/odisha-reporter/media/post_attachments/uploads/2015/10/831964-nobelpeaceprize-1422912757-154-640x480.jpg)
nobel peace prize
ଷ୍ଟକହୋମ୍ : ଚଳିତ ବର୍ଷର ମର୍ଯ୍ୟାଦାଜନକ ନୋବେଲ ଶାନ୍ତି ପୁରସ୍କାର ଆଜି ଘୋଷଣା ହୋଇଛି। ଟ୍ୟୁନିସିଆର ପ୍ରତିଷ୍ଠାନ ନ୍ୟାସନାଲ ଡାଏଲଗ୍ କ୍ୱାର୍ଟେଟ୍ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଟ୍ୟୁନିସିଆରେ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ବହୁମୂଲ୍ୟ ଅବଦାନ ପାଇଁ ଏହି ସଂସ୍ଥାକୁ ନୋବେଲ ଶାନ୍ତି ପୁରସ୍କାର ମିଳିବ। ୨୦୧୩ ମସିହାରେ ଗଠିତ ଏହି ସଙ୍ଗଠନ ଟ୍ୟୁନିସିଆରେ ଗୃହଯୁଦ୍ଧର ଅବସାନ ଘଟାଇ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସମାଜର ଭିନ୍ନ ଭିନ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିବା ୪ଟି ଭିନ୍ନ ଭିନ୍ନ ସଙ୍ଗଠନକୁ ନେଇ ଏହି ସଂସ୍ଥାର ଗଠନ କରାଯାଇଥିଲା। ଏହି ସଙ୍ଗଠନ ଗୁଡିକ ହେଉଛି ଟ୍ୟୁନିସିଆ ଜେନେରାଲ ଲେବର ୟୁନିୟନ, ଟ୍ୟୁନିସିଆ କନଫେଡେରେସନ ଅଫ ଇଣ୍ଡଷ୍ଟ୍ରୀ, ଟ୍ୟୁନିସିଆ ହ୍ୟୁମନ ରାଇଟ୍ସ ଲିଗ୍ ଏବଂ ଟ୍ୟୁନିସିଆ ଅର୍ଡର ଅଫ ଲୟର୍ସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
