mithun
କୋଲକତା: ଶାରଦା ଚିଟଫିଣ୍ଡ ମାମଲାରେ ତୃଣମୂଳ କଂଗ୍ରେସର ସାଂସଦ ତଥା ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ (ଇଡି) ନିକଟରେ ଜେରା କରିଥିବା ଜଣାପଡିଛି । ଗତ ସପ୍ତାହରେ ତିନି ଘଣ୍ଟା ଧରି ଇଡିର ଅଧିକାରୀ ମାନେ ତାଙ୍କୁ ଜେରା କରିଥିଲେ । ଜେରା ବେଳେ ମିଥୁନ କହିଥିଲେ ଯେ, ଶାରଦା ଚିଟଫଣ୍ଡରୁ ଆଣିଥିବା ସବୁ ଅର୍ଥ (ପ୍ରାୟ ଦୁଇ କୋଟି ଟଙ୍କା) ସେ ଫେରସ୍ତ କରିଦେବେ । ଏହାସହିତ ସେ କିଛି ଡିଭିଡି , ସିଡି ଓ ହାତ ଲେଖା କାଗଜ ଇଡିକୁ ଦେଇଥିଲେ। ଶାରଦା ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଭାବେ ତାଙ୍କୁ ଏଗୁଡିକୁ କମ୍ପାନୀ ତରଫରୁ ଦିଆଯାଇଥିଲା । ଏହାସହିତ ସେ କାହାକୁ ଠକି ନାହାନ୍ତି କି ଧୋକ୍କା ଦେଇନାହାନ୍ତି ବୋଲି କହିଥିଲେ । ଏହି ଦୁର୍ନୀତି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ବି ସେ କହିଥିଲେ । ତଦନ୍ତରେ ସେ ସବୁପ୍ରକାର ସହଯୋଗ କରିବେ ବୋଲି ମିଥୁନ ଚକ୍ରବର୍ତ୍ତୀ କହିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/mithun.jpg)