Advertisment

ହିଟ୍ ଆଣ୍ଡ ରନ୍ ମାମଲା: ସଲମାନଙ୍କୁ ମିଳିଲା ଅନ୍ତରୀଣ ଜାମିନ, ଦୁଇ ଦିନ ପାଇଁ ଗିରଫ ହେବେନି

ମୁମ୍ବାଇ: ହିଟ୍ ଆଣ୍ଡ୍ ରନ୍ ମାମଲାରେ ଆଜି ଦୋଷୀ ସାବ୍ୟସ୍ତ ହୋଇ ୫ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା ବଲିଉଡ୍ ଅଭିନେତା ସଲମାନ ଖାଁଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଦୁଇ ଦିନ ପାଇଁ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଫଳରେ ୪୮ ଘଣ୍ଟା ପର୍ଯ୍ୟନ୍ତ ପୁଲିସ ତାଙ୍କୁ ଗିରଫ କରିପାରିବ ନାହିଁ । ଆସନ୍ତା ଶୁକ୍ରବାର ଅର୍ଥାତ ମେ’ ୮ରେ ତାଙ୍କର ଜାମିନ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି […]

ହିଟ୍ ଆଣ୍ଡ୍ ରନ୍ ମାମଲା: ବମ୍ବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ମହାରାଷ୍ଟ୍ର ସରକାର

salmankhan

Advertisment

ମୁମ୍ବାଇ: ହିଟ୍ ଆଣ୍ଡ୍ ରନ୍ ମାମଲାରେ ଆଜି ଦୋଷୀ ସାବ୍ୟସ୍ତ ହୋଇ ୫ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା ବଲିଉଡ୍ ଅଭିନେତା ସଲମାନ ଖାଁଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଦୁଇ ଦିନ ପାଇଁ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଫଳରେ ୪୮ ଘଣ୍ଟା ପର୍ଯ୍ୟନ୍ତ ପୁଲିସ ତାଙ୍କୁ ଗିରଫ କରିପାରିବ ନାହିଁ । ଆସନ୍ତା ଶୁକ୍ରବାର ଅର୍ଥାତ ମେ’ ୮ରେ ତାଙ୍କର ଜାମିନ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଛନ୍ତି।

Advertisment

ବୁଧବାର ମୁମ୍ବାଇର ଏକ ସେସନ୍ସ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହିତ ଏହି ଦଣ୍ଡାଦେଶ ଦେଇଥିଲେ। କୋର୍ଟ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାର ପ୍ରାୟ ଦେଢ଼ ଘଣ୍ଟା ପରେ ସଜା ଘୋଷଣା କରିଥିଲେ । ଏହା ପରେ ଗିରଫଦାରୀ ଏଡ଼ାଇବାକୁ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ସଲମାନ।

ପ୍ରଥମେ ସଲମାନଙ୍କୁ ଦୋଷୀ ଘୋଷଣା କରି ମୁମ୍ବାଇର ସେସନ୍ସ କୋର୍ଟ କହିଥିଲେ ଯେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ପ୍ରମାଣିତ ହୋଇଛି। ଘଟଣା ଦିନ ସଲମାନ ନିଜେ କାର ଚଳାଉଥିଲେ। ଆଉ କାର୍ ଚଳାଉଥିବା ବେଳେ ସେ ମଦ ବି ପିଇ ଥିଲେ । ତାଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ବି ନଥିଲା । ରାୟ ଶୁଣାଣି ବେଳେ ସଲମାନ କୋର୍ଟରେ ଉପସ୍ଥିତ ଥିଲେ । ବିଚାରପତି ତାଙ୍କୁ ଦୋଷୀ ଘୋଷଣା କରିବା ପରେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲେ । ତାଙ୍କ ପରିବାର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଖବର ଶୁଣିବା ପରେ ସଲମାନଙ୍କ ମା’ଆସୁସ୍ଥ ହୋଇପଡ଼ିଥିଲେ। ଏ ଖବର ପାଇବା ପରେ ସଲମାନ ଓ ତାଙ୍କ ପରିବାର ଲୋକେ ତତକ୍ଷଣାତ ଘରକୁ ଚାଲି ଯାଇଥିଲେ।
ସଲମାନଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ଯୋଗୁ ବଲିଉଡରେ ୨୦୦ କୋଟି ଟଙ୍କାର ବ୍ୟବସାୟ ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି।

Advertisment

ସୂଚନାଯୋଗ୍ୟ, ୨୦୦୨ ସେପ୍ଟେମ୍ବର ମାସ ୨୮ ତାରିଖ ରାତିରେ ସଲମାନ ଘରକୁ ଫେରୁଥିବା ବେଳେ ବାଦ୍ରା ନିକଟରେ ଫୁଟପାଥରେ ତାଙ୍କ କାର ଚଢ଼ିଯାଇଥିଲା। ଫଳରେ ଫୁଟପାଥରେ ଶୋଇଥିବା ଜଣେ ଲୋକ ପ୍ରାଣ ହରାଇଥିଲେ । ଆଉ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ଏ ନେଇ ମୁମ୍ବାଇ ପୁଲିସ୍ ସଲମାନଙ୍କ ନାଁରେ ମାମଲା ରୁଜୁ କରିଥିଲା।

ଶୁଣାଣି ବେଳେ ସଲମାନ କୋର୍ଟରେ କହିଥିଲେ ଯେ, ସେ ମଦ ପିଇ ନଥିଲେ କି ଗାଡି ଚଲାଉ ନଥିଲେ। ତାଙ୍କ ଡ୍ରାଇଭର ଗାଡି ଚଲାଉଥିଲା । ସେହିପରି ଏହି ଦୀର୍ଘ ବର୍ଷର ମାମଲାରେ ପ୍ରଥମ ଥର ପାଇଁ ତାଙ୍କ ଡାଇଭର ନିଜେ କୋର୍ଟରେ ହଜାର ହୋଇ ଦୂର୍ଘଟଣା ଦିନ ସେ ହିଁ ଗାଡି ଚଲାଉଥିଲେ ବୋଲି କହିଥିଲେ । ତେବେ ସରକାରୀ ଓକିଲ ଯୁକ୍ତି କରିଥିଲେ ଯେ, ପ୍ରଚୁର ଟଙ୍କା ନେଇ ସଲମାନଙ୍କ ଡ୍ରାଇଭର ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି । ଅନ୍ୟପକ୍ଷରେ ସଲମାନଙ୍କ ଓକିଲ ଏହାକୁ ଖଣ୍ଡନ କରିଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe