମାନ କରାଯାଉଛି ମଧ୍ୟପ୍ରଦେଶ ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ପଦନୁସରଣ କରିପାରନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକ ବୟାନ ପରେ ରାଜନୈତିକ ପରିସ୍ଥିତି ସରଗରମ ହୋଇଯାଇଛି। ଏହାରି ଭିତରେ ପାଇଲଟ ନିଜ ବିଧାୟକମାନଙ୍କୁ ଧରି ଦିଲ୍ଲୀ ପହଞ୍ଚିଛନ୍ତି। ସୂଚନା ଅନୁସାରେ, ପାଇଲଟ ପାର୍ଟି ହାଇ କମାଣ୍ଡଙ୍କ ସହ ବୈଠକ କରୁଛନ୍ତି। ସେ ଅସନ୍ତୁଷ୍ଟ ହୋଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ଦିଲ୍ଲୀ ପହଞ୍ଚିଥିବା କୁହାଯାଉଛି। ଏକ ଜାତୀୟ […]

ଅଦ୍ୟତନ ହୋଇଛି
ସିନ୍ଧିୟାଙ୍କ ପଥରେ ପାଇଲଟ୍!

pilot

Advertisment

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୀତି ଜୋର୍ ଧରିଛି। ଅନୁମାନ କରାଯାଉଛି ମଧ୍ୟପ୍ରଦେଶ ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ପଦନୁସରଣ କରିପାରନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକ ବୟାନ ପରେ ରାଜନୈତିକ ପରିସ୍ଥିତି ସରଗରମ ହୋଇଯାଇଛି। ଏହାରି ଭିତରେ ପାଇଲଟ ନିଜ ବିଧାୟକମାନଙ୍କୁ ଧରି ଦିଲ୍ଲୀ ପହଞ୍ଚିଛନ୍ତି।

Advertisment

ସୂଚନା ଅନୁସାରେ, ପାଇଲଟ ପାର୍ଟି ହାଇ କମାଣ୍ଡଙ୍କ ସହ ବୈଠକ କରୁଛନ୍ତି। ସେ ଅସନ୍ତୁଷ୍ଟ ହୋଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ଦିଲ୍ଲୀ ପହଞ୍ଚିଥିବା କୁହାଯାଉଛି। ଏକ ଜାତୀୟ ଗଣମାଧ୍ୟମ ସୂତ୍ର ଅନୁସାରେ ଏହି ତଥ୍ୟ ମିଳିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଗେହଲଟ ଗତକାଲି ବିଜେପିକୁ ଟାର୍ଗେଟ୍ କରି ଅଭିଯୋଗ କରିଥିଲେ କି, ରାଜସ୍ଥାନ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ଏହା ପରେ ମାହୋଲ ସରଗରମ ଅଛି। ତେବେ କଂଗ୍ରେସ ହାଇ କମାଣ୍ଡ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ସମସ୍ତ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ, ସେମାନେ ପ୍ରସ୍ତୁତ ଅଛନ୍ତି ଏବଂ ମଧ୍ୟପ୍ରଦେଶ ଭଳି ସ୍ଥିତି ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ।

ସୂଚନାଯୋଗ୍ୟ, ଏଓଜି ତଦନ୍ତ ନେଇ ତିନି ସ୍ୱାଧୀନ ବିଧାୟକଙ୍କୁ ଦୁର୍ନୀତି ନିବାରଣ ବ୍ୟୁରୋ ଜେରା କରିବା ପରଠାରୁ ପରିସ୍ଥିତି ଗମ୍ଭୀର ରହିଛି। କୁହାଯାଉଛି, ପାଇଲଟ୍ ଦିଲ୍ଲୀ ପହଞ୍ଚିଛନ୍ତି ଏବଂ ହାଇକମାଣ୍ଡଙ୍କୁ ଭେଟି ଏହି ମାମଲାର ସମାଧାନ କରିବେ। ତେବେ ପାଇଲଟଙ୍କ ସମର୍ଥନରେ କେତେଜଣ ବିଧାୟକ ଦିଲ୍ଲୀ ଯାଇଛନ୍ତି, ସେ ନେଇ କୌଣସି ସୂଚନା ମିଳିନାହିଁ। ହେଲେ ଶନିବାର ତିନିଜଣ ବିଧାୟକ ପାଇଲଟଙ୍କୁ ଭେଟିବାକୁ ଜୟପୁର ଯାଇଥିବାର ସୂଚନା ରହିଛି।

Advertisment
Congress Sachin Pilot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe